Indus Valley Times

ଡିସେମ୍ବର ୧୫ରେ ଓଏଏସ ପ୍ରିଲିମ୍, ବିଜ୍ଞପ୍ତି ଜାରି କଲା ଓପିଏସସି

 Breaking News

ଡିସେମ୍ବର ୧୫ରେ ଓଏଏସ ପ୍ରିଲିମ୍, ବିଜ୍ଞପ୍ତି ଜାରି କଲା ଓପିଏସସି

ଡିସେମ୍ବର ୧୫ରେ ଓଏଏସ ପ୍ରିଲିମ୍, ବିଜ୍ଞପ୍ତି ଜାରି କଲା ଓପିଏସସି
November 06
20:11 2024

ଓଡ଼ିଶା, ୬/୧୧ : ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା-୨୦୨୩ ପାଇଁ ଆଜି ତାରିଖ ଘୋଷଣା ହୋଇଛି । ବାତ୍ୟା ‘ଦାନା’ ଯୋଗୁ ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା ।
ତେବେ ଆସନ୍ତା ଡିସେମ୍ବର ୧୫ତାରିଖରେ ପ୍ରିଲିମିନାରୀ ପରୀକ୍ଷା କରିବା ପାଇଁ ଓଡ଼ିଶା ଲୋକସେବା ଆୟୋଗ ଆପାତତଃ ନିଷ୍ପତ୍ତି ନେଇଛନ୍ତି । ଆୟୋଗଙ୍କ ପକ୍ଷରୁ ଆଜି ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି ।
ଆୟୋଗଙ୍କ ସଚିବଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ଅନୁସାରେ, ଓଡ଼ିଶା ସିଭିଲ୍ ସର୍ଭିସ(ପ୍ରିଲିମିନାରୀ) ପରୀକ୍ଷା-୨୦୨୩ ଡିସେମ୍ବର ୧୫ତାରିଖ ରବିବାର କରିବା ପାଇଁ ଆପାତତଃ ସ୍ଥିର ହୋଇଛି ।
ଆୟୋଗଙ୍କ ଦ୍ୱାରା ପରୀକ୍ଷାର ବିସ୍ତୃତ କାର‌୍ୟ୍ୟସୂଚୀ ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ଆକାରରେ ଜାରି କରାଯିବ । ଅଧିକ ସୂଚନା ପାଇଁ ପରୀକ୍ଷାର୍ଥୀମାନେ ଆୟୋଗଙ୍କ ୱେବସାଇଟକୁ ଯିବାକୁ ପରାମର୍ଶ ଦିଆଯାଇଛି ।
ଉଲ୍ଲେଖଯୋଗ୍ୟ, ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଗତ ଅକ୍ଟୋବର ୨୭ତାରିଖରେ ପ୍ରସ୍ତାବିତ ପ୍ରିଲିମିନାରୀ ପରୀକ୍ଷାକୁ ଆୟୋଗ ସ୍ଥଗିତ ରଖିଥିଲେ । ପରୀକ୍ଷାର୍ଥୀଙ୍କୁ ଏହି ପରୀକ୍ଷା ପାଇଁ ଆଡମିଟ୍ ପ୍ରଦାନ କରାଯାଇ ସାରିଛି । ମୋଟ ୩୯୯ଟି ପ୍ରଶାସନିକ ପଦବୀ(ଓଏଏସ,ଓଏଫଏସ,ଓପିଏସ,ଓଆରଏସ) ପାଇଁ ଏହି ପ୍ରତିଯୋଗିତାମୂଳକ ପରୀକ୍ଷା ଅନୁଷ୍ଠିତ ହେବ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031