Indus Valley Times

ଟିକ୍ରାପଡା ଗାନ୍ଧୀ ପାଠାଗାର ରେ ନବରାତ୍ର ଦୁର୍ଗାପୂଜାର ଷଷ୍ଠ ଦିବସ ରେ ମାଁ କାତ୍ୟାୟାନୀ ଦେବିଙ୍କ ପୂଜନୋସବ ପାଳିତ

 Breaking News

ଟିକ୍ରାପଡା ଗାନ୍ଧୀ ପାଠାଗାର ରେ ନବରାତ୍ର ଦୁର୍ଗାପୂଜାର ଷଷ୍ଠ ଦିବସ ରେ ମାଁ କାତ୍ୟାୟାନୀ ଦେବିଙ୍କ ପୂଜନୋସବ ପାଳିତ

October 09
18:53 2024

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର, ୯/୧୦ : :ବଲାଙ୍ଗୀର ସହର ଟିକ୍ରାପଡା ଗାନ୍ଧୀପାଠାଗାର ରେ ୫୭ ତମ ଦୁର୍ଗା ପୂଜା ଗତ ୩.୧୦.୨୦୨୪ ଠାରୁ ଆରମ୍ଭ ହୋଇଯାଇଛି ।
ଚଳିତ ବର୍ଷ ୨.୧୦.୨୦୨୪ ଦିନ ବିଲ୍ଵ ବରଣ ସହ ନବରାତ୍ର ଦୁର୍ଗା ପୂଜା ଆୟୋଜନ କରାଯାଇଛି।ଚଳିତ ବର୍ଷ ଆୟୋଜନ କମିଟି ର ସଭାପତି ପ୍ରକାଶ ନେପାକ,ସମ୍ପାଦକ ପ୍ରଦୀପ ସାହୁ,କୋଷାଧକ୍ଷ ଜିତେନ୍ଦ୍ର ନାଗ ଙ୍କ ସହ ଉପସଭାପତି ସନ୍ତକ ବହିଦାର,ବରିଷ୍ଠ ସଭ୍ୟ ଭଗବାନ ବଗର୍ତି,ସଭ୍ୟ ଆକବର (ମାନା)ଖାନ,ସଞ୍ଜୟ ଗଡ଼ତ୍ୟା, ରାଜେନ୍ଦ୍ର ପାଣି,ପ୍ରବୀଣ ଦର୍ଜୀ,ଟୁନା ହୋତା,ଅଜିତ ପଣ୍ଡା,ଦିଲୀପ ସାହୁ,ବାଦଲ ସାହୁ,ଜିତୁ ମାଟାରୀ,ଅବଦୁଲ ରାଜ଼ାକ,ଦାଶରଥି ସାହୁ, ବାବୁ ଶ୍ରୀଚନ୍ଦନ,ସଂଗ୍ରାମ ବହିଦାର,ଦୁର୍ଗା ସାହୁ,ରାଜେନ୍ଦ୍ର ମିଶ୍ର,ମହିଳା କମିଟି ସଭାପତି ବନେଶ୍ୱରୀ ବେହେରା,ସଭ୍ୟା ମିନତୀ ରଥ, ଦମୟନ୍ତୀ ବାଗ,ସଭ୍ୟା ସବିତା ବେହେରା,ମଞ୍ଜୁଳା ମିଶ୍ର ପ୍ରମୁଖ ପୂଜା ଦାୟିତ୍ୱ ବହନ କରିଛନ୍ତି।
ପଣ୍ଡିତ ଶୁକଦେବ ତ୍ରିପାଠୀ ଏବଂ ସାଥି ପୂଜା କାର୍ଯ୍ୟ ସମ୍ପାଦନା କରିବା ସହ ମୁଖ୍ୟ କର୍ତ୍ତା ବୈଷ୍ଣବ ସାହୁ ଓ ସହଧର୍ମିଣୀ ସ୍ନେହଲତା ସାହୁ ଏବଂ ନଅ ଦିନରେ ନଅ ଜଣ ସହଯୋଗୀ କର୍ତ୍ତା ରୂପେ ଅଶୋକ ଦାସ ଓ ସହଧର୍ମିଣୀ ସାଧନା ଦାସ,ପ୍ରକାଶ ନେପାକ ଓ ଭାରତୀ ନେପାକ,ଅବିନାଶ ବେହେରା ଓ ବନେଶ୍ୱରୀ ବେହେରା,ରାଜୁ ମିଶ୍ର ଓ ମଞ୍ଜୁଳା ମିଶ୍ର,ବାବୁଲା ରଥ ଓ ମିନତୀ ରଥ ଅମିୟ ମିଶ୍ର ଓ ଦମୟନ୍ତୀ ମିଶ୍ର,ଜିତୁ ମଟାରୀ ଓ ପ୍ରତିମା ମଟାରୀ,ଦିଲୀପ ସାହୁ ଓ କଳ୍ପନା ସାହୁ,ସଞ୍ଜୀବ(ଟୁନୁ)ସାହୁ ଓ ପ୍ରୀତି
ସାହୁ,ରଂଜିତ ଗୋୟଲ ଓ ନେହା ଗୋୟଲ ପ୍ରମୁଖ ମାଁ ଙ୍କ ପୂଜା ଓ ଉପାସନା କରୁଛନ୍ତି।ମେଢ଼ ଏବଂ ଆଲୋକ ପାଇଁ ସୋହେଲା ଏବଂ ଫୁଲବାଣୀ ରୁ କାରିଗର ଆସି ସାଜସଜ୍ଜା କରିଛନ୍ତି।ଚଳିତ ବର୍ଷ ସମସ୍ତ ପଡ଼ାବାସୀ ଙ୍କୁ ସାମିଲ କରି ମାଁ ଙ୍କ ପୂଜା ଉପରେ ପ୍ରାଧାନ୍ୟ ଦିଆଯାଇଥିବା ସଭାପତି ପ୍ରକାଶ ନେପାକ ସୂଚନା ଦେଇଛନ୍ତି।
ନବରାତ୍ର ଦୁର୍ଗା ପୂଜା ର ଷଷ୍ଠ ଦିବସରେ ମାଁ କାତ୍ୟାୟାନୀ ବେଶ ରେ ପୂଜା ପାଇଛନ୍ତି।ଆଜିର ମାଁ କାତ୍ୟାୟନୀ ଙ୍କ ପୂଜାରେ କର୍ତ୍ତା ଭାବେ ଅମୀୟ ମିଶ୍ର ଏବଂ ସହଧର୍ମିଣୀ ଦମୟନ୍ତୀ ମିଶ୍ର ମାଁ ଙ୍କ ପୂଜା ଓ ଉପାସନା କରିଥିଲେ।ସନ୍ଧ୍ୟା ରେ ଶତାଧିକ ଭକ୍ତ ଙ୍କ ସମାବେଶ ରେ ସଂନ୍ଧ୍ୟା ଆଳତି ଦେଇ ନାନା ପ୍ରକାର ପିଠା,ମଣ୍ଡା,କ୍ଷୀରି ପୁରୀ ସହ ମାଁ ଙ୍କ ଠାରେ ନୀତି ଭୋଗ ଲଗାଇ ସମସ୍ତଙ୍କ ସୁଖୀ ଜୀବନ କାମନା କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031