Indus Valley Times

ଟ୍ରେନ ଧକ୍କାରେ ଦନ୍ତାହାତୀର ମୃତ୍ୟୁ

 Breaking News

ଟ୍ରେନ ଧକ୍କାରେ ଦନ୍ତାହାତୀର ମୃତ୍ୟୁ

November 02
11:52 2024

ଢେଙ୍କାନାଳ,୨ / ୧୧ : ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ସଦର ରେଞ୍ଜ ଚିନ୍ତା ପୋଖରୀଠାରେ ରେଳ ଧାରଣା ପାର ହେଉଥିବା ବେଳେ ଶନିବାର ମାଲଗାଡ଼ି ଧକ୍କାରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି । ହାତୀଟିର ବୟସ ୧୨ ରୁ ୧୫ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ଦୁର୍ଘଟଣା ପରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।
ଖବର ପାଇଁ ଡିଏଫଓ ସୁମିତ କର ଓ ବନବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତହାତୀଟିକୁ ଉଠାଇ ରେଳ ଧାରଣା କଡ଼କୁ ସ୍ଥାନାନ୍ତର କରିବା ପରେ ଢେଙ୍କାନାଳ , ଅନୁଗୋଳ, ତାଳଚେର ଓ ସମ୍ବଲପୁର ରେଳ ଲାଇନରେ ରେଳ ଚଳାଚଳ ସ୍ବାଭାବିକ ହୋଇଛି । ପ୍ରାୟ ୪୦ ରୁ ଉର୍ଦ୍ଧ ହାତୀ ରେଳ ଧାରଣା ପାର୍ ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ବୋଲି ସୂଚନା ମିଳିଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031