Indus Valley Times

ଦକ୍ଷତା ଓ କୌଶଳ ବୃଦ୍ଧିକୁ ଟିପିଏନଓଡିଏଲର ଗୁରୁତ୍ଵ : ବେତନଟୀରେ ନୂଆ କୌଶଳ ବିକାଶ କେନ୍ଦ୍ର ଲୋକାର୍ପିତ

 Breaking News

ଦକ୍ଷତା ଓ କୌଶଳ ବୃଦ୍ଧିକୁ ଟିପିଏନଓଡିଏଲର ଗୁରୁତ୍ଵ : ବେତନଟୀରେ ନୂଆ କୌଶଳ ବିକାଶ କେନ୍ଦ୍ର ଲୋକାର୍ପିତ

September 26
18:06 2024

ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ଵର, ୨୬/୯: କୁଶଳୀ ହେବେ ଆଇଟିଆଇ ଛାତ୍ରଛାତ୍ରୀ। ବଢିବ ଟିପିଏନଓଡିଏଲ କର୍ମଚାରୀଙ୍କ ଦକ୍ଷତା। ସୁରକ୍ଷା ପଦ୍ଧତି ଏବଂ କାର୍ଯ୍ୟ ପ୍ରଣାଳୀ ସମ୍ପର୍କିତ ତାଲିମ ପାଇଁ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପିଏନଓଡିଏଲ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା ସ୍ଥିତ ବେତନଟୀରେ ନୂତନ କୌଶଳ ବିକାଶ କେନ୍ଦ୍ରର ଲୋକାର୍ପଣ କରାଯାଇଛି।
ଏହି କୌଶଳ ବିକାଶ କେନ୍ଦ୍ର ଟିପିଏନଓଡିଏଲର କର୍ମଚାରୀଙ୍କ ଦକ୍ଷତା ବିକାଶ କରିବା ସହିତ ବିଏ କର୍ମଚାରୀ ଓ ଡିପ୍ଲୋମା ତଥା ଆଇଟିଆଇ ଛାତ୍ରଛାତ୍ରୀଙ୍କ କୌଶଳ ଏବଂ ବ୍ୟବହାରିକ(ପ୍ରାକ୍ଟିକାଲ) ଜ୍ଞାନ ବୃଦ୍ଧି କରିବାରେ ସହାୟକ ହେବ।
ବୈଦୁତିକ ସେବା ଓ ସୁରକ୍ଷା, ବିଦ୍ୟୁତ ସେବା ସଂଚାରଣ ଓ ବିତରଣ ବ୍ୟବସ୍ଥା, ଅକ୍ଷୟ ସୌର ଶକ୍ତି ଆଦି ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବାକୁ ଥିବା ବେଳେ ବିଶେଷତଃ ଟିପିଏନଓଡିଏଲର ନବାଗତ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଏହି କେନ୍ଦ୍ରର ପ୍ରତିଷ୍ଠା କରାଯାଇଛି। ଟିପିଏନଓଡିଏଲ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ(ସିଇଓ) ଶ୍ରୀ ଦ୍ବିଜଦାସ ବସକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅପରେସନ ମୁଖ୍ୟ ଶ୍ରୀ ନୀଲେଶ ପୋଟଫଡେ, ପ୍ରକଳ୍ପ ମୁଖ୍ୟ ଶ୍ରୀ ପ୍ରଦୀପ କୁମାର ମହାନ୍ତି, ମାନବ ସମ୍ବଳ ବିଭାଗ ମୁଖ୍ୟ ଶ୍ରୀ ରମେନ୍ଦ୍ର ବଣିକ, କୌଶଳ ବିକାଶ ବିଭାଗ ମୁଖ୍ୟ ଶ୍ରୀ ସତୀଶ ମହାଜନ, ବାରିପଦା ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ହରିଶ ପଣ୍ଡା, ଶ୍ରୀ ତନୁଜ ପଟ୍ଟନାୟକ(ଏଚଓଜି ସିଭିଲ)ଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଏହି ଅବସରରେ ସିଇଓ ଶ୍ରୀ ବସକ କହିଥିଲେ ଯେ, ଟିପିଏନଓଡିଏଲ ବିଦ୍ୟୁତ ବିତରଣ କ୍ଷେତ୍ର ଜିଲ୍ଲାଗୁଡ଼ିକରେ ଆଉ ୩ଟି କୌଶଳ ବିକାଶ କେନ୍ଦ୍ର ପ୍ରତିଷ୍ଠା କରିବ। ବାଲେଶ୍ଵର ଓ ବେତନଟୀ ପରେ ଚଳିତ ବର୍ଷ ଶେଷ ସୁଦ୍ଧା କେନ୍ଦୁଝରରେ ଯୋଡ଼ା, ଭଦ୍ରକରେ ରାହାଞ୍ଜ ଓ ଯାଜପୁରର ପାଣିକୋଇଲିରେ ନୂଆ କୌଶଳ ବିକାଶ କେନ୍ଦ୍ର ଲୋକାର୍ପଣ କରାଯିବ।
ନିଜର କର୍ମଚାରୀଙ୍କ କୌଶଳ ବୃଦ୍ଧି କରିବା ସହ ସ୍ଥାନୀୟ ଆଇଟିଆଇ ଓ ଡିପ୍ଲୋମା ଅଧ୍ୟୟନରତ ପିଲାଙ୍କ ଦକ୍ଷତା ବଢାଇବା ସହ ସେମାନଙ୍କୁ ଅଧିକ କୁଶଳୀ କରିବାରେ ସହାୟକ ହେବ ବୋଲି ଶ୍ରୀ ବସକ କହିଥିଲେ।
ଅପରପକ୍ଷେ ଟିପିଏନଓଡିଏଲ ବିଭିନ୍ନ ସରକାରୀ ଆଇଟିଆଇଗୁଡିକ ସହ ବୁଝାମଣା ପତ୍ର ସ୍ଵାକ୍ଷର କରି ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ପିଲାଙ୍କ ଦକ୍ଷତା ବଢାଇବା ଦାୟିତ୍ଵ ନେଇଛି।
ଫଳରେ ପିଲାମାନେ କୁଶଳୀ ହେବା ସହ ନିଯୁକ୍ତି ପାଇବା ପାଇଁ ଦକ୍ଷ ହେଉଛନ୍ତି। କେବଳ ଇଲେକ୍ଟ୍ରିସିଆନ ବର୍ଗର ଛାତ୍ରଛାତ୍ରୀଙ୍କୁ ଏହି ପ୍ରଶିକ୍ଷଣ ଦିଆଯାଉଥିବା ବେଳେ ସେମାନଙ୍କୁ ଯୁଗ ଉପଯୋଗୀ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଶିଳ୍ପ ସଂସ୍ଥା ଅବଶ୍ୟକ କରୁଥିବା ଦକ୍ଷତା ଜ୍ଞାନ ପ୍ରଦାନ କରାଯାଉଛି।
ଏହି ଯୁଗାନ୍ତକାରୀ ପଦକ୍ଷେପ କେବଳ ଓଡିଶାର ଯୁବକମାନଙ୍କ ଦକ୍ଷତା ବୃଦ୍ଧି ନୁହେଁ ବରଂ ରାଜ୍ୟରେ ବିଦ୍ୟୁତ୍ ସେବା କ୍ଷେତ୍ରର ସାମଗ୍ରିକ ବିକାଶରେ ମଧ୍ୟ ସହାୟକ ହେଉଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031