Indus Valley Times

ଦିନ ୧୦ଟା ଯାଏଁ ଲାଗି ରହୁଛି କୁହୁଡ଼ି, ଯାତାୟତରେ ହେଉଛି ନାନା ଅସୁବିଧା

 Breaking News

ଦିନ ୧୦ଟା ଯାଏଁ ଲାଗି ରହୁଛି କୁହୁଡ଼ି, ଯାତାୟତରେ ହେଉଛି ନାନା ଅସୁବିଧା

ଦିନ ୧୦ଟା ଯାଏଁ ଲାଗି ରହୁଛି କୁହୁଡ଼ି, ଯାତାୟତରେ ହେଉଛି ନାନା ଅସୁବିଧା
January 04
15:20 2025

ଭୁବନେଶ୍ୱର, ୪/୧: କଲବଲ କରୁଛି ଶୀତ। ପ୍ରବଳ ଜାଡରେ ଥରୁଛି ସାରା ରାଜ୍ୟ। ସକାଳ ୧୦ଟା ନ ହେଲେ ଘରୁ ବାହାରିହେଉନି । ୧୦ ଡିଗ୍ରୀ ତଳେ ରାଜ୍ୟର ୯ ସହରର ତାପମାତ୍ରା । ୭.୫ ଡିଗ୍ରୀ ସହ ଫୁଲବାଣୀ ଆଜି ସବୁଠୁ ଥଣ୍ଡା ସହର ପାଲଟିଛି ।
କୋରାପୁଟରେ ୮.୮ ଡିଗ୍ରୀ, ଝାରସୁଗୁଡାରେ ୯, ଅନୁଗୁଳ ୯, ଦାରିଙ୍ଗବାଡି ୯.୫ ଭବାନୀପାଟଣା ୯.୯ ଡିଗ୍ରୀ ତାପମାତ୍ରା ରେକର୍ଡ, ରାଉରକେଲାରେ ୮.୭ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୨.୭ ଡିଗ୍ରୀକୁ ଖସିଛି ।
ସୂଚନା ଅନୁଯାୟୀ ଆସନ୍ତାକାଲି ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡି ହେବାର ସମ୍ଭାବନା ରହିଛି । ବିଶେଷକରି ରାଜ୍ୟର ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, କଟକ, ଗଞ୍ଜାମ, ଗଜପତି, ନୟାଗଡ଼, କେନ୍ଦୁଝର, ମୟୂରଭଂଜ ଆଦି ଜିଲ୍ଲାରେ ଘନ କୁହୁଡି ସମ୍ଭାବନା ରହିଛି । ତେବେ ଆଗାମୀ ୭ ଦିନ ପାଇଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031