Indus Valley Times

ଟ୍ରକ୍ ଧକ୍କାରେ ଅଟୋ ଓଲଟିଲା: ଜଣେ ମୃତ, ୪ ଗୁରୁତର

 Breaking News

ଟ୍ରକ୍ ଧକ୍କାରେ ଅଟୋ ଓଲଟିଲା: ଜଣେ ମୃତ, ୪ ଗୁରୁତର

ଟ୍ରକ୍ ଧକ୍କାରେ ଅଟୋ ଓଲଟିଲା: ଜଣେ ମୃତ, ୪ ଗୁରୁତର
March 30
12:16 2026

ସମ୍ବଲପୁର,୩୦/୩ : ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଫୁଲଝରଣ ନିକଟରେ ସୋମବାର ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି। ଏକ ଦ୍ରୁତଗାମୀ ଟ୍ରକ୍ ଏକ ଯାତ୍ରୀବାହୀ ଅଟୋକୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତ ମହିଳାଜଣକ ହେଲେ ବୀରସିଂହଗଡ଼ ଅଞ୍ଚଳର ବେଦ ଖରସେଲ (୫୫)।
ସୂଚନା ମୁତାବକ, ସୋମବାର ସକାଳେ ବୀରସିଂହଗଡ଼ରୁ ୧୨ ଜଣ ଯାତ୍ରୀଙ୍କୁ ନେଇ ଅଟୋଟି ମାନେଶ୍ୱର ସାପ୍ତାହିକ ବଜାର ଅଭିମୁଖେ ଯାଉଥିଲା। ତେବେ ଜାତୀୟ ରାଜପଥ-୫୫ର ଫୁଲଝରଣ ନିକଟରେ ପଛପଟୁ ଆସୁଥିବା ଏକ ଟ୍ରକ ପଛପଟୁ ଅଟୋକୁ ଜୋରଦାର ଧକ୍କା ଦେଇଥିଲା। ଯାହାଫଳରେ ଅଟୋଟି ରାସ୍ତା ଉପରେ ଓଲଟି ପଡ଼ିଥିଲା।
ଘଟଣାସ୍ଥଳରେ ବେଦ ଖରସେଲଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ରକ୍ତାକ୍ତ ଅବସ୍ଥାରେ ପଡ଼ି ରହିଥିଲେ। ସ୍ଥାନୀୟ ଲୋକେ ଗୁରୁତର ଆହତମାନଙ୍କୁ ଉଦ୍ଧାର କରି ତୁରନ୍ତ ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଖବର ପାଇ ଯୁଯୁମୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡ଼ିକୁ ଜବତ କରିଛି। ବର୍ତ୍ତମାନ ପର‌୍ୟ୍ୟନ୍ତ ଅନ୍ୟ ଆହତମାନଙ୍କ ପରିଚୟ ସ୍ପଷ୍ଟ ମିଳିପାରିନାହିଁ। ସେହିପରି ଘଟଣାସ୍ଥଳରେ ଟ୍ରକ୍‌କୁ ଛାଡ଼ି ଚାଳକ ଫେରାର ହୋଇଯାଇଥିବା ପୋଲିସ ସୂଚନାରୁ ପ୍ରକାଶ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031