Indus Valley Times

ଟଳିଗଲା ବଡ ଅଘଟଣ, କାହାର ଜୀବନ ଯିବା ଆଗରୁ ବୋମା ନିଷ୍କ୍ରିୟ କଲା ପୋଲିସ

 Breaking News

ଟଳିଗଲା ବଡ ଅଘଟଣ, କାହାର ଜୀବନ ଯିବା ଆଗରୁ ବୋମା ନିଷ୍କ୍ରିୟ କଲା ପୋଲିସ

ଟଳିଗଲା ବଡ ଅଘଟଣ, କାହାର ଜୀବନ ଯିବା ଆଗରୁ ବୋମା ନିଷ୍କ୍ରିୟ କଲା ପୋଲିସ
January 11
12:10 2025

ଗଞ୍ଜାମ, ୧୧/୧ : ନିର୍ମାଣାଧୀନ କୋଠାରୁ ମିଳିଲା ବୋମା ଭର୍ତ୍ତି ବ୍ୟାଗ୍ । ବ୍ୟାଗରେ ଭରି ରହିଥିଲା ୩୦ରୁ ଅଧିକ ବୋମା । ଫୁଟିଥିଲେ ଲୋକେ ମୃତାହତ ହେବା ନିଶ୍ଚିତ ଥିଲା। ମାତ୍ର ବଡ଼ ଅଘଟଣ ଘଟିବା ପୂର୍ବରୁ ସମସ୍ତ ବୋମାକୁ ନିଷ୍କ୍ରିୟ କରିଛି ପୁଲିସ୍‌। ପୁଲିସ୍‌କୁ ଦେଖି କିଛି ଯୁବକ ବ୍ୟାଗ ଛାଡି ଦୌଡ଼ି ପଳାଇଥିବା ବେଳେ ପୁଲିସ୍ ସେମାନଙ୍କ ସନ୍ଧାନ ଆରମ୍ଭ କରିଛି। ଏପରି ଏକ ଘଟଣା ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଖଜୁରିଆରେ ଘଟିଛି।
କିଛି ଦିନ ହେଲାଣି ବ୍ରହ୍ମପୁରରେ ଅପରାଧମୂଳକ ଘଟଣା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ବ୍ଲକିଂ କରି କଡ଼ା ଯାଞ୍ଚ କରାଯାଉଥିବା ବେଳେ ସହର ବାହାରେ ଥିବା ନିର୍ମାଣାଧୀନ ଘର ବି ତଲାସୀ କରାଯାଉଛି। କାରଣ ଅପରାଧିମାନେ ଏପରି ଘରକୁ ଟାର୍ଗେଟ କରୁଛନ୍ତି। ସେଠାରେ ସେମାନେ ନିଜ ଆଡ୍ଡା ଜମାଇବା ସହ ବିଭିନ୍ନ ଅପରାଧ ଘଟାଇବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି।
ଏପରି ସୂଚନା ପାଇ ପୁଲିସ୍ ଦୁଇ ଦିନ ତଳେ ପାଟ୍ରୋଲିଂ କରୁଥିବା ବେଳେ ଖଜୁରିଆରେ ଏକ ନିର୍ମାଣାଧୀନ ଘରେ ଚଢ଼ାଉ କରିଥିଲା । ପୁଲିସ୍‌କୁ ଦେଖି ଉକ୍ତ ଘରେ ଥିବା କିଛି ଯୁବକ ଦୌଡ଼ି ପଳାଇଥିଲେ। ଏହାପରେ ପୁଲିସ୍ ଉକ୍ତ ଘର ଖାନତଲାସୀ କରି ଏକ ବ୍ୟାଗ୍ ଭର୍ତ୍ତି ବୋମା ଜବତ କରିଥିଲା।
ଖବର ପାଇ ଆଜି ବୋମା ନିଷ୍କ୍ରିୟକାରୀ ଟିମ୍ ପହଞ୍ଚି ଉକ୍ତ ବୋମାଗୁଡ଼ିକୁ ନିଷ୍କ୍ରିୟ କରିଛନ୍ତି। ଏଥିସହ ଏପରି କାଣ୍ଡ ଘଟାଉଥିବା ଅପରାଧିଙ୍କୁ ଧରିବାକୁ ପୁଲିସ୍ ଧରପଗଡ଼ ଜୋରଦାର କରିଛି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031