Indus Valley Times

ଝିଅ ଘରୁ ସାବିତ୍ରୀ ଭାର ଦେଇ ଫେରୁଥିବା ବେଳେ ଦୁର୍ଘଟଣାରେ ବାପା ମୃତ

 Breaking News

ଝିଅ ଘରୁ ସାବିତ୍ରୀ ଭାର ଦେଇ ଫେରୁଥିବା ବେଳେ ଦୁର୍ଘଟଣାରେ ବାପା ମୃତ

ଝିଅ ଘରୁ ସାବିତ୍ରୀ ଭାର ଦେଇ ଫେରୁଥିବା ବେଳେ ଦୁର୍ଘଟଣାରେ ବାପା ମୃତ
June 06
11:24 2024

ବାଲେଶ୍ୱର, ୬/୬ ଆଜି ସାବିତ୍ରୀ ବ୍ରତ। ସେଥିପାଇଁ ଝିଅ ଘରକୁ ଭାର ଦେବାକୁ ଯାଇଥିଲେ। ହେଲେ ଫେରିଲା ବେଳେ ଦୁର୍ଘଟଣାରେ ଚାଲିଗଲା ଜୀବନ। ବାଲେଶ୍ୱର ଜିଲ୍ଲା ସୋର ଥାନା ଅନନ୍ତପୁର ପଞ୍ଚାୟତ ବାଲିଛନ୍ଦା ଘାଟ ନିକଟରେ ଘଟିଛି ଏହି ଦୁର୍ଘଟଣା।
ମୃତକଙ୍କ ନାଁ ସୁନୀଲ ବାରିକ। ତାଙ୍କ ଘର ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବାଲିମେଦ ଗାଁରେ। ଆଜି ସେ ଖଇରାରେ ରହୁଥିବା ତାଙ୍କ ଝିଅ ଘରେ ସାବିତ୍ରୀ ଭାର ଦେଇ ବାଇକ୍ରେ ଫେରୁଥିବା ବେଳେ କୌଣସି ଏକ ଗାଡ଼ି ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିବା କୁହାଯାଉଛି।
ସୁନୀଲଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଅନନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ତେବେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
ଘଟଣା ସଂପର୍କରେ ଲୋକେ ଲୋକେ ଅନନ୍ତପୁର ଫାଣ୍ଡିକୁ ଖବର ଦେଇଥିଲେ। ଫାଣ୍ଡି ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031