Indus Valley Times

ତଳଗାଁ ବିଜେଡିର ସାଙ୍ଗଠନିକ ବୈଠକ

 Breaking News

ତଳଗାଁ ବିଜେଡିର ସାଙ୍ଗଠନିକ ବୈଠକ

October 06
09:58 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୬/୧୦: ଆଜି ତଳଗାଁ ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡୁରୀସାହି ଆଦିବାସୀ କଲ୍ୟାଣମଣ୍ଡପ ଠାରେ ଆଜି ତଳଗାଁ ବିଜୁ ଜନତାଦଳ ର ଏକ କର୍ମୀ ସମ୍ମିଳନୀ ଓ ସାଙ୍ଗଠନିକ ବୈଠକ ପୂର୍ବତନ ସରପଞ୍ଚ ରମାକାନ୍ତ ବଗର୍ତ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅବକାଶ ସାହୁ ପୂର୍ବତନ ସମିତି ସଭ୍ୟ ନିରଞ୍ଜନ ସାହୁ ଯୁବନେତା ଜ୍ୟୋତିରଞ୍ଜନ ସାହୁ ନାଏବ ସରପଞ୍ଚ ସୁରେଶନ କଁହର ସରପଞ୍ଚଙ୍କ ପ୍ରତିନିଧି ଅମୁଲ୍ୟ କଁହର ଯୁବନେତା ଅମର ପ୍ରଧାନ ପ୍ରମୁଖ ଉଦବୋଧନ ଦେଈ ସମ୍ପ୍ରତି ଡବଲ ଇଞ୍ଜିନ ସରକାର ଲୋକଙ୍କୁ କିଭଳି ପ୍ରବଞ୍ଚିତ କରିଛି ଓଡିଶାବାସୀଙ୍କୁ ୩୦୦ୟୁନିଟ ବିଜୁଳି ତିନିହଜାର ଭତ୍ତା ଦେବ କହି ପ୍ରବଞ୍ଚିତ କରିଛି ଏବଂ ଟ୍ରିପଲ ଇଞ୍ଜିନ ସରକାରରେ ବ୍ଲକ କାର୍ଯ୍ୟାଳୟ କିଭଳି ବ୍ଲାକ କାର୍ଯ୍ୟାଳୟରେ ପରିଣିତ ହୋଇଛି ।
ସେ ସମ୍ପର୍କରେ ବୁଝେଇବା ସହ ନବୀନ ବାବୁ କ୍ଷମତାକୁ ଆସିବା ପୂର୍ବରୁ ଭୋକରେ ଆଉଟୁ ପାଉଟୁ ହୋଇ ଖାଇବାକୁ ନପାଇ ଛଟ ପଟ ହୋଇ ଲୋକେ କିଭଳି ଦିନଥିଲା ମୃତ୍ୟୁବରଣ କରୁଥିଲେ ସେହି ଓଡିଶାକୁ ଆଜି ନବୀନ ବାବୁ ଖାଦ୍ୟ ଶସ୍ୟରେଆତ୍ମ ନିର୍ଭର ଶୀଳ କରାଇ ପାରିଛନ୍ତି ବୋଲି କହିବା ସହ ନବୀନ ବାବୁଙ୍କ ସରକାର ସମୟରେ ପିଚୁ ସଡ଼କ ନଥିବା ତଳଗାଁରେ ତିନି ତିନୋଟି ପିଚୁ ସଡ଼କ ହାଇସ୍କୁଲ ଡାକ୍ତରଖାନା ଜଳସେଚନ ପ୍ରଭୃତି କାର୍ଯ୍ୟକାରୀ ହୋଇପାରିଛି ବୋଲି ଅବଗତ କରିଥିଲେ ।
ନୂଆ ସରକାର ଆସିବା ପରେ ବୌଦ୍ଧର ବିକାଶ ସ୍ଥାଣୁ ପାଲଟିଯାଇଛି ବୋଲି ଅଭିଯୋଗ କରିଥିଲେ ।
ପୁଣିଥରେ ବୌଦ୍ଧରେ ପ୍ରଦୀପ କୁମାର ଅମାତଙ୍କୁ ବିଧାୟକ ଭାବେ ନିର୍ବାଚିତ କରିବାସହ ନବୀନ ବାବୁଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ କରିବା ପାଇଁ ଉପସ୍ଥିତ ତିନିଶହରୁ ଉର୍ଦ୍ଧକର୍ମୀ ବଜ୍ରଶପଥ ଗ୍ରହଣ କରିଥିଲେ ।
ଚଳିତ ୦୭ତାରିଖ ତିଳେଶ୍ୱର ଠାରୁ ଚାରିଛକ ପର୍ଯ୍ୟନ୍ତ ହେବାକୁ ଥିବା ଦଳର ପଦଯାତ୍ରାରେ ବିପୁଳ ସଂଖ୍ୟାରେ ଯୋଗଦେବା ପାଇଁ ନିଷ୍ପତ୍ତି ସହ ଆଗାମୀ ଦିନ ଦଳୀୟ କାର୍ଯ୍ୟ ପରିଚାଳନା ପାଇଁ ବିଭିନ୍ନ ୱାର୍ଡ କମିଟି ଗଠନ ସହ ପଞ୍ଚାୟତ ସ୍ତରୀୟ କମିଟି ଗଠନ ହୋଇ ଏହାର ସଭାପତି ଭାବେ ନରେନ୍ଦ୍ର ବେହେରା ଓ ସମ୍ପାଦକ ଭାବେ ସୋମନାଥ ମାଝୀଙ୍କୁ ନିର୍ବାଚିତ କରାଯାଇଥିଲା ।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସନାତନ ବେହେରା ବଳଭଦ୍ର ବେହେରା ରାଜେନ୍ଦ୍ର ବଗର୍ତ୍ତି ସୁନୀଲ କହଁର ସୀତାରାମ ବେହେରା ସ୍ୱଦେଶୀ ମହାପାତ୍ର ଦଶରଥ ଭୋକ୍ତା ଚନ୍ଦନ ବେହେରା ପ୍ରମୁଖଙ୍କ ନେତୃତ୍ୱରେ ତନିଶହ ରୁ ଉର୍ଦ୍ଧ କର୍ମୀ ଯୋଗଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930