Indus Valley Times

ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ; ସ୍କୁଟି ରଖି ହଠାତ୍ ନଦୀକୁ ଡେଇଁପଡ଼ିଲେ

 Breaking News

ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ; ସ୍କୁଟି ରଖି ହଠାତ୍ ନଦୀକୁ ଡେଇଁପଡ଼ିଲେ

ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ; ସ୍କୁଟି ରଖି ହଠାତ୍ ନଦୀକୁ ଡେଇଁପଡ଼ିଲେ
September 06
11:10 2026

ଭୁବନେଶ୍ୱର ,୬/୯ : ଟଙ୍କପାଣି ବ୍ରିଜରେ ଅଘଟଣ । ଟଙ୍କପାଣି ବ୍ରିଜ ଉପରୁ ନଦୀକୁ ଡେଇଁଲେ ଯୁବକ । ନଦୀକୁ ଡେଇଁଥିବା ଯୁବକ ହେଲେ ଭବାନୀ ଶଙ୍କର ଖଟେଇ । ଯୁବକଙ୍କୁ ଉଦ୍ଧାର ପାଇଁ ଚାଲିଛି ସର୍ଚ୍ଚ ଅପରେସନ ।
ଖବର ଅନୁଯାୟୀ, ଭୁବନେଶ୍ୱର ଉପକଣ୍ଠ ଟଙ୍କପାଣି ବ୍ରିଜ୍ ଉପରେ ଜଣେ ଯୁବକ ନଦୀକୁ ଡେଇଁପଡିଛନ୍ତି । କଣ ପାଇଁ ନଦୀକୁ ଡେଇଁଛନ୍ତି । ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ନଦୀକୁ ଡେଇଁବା ପରେ ଆରମ୍ଭ ହୋଇଛି ସର୍ଚ୍ଚ ଅପରେସନ ।
ବାଲିଅନ୍ତା ଥାନା ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ସର୍ଚ୍ଚ ଅପରେସନ ଚଳାଇଛନ୍ତି। ବିଳମ୍ବିତ ରାତିରେ ମଧ୍ୟ ଜାରି ରହିଛି ସର୍ଚ୍ଚ ଅପରେସନ। ନଦୀରେ ଫିଶିଂ ନେଟ୍ ଥିବାରୁ ବୋଟରେ ବାରମ୍ବାର ଜାଲ ଗୁଡ଼େଇ ହୋଇଯିବାରୁ ସର୍ଚ୍ଚ ଅପରେସନରେ ଅସୁବିଧା ହେଉଥିଲା । ରବିବାର ସକାଳୁ ବାଲିଅନ୍ତା ଅଗ୍ନିଶମ ବାହିନୀ ପୁଣି ଥରେ ଆରମ୍ଭ କରିଛି ସର୍ଚ୍ଚ ଅପରେସନ। ନିଖୋଜ ଯୁବକ ଜଣଙ୍କ ଡେଲିଭରୀ ବଏ ଭାବେ କରୁଥିଲେ କାମ । କଣ ପାଇଁ ନଦୀକୁ ଡେଇଁଲେ । ସେନେଇ କୌଣସି ସଠିକ ସୂଚନା ମିଳିନାହିଁ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930