Indus Valley Times

ଦଶମ ବୋର୍ଡ ପରୀକ୍ଷାରେ A1ଗ୍ରେଡ଼ ଓ ଶତ ପ୍ରତିଶତଫଳ ପ୍ରାପ୍ତ ହାଇସ୍କୁଲକୁ ଜିଲ୍ଲା ପ୍ରଶାସନ ପକ୍ଷ ରୁ ଜ଼ିଲ୍ଲାସ୍ତରୀୟ ସମ୍ବର୍ଦ୍ଧନା ସମାରୋହ

 Breaking News

ଦଶମ ବୋର୍ଡ ପରୀକ୍ଷାରେ A1ଗ୍ରେଡ଼ ଓ ଶତ ପ୍ରତିଶତଫଳ ପ୍ରାପ୍ତ ହାଇସ୍କୁଲକୁ ଜିଲ୍ଲା ପ୍ରଶାସନ ପକ୍ଷ ରୁ ଜ଼ିଲ୍ଲାସ୍ତରୀୟ ସମ୍ବର୍ଦ୍ଧନା ସମାରୋହ

ଦଶମ ବୋର୍ଡ ପରୀକ୍ଷାରେ A1ଗ୍ରେଡ଼ ଓ ଶତ ପ୍ରତିଶତଫଳ ପ୍ରାପ୍ତ ହାଇସ୍କୁଲକୁ ଜିଲ୍ଲା ପ୍ରଶାସନ ପକ୍ଷ ରୁ ଜ଼ିଲ୍ଲାସ୍ତରୀୟ ସମ୍ବର୍ଦ୍ଧନା ସମାରୋହ
May 21
20:07 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୧/୫ : ବୁଧବାର ସକାଳ ୯ ଘଟିକା ସମୟ ରେ ଜ଼ିଲ୍ଲାପାଳ ଙ୍କ ସଦଭାବନା ଗୃହ ରେ ବୌଦ୍ଧ ଜ଼ିଲ୍ଲା ରେ
ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ୨୦୨୫ରେ A1ଗ୍ରେଡ଼ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ଏବଂ ଶତ ପ୍ରତିଶତ ପାସ କରିଥିବା ବିଦ୍ୟାଳୟର ଜିଲ୍ଲା ସ୍ତରୀୟ ସମ୍ବର୍ଦ୍ଧନା ସମାରୋହ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଟେମଲାଲ ଦୁବେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ସୁବ୍ରତ କୁମାର ପଣ୍ଡା ଉପସ୍ଥିତ ହୋଇ ୫ଟି ନ, ପାଞ୍ଚୋଟି ମ, ଅ ଓ ଆସ୍କ କୁ ନେଇ ଭାବଗର୍ଭକ ଉପଦେଶ ଦେଇଥିଲେ ।
ଶିକ୍ଷାର୍ଥୀଙ୍କୁ ଜଣେ ଉତ୍ତମ ମଣିଷ ହେଵା ସହ ନିଜର ପ୍ରଜ୍ଞାକୁ ଉଜ୍ଜୀବିତ କରିବାକୁ ଆହ୍ୱାନ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ବୌଦ୍ଧ ଶ୍ରୀ ପ୍ରଭାସଚନ୍ଦ୍ର ଦଣ୍ଡସେନା, ଉପ -ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ଜିଲ୍ଲା ମଙ୍ଗଳ ଅଧିକାରୀ ସୂର୍ଯ୍ୟନାରାୟଣ ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ, ଅତିରିକ୍ତ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ, ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉପେନ୍ଦ୍ର ପ୍ରଧାନ, ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡିବନ୍ଧୁ ବେହେରା ଉପସ୍ଥିତ ରହି ପିଲାଙ୍କ ସୁନ୍ଦର ଭବିଷ୍ୟତ ଗଢିବା ପାଇଁ ପରାମର୍ଶ ଦେଇଥିଲେ ।
ପରେ ପରେ A1ଗ୍ରେଡ଼ରେ ଉତ୍ତୀନ୍ନ ହୋଇଥବା ଜିଲ୍ଲାର ୬ଜଣ ତାରକା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବୌଦ୍ଧର ସ୍ୱୟଂ ସୂର୍ଯ୍ୟମ ଶାସିନୀ ଓ ଶାଶ୍ୱତ ଶେଖର ଶତପଥୀ, ପୁରୁଣାକଟକ ସରସ୍ବତୀ ଶିଶୁବିଦ୍ୟା ମନ୍ଦିରର ସିଦ୍ଧି ପ୍ରିୟଦର୍ଶିନୀ ମହାରଣା ଓ ସ୍ନିଗ୍ଧାଛାୟା ପ୍ରଧାନ,ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ, ବାଉଁସୁଣୀ ର ଛାତ୍ରୀ ପ୍ରୀତି ପ୍ରିୟଦର୍ଶିନୀ ପାଣ୍ଡେ, ପଞ୍ଚାୟତ ହାଇସ୍କୁଲ,ସଂଗ୍ରାମପୁର ର ଛାତ୍ର ଦୀପଲୁ ମେହେରଙ୍କୁ ପ୍ରଶଂସା ପତ୍ର, ଉପଢୌକନ ଏବଂ ଗଛ ଟିଏ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହା ସହ ଜିଲ୍ଲାରେ ଶତ ପ୍ରତିଶତ ପାସ କରିଥିବା ୧୯ ଗୋଟି ବିଦ୍ୟାଳୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବୌଦ୍ଧ ଓ ପୁରୁଣାକଟକ, ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ, ବାଉଁସୁଣି, ପଞ୍ଚାୟତ ହାଇସ୍କୁଲ, ସଂଗ୍ରାମପୁର, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବୌଦ୍ଧ, ମା ପୀତାବଳି ହାଇସ୍କୁଲ, ମର୍ଯ୍ୟାକୁଦ, ପଞ୍ଚାୟତ ହାଇସ୍କୁଲ, ମନୁପାଲି, ଜାନକୀ ଭିକାରି ହାଇସ୍କୁଲ, ମାଉଲସିଙ୍ଗା, ସରକାରୀ ନୋଡାଲ ହାଇସ୍କୁଲ, ହରଭଙ୍ଗା, ଗ୍ରାମ ପଞ୍ଚାୟତ ହାଇସ୍କୁଲ ସଂକୁଲେଇ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,(ଏସ ଏସ ଡି), ବଡ଼ବନ୍ଧ, ଜନତା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଆମ୍ବଗାଁ, ଗୁଡଭେଳିପଦର ହାଇସ୍କୁଲ, ସରକାରୀ ଉଚ୍ଚ ବିଦ୍ୟାଳୟ ବରଗାଁ, ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଉମା, ଦମାମୁଣ୍ଡା ହାଇସ୍କୁଲ,ଗବଜୋର ହାଇସ୍କୁଲ,ଖୁଣ୍ଟିଗୋରା ହାଇସ୍କୁଲ, ମାଆ ହାଇସ୍କୁଲ, ହାତୀପାଲି ର ପ୍ରଧାନ ଶିକ୍ଷକଙ୍କୁ ପ୍ରଶଂସା ପତ୍ର, ଉତ୍ତରୀୟ ଏବଂ ଗଛ ଟିଏ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ମାଆ ପାଇଁ ଗଛ ଟିଏ ପରିପ୍ରେକ୍ଷୀରେ ଜ଼ିଲ୍ଲାପାଳ ଙ୍କ ନୂତନ ପଦକ୍ଷେପ ଯୋଗୁଁ ଅତିଥି, ସମ୍ବର୍ଦ୍ଧିତ ଛାତ୍ରଛାତ୍ରୀ ଏବଂ ପ୍ରଧାନ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ଙ୍କୁ ଫୁଲତୋଡ଼ା ପରିବର୍ତ୍ତେ ଗଛଟିଏ ଦିଆଯାଇଥିଲା, ଫଳରେ ସମ୍ବର୍ଦ୍ଧନା ସଭା ଟି ଛୋଟ ଛୋଟ ଚକ୍ଷରମୟ ଏବଂ ସବୁଜ ସୁନ୍ଦର ଦେଖାଯାଉଥିଲା ।
ପରେ ଅମ୍ବାଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଶୁକଦେବ ପଣ୍ଡା ଓ ଶିଶୁମନ୍ଦିର ବୌଦ୍ଧର ପ୍ରଧାନ ଆଚାର୍ଯ୍ୟ ଶ୍ରୀବତ୍ସ ମିଶ୍ର ଭଲ ପରୀକ୍ଷା ଫଳ ପାଇଁ ବିଦ୍ୟାଳୟ ପକ୍ଷରୁ ନେଇଥିବା ପଦକ୍ଷେପ ଓ ତାଙ୍କର ଅନୁଭୂତି ବର୍ଣ୍ଣନା କରିଥିଲେ ।
ଶିକ୍ଷକ ନବ କିଶୋର ଦୀପ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ ଅତିଥି ପରିଚୟ ପ୍ରଦାନ କରିଥିଲେ ।
ଛାତ୍ର ସାଇ ଶ୍ରେୟାଂଶୁ ସାହୁ ସ୍ୱାଗତ ସଂଗୀତ ପରିବେଷଣ କରିବା ସହ ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉପେନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟ ର ସମସ୍ତ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930