Legatus

ଦରମା ଓ ଗ୍ରେଡପେ ବ୍ରୁଦ୍ଦି ଦାବୀ ନେଇ ଧାରଣାରେ ନୟାଗଡ଼ ଜିଲ୍ଲା ଅମଲା ସଘଂ

 Breaking News

ଦରମା ଓ ଗ୍ରେଡପେ ବ୍ରୁଦ୍ଦି ଦାବୀ ନେଇ ଧାରଣାରେ ନୟାଗଡ଼ ଜିଲ୍ଲା ଅମଲା ସଘଂ

ଦରମା ଓ ଗ୍ରେଡପେ ବ୍ରୁଦ୍ଦି ଦାବୀ ନେଇ ଧାରଣାରେ ନୟାଗଡ଼ ଜିଲ୍ଲା ଅମଲା ସଘଂ
June 04
18:10 2023

By Biswa Bhusan Mohapatra

Nayagarh,04/06 : ସ୍ନାତକ ଯୋଗ୍ୟତା ଭିତ୍ତିରେ ଦରମା ଓ ଗ୍ରେଡପେ ବ୍ରୁଦ୍ଦି ଦାବୀ ନେଇ ଧାରଣାରେ ନୟାଗଡ଼ ଜିଲ୍ଲା ଅମଲା ସଘଂ। ଜିଲ୍ଲାରେ ସରକାରୀ କାଯ୍ୟ ଠପ। କାଯ୍ୟାଳୟ ମାନଙ୍କରେ ଅଚଳାଅବସ୍ଥା। ନୟାଗଡ଼ ଜିଲ୍ଲା ମିଳିତ ଅମଲାମଞ୍ଚ ଡାକରାକ୍ରମେ ଜିଲ୍ଲାର ସମସ୍ତ ଅମଲା କଲମଛାଡ ଆନ୍ଦୋଳନ କରିବା ସହ ଧାରଣାରେ ବସିରହିଛନ୍ତି।
ସ୍ନାତକ ଯୋଗ୍ୟତା ଭିତିରେ ଜିଲ୍ଲାସ୍ତରୀୟ କନିଷ୍ଠ ଅମଲା ମାନଙ୍କର ମୁଳ ଦରମା ୯; ୩୦୦ ଟଙ୍କା ସହ ଗ୍ରେଡପେ ୪;୨୦୦ଟଙ୍କାକୁ ବ୍ରୁଦ୍ଦି କରିବା ସେମାନେ ଦାବୀକରିଛନ୍ତି। ଜିଲ୍ଲା ଅମଲାସଂଘର ଆବାହକ ଶ୍ରୀଧର କୁମାର ସାହୁ ,ଅଧ୍ୟକ୍ଷ କୈଳାସ ଚନ୍ଦ୍ର ଓଝା,ଉପସଭାପତି ରଶ୍ମୀରଜଂନ ଦାସ ପ୍ରମୁଖ ଏ ଧାରଣାର ନେତ୍ରୁତ୍ବ ନେଉଥିବା ବେଳେ ନୟାଗଡ଼ର ପ୍ରତେକ କାଯ୍ୟାଳୟର ଅମଲା ଏଥିରେ ଯୋଗଦେଇଛନ୍ତି।
ଗତ ୨୧ ତାରିଖରୁ ସଂଘ ପଖ୍ୟରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବୀପତ୍ର ଦିଆଯାଇଥାବା ବେଳେ ୨୨ ତାରିଖରୁ ଜିଲ୍ଲାର ସମସ୍ତ ଅମଲା କଳାବ୍ୟାଚ ପିନ୍ଦି ପ୍ରତିବାଦ କରିଆସୁଥିଲେ। ତେବେ ଦାବୀ ପୁରଣର କୈାଣସି ପ୍ରତିସ୍ରୁତି ନମିଳିବାରୁ ବାଧ୍ୟ ହୋଇ ଏହାର ପ୍ରତିବାଦରେ ଅମଲା ମାନେ ଧାରଣା ଦେଇଥିବା ଅମଲା ମଞ୍ଚର କର୍ମକର୍ତା ମାନେ ପ୍ରକାଶ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31