Indus Valley Times

ଝିରିପାଣି ପଞ୍ଚାୟତରେ ଝାଡ଼ାବାନ୍ତି ଘଟଣା : ପହଞ୍ଚିଲେ ଡାକ୍ତରୀ ଟିମ , ପରିସ୍ଥିତି ନିୟନ୍ତ୍ରଣାଧୀନ

 Breaking News

ଝିରିପାଣି ପଞ୍ଚାୟତରେ ଝାଡ଼ାବାନ୍ତି ଘଟଣା : ପହଞ୍ଚିଲେ ଡାକ୍ତରୀ ଟିମ , ପରିସ୍ଥିତି ନିୟନ୍ତ୍ରଣାଧୀନ

September 18
18:39 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧୮/୯ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକର ଝିରିପାଣି ପଞ୍ଚାୟତରେ ଝାଡ଼ାବାନ୍ତି ବ୍ୟାପଛି। ଝାଡ଼ାବାନ୍ତିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇଥିଲା। ଆଜି ଉକ୍ତ ପଞ୍ଚାୟତରେ ଡାକ୍ତରୀ ଟିମ୍ ପହଞ୍ଚି ଥିଲା।
ମାତ୍ର ଝାଡ଼ାବାନ୍ତିରେ ମାତ୍ର କିଛି ଲୋକ ଆକ୍ରାନ୍ତ ହୋଇଛନ୍ତି। ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ମାତ୍ର କାରଣ ଅସ୍ପଷ୍ଟ ରହିଛି। ଗ୍ରାମରେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଥି୍ବା ଡାକ୍ତରୀ ଟିମ୍ କହିଛନ୍ତି।
ଏ ନେଇ ବାଲିଗୁଡା ଉପଜିଲ୍ଲାପାଳ ଡା.ରୀନା ପ୍ରଧାନ କହିଛନ୍ତି ଯେ, ଏହି ଘଟଣାକୁ ନେଇ ମେଡିକାଲ ଟିମ ସହ ଗ୍ରାମ୍ୟ ପରିମଳ ବିଭାଗ ଟିମ ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ସ୍ଵାସ୍ଥ୍ୟ ପରୀକ୍ଷା କରିବେ ବୋଲି କହିଛନ୍ତି।
ତୁମୁଡିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ଅଭିଶେକ ନାୟକ ଓ ତାଙ୍କ ଟିମ ଏହି ଝିରିପାଣି ପଞ୍ଚାୟତର ବରଗାଁ, ନଳକୁଟି, କୁନାବେଡା, ଘାଟିପଦର, ମାଙ୍କଡ଼ ଚୁଆଁ, ବରଗୁଡା, ସୁରାଙ୍ଗବାରୁ ଗ୍ରାମକୁ ଯାଇ ଅଧିବାସୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ସେମାନଙ୍କୁ ଚିକିତ୍ସା କରାଇଛି। ଚିକିତ୍ସା କରି ଡାକ୍ତର ଅଭିଷେକ ପ୍ରଧାନ କହିବା ପ୍ରକାରେ ଗାଁରେ ସୁରେନ୍ଦ୍ର ମାଝୀ (୧୬), ରାଡାମାରୁ ମାଝୀ (୬୪) କଣା ମାଝୀ(୨୫), କିଷାନ ମାଝୀ(୧୬) ସାମାନ୍ୟ ଝାଡ଼ାବାନ୍ତିରେ ଆକ୍ରାନ୍ତ ଥିଲେ । କିଛି ଦିନ ମଧ୍ୟରେ କୁନାବେଡା ଗାଁର ବଡଗୁଡି ମାଝୀ (୬୦), ମାଙ୍କଡଚୁଆଁ ଗାଁର ବାକଚୀ ମାଝୀଙ୍କ ମୃତ୍ୟୁ ହୋଇଛି।
ମାତ୍ର ଝାଡ଼ାବାନ୍ତି ନୁହେଁ ଅନ୍ୟ କୌଣସି କାରଣରୁ ମୃତ୍ୟୁ ହୋଇଥିବା ଡାକ୍ତର ଅଭିଷେକ କହିଛନ୍ତି । ଗ୍ରାମ୍ୟ ପରିମଳ ବିଭାଗର ଯନ୍ତ୍ରୀ ରାମ ଚନ୍ଦ୍ର ଚୌଧୁରୀ ଓ ଯନ୍ତ୍ରୀ ସ୍ନେହଲତା ପ୍ରଧାନ ଏହି ଗ୍ରାମମାନଙ୍କୁ ଯାଇ ପାଣି କୁ ନେଇ ପରୀକ୍ଷା କରିଛନ୍ତି। ଗ୍ରାମବାସୀ ଯୋଗାଣ ହେଉଥିୟବା ବିଶୁଦ୍ଧ ଜଳ ବ୍ୟବହାର କରୁଛନ୍ତି। ଗ୍ରାମରେ କାଁ ଭାଁ ଆକ୍ରାନ୍ତ ହୋଇଛନ୍ତି। ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ପ୍ରଦାନ କରାଯାଇଛି।
ମାଓନେତା ଆଜାଦ ବାଲିଗୁଡ଼ା ଏଡିଜେ କୋର୍ଟରେ ହାଜର
ବାଲିଗୁଡା,୧୮/୯ : ଟପ ମାଓନେତା ଆଜାଦ କନ୍ଧମାଳ ଜିଲ୍ଲା ବାଲିଗୁଡା ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟରେ ହାଜର ହୋଇଛନ୍ତି। ତାଙ୍କୁ ଭୁବନେଶ୍ଵର ଝାରପଡ଼ା ଜେଲରୁ ବାଲିଗୁଡାକୁ କଡା ସୁରକ୍ଷାରେ ଅଣାଯାଇଛି। ଅତିରିକ୍ତ ଜିଲ୍ଲା ଜଜ୍ ଶୁଭଦର୍ଶି ତ୍ରିପାଠୀଙ୍କ କୋର୍ଟରେ ୩ଟି କେସ ଚାର୍ଜ ହୋଇଥିଲା। ଆଜାଦଙ୍କ ନାମରେ ତିନିଟି କେଶ ରହିଛି। ତିନିଟି କେସର ଆଜି ଚାର୍ଜ ହୋଇଛି।
କେସ୍ ଗୁଡିକ ହେଲା ୨୦୦୮ ମସିହାରେ ସାରଙ୍ଗଡ ଥାନା କେସ ନମ୍ବର ୨୦/ ୨୦୦୮ରେ ସାରଙ୍ଗଡ଼ରେ ବୋମା ଫୁଟାଇବା ନିମନ୍ତେ ରାସ୍ତାରେ ବୋମା ଖଞ୍ଜି ରଖିବା (ଲ୍ୟାଣ୍ଡମାଇନ୍), ବ୍ରାହ୍ମଣିଗାଁ ଥାନାରେ ଦୁଇଟି ମାମଲା ଯଥା କେସ ନମ୍ବର ୧୪/୨୦୦୮ ଓ ୧୫/୨୦୦୮ ଏଥି ମଧ୍ୟରୁ ଗୋଟିଏ ମର୍ଡର କେସ ଓ ଅନ୍ୟଟି ବ୍ରାହ୍ମଣିଗାଁ –ଦାରିଙ୍ଗବାଡି ରାସ୍ତାରେ ଲ୍ୟାଣ୍ଡ୍ ମାଇନ ଲଗାଇବା ଭଳି ଅଭିଯୋଗ ରହିଛି। ।
ବିଚାରପତିଙ୍କ ପାଖରେ ଆଜି ହାଜର ହୋଇଥିଲେ। କୋର୍ଟରେ ହାଜର ହେବା ପରେ ତାଙ୍କୁ ବାଲିଗୁଡା ଉପକାରାଗାରକୁ ପଠାଯାଇ ସେଠାରୁ ପୁଣି ତାଙ୍କୁ ପୁଣି ଝାଡପଡ଼ା ଜେଲକୁ ପଠାଯିବା ନେଇ ଓକିଲ ସୁରେନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930