Indus Valley Times

ଦୀର୍ଘ ୨୦ ବର୍ଷ ପରେ ଏକାଠି ହେଲେ ପୁରାତନ ଛାତ୍ରଛାତ୍ରୀ: ବରଡ଼ା ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାଳୟର ୨୦୦୬ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ

 Breaking News

ଦୀର୍ଘ ୨୦ ବର୍ଷ ପରେ ଏକାଠି ହେଲେ ପୁରାତନ ଛାତ୍ରଛାତ୍ରୀ: ବରଡ଼ା ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାଳୟର ୨୦୦୬ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ

ଦୀର୍ଘ ୨୦ ବର୍ଷ ପରେ ଏକାଠି ହେଲେ ପୁରାତନ ଛାତ୍ରଛାତ୍ରୀ: ବରଡ଼ା ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାଳୟର ୨୦୦୬ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ
February 11
18:30 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୧/୨: କନ୍ଧମାଳ ଜିଲ୍ଲା ଲାଇନପଡା ନିକଟସ୍ଥ ବରଡ଼ା ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାଳୟର ୨୦୦୬ ମସିହା ମ୍ୟାଟ୍ରିକ ବ୍ୟାଚର ପୁରାତନ ଛାତ୍ରଛାତ୍ରୀ ଙ୍କ ଏକ ଭବ୍ୟ ବନ୍ଧୁମିଳନ କାର୍ଯ୍ୟକ୍ରମ ସାଲୁଙ୍କି ଡ୍ୟାମ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୨୦ ବର୍ଷ ପରେ ଆୟୋଜିତ ଏହି ମିଳନୋତ୍ସବରେ ଶତାଧିକ ପୁରାତନ ଛାତ୍ର ଛାତ୍ରୀ ଯୋଗ ଦେଇ ନିଜ ନିଜର ସ୍ମୃତି ଚାରଣ କରିଥିଲେ।
ପୂଜାର୍ଚ୍ଚନା ଏବଂ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଏହି ଅବସରରେ ପୂର୍ବତନ ଶିକ୍ଷକ ଏବଂ ଦେହାନ୍ତ ହୋଇଥିବା ସହପାଠୀଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।
ଦୀର୍ଘ ଦିନ ପରେ ପରସ୍ପରକୁ ଭେଟି ଛାତ୍ରମାନେ ନିଜ ପିଲାଦିନର ସ୍ମୃତିକୁ ମନେ ପକାଇବା ସହ ଭାବର ଆଦାନ ପ୍ରଦାନ କରିଥିଲେ।
ଏ ନେଇ ଆୟୋଜିତ ଆଲୋଚନା ସଭାରେ ଆସ୍ତିକ ମୁଖୀ, ଭାଗବତ ମୁଖୀ, ସୁନୀଲ ଦିଗାଲ, ରାମେଶ୍ୱର ନାୟକ, କଳ୍ପନା ଦିଗାଲ, ଧରିତ୍ରୀ ମୁଖୀ, ମଥୁରା ଗଣ୍ଡା, କମଳାକାନ୍ତ ଦିଗାଲ, ନିକୁଞ୍ଜ ମଳିକ, ବିରାଜ କହଁର, ଦୃଶିଲା କହଁର, ସାରଳା, ଆଶିଷ, ଶରତ, ପବିତ୍ର, ପ୍ରଦୀପ, ଋତୁନ ଏବଂ ଅନ୍ୟ ଛାତ୍ରଛାତ୍ରୀ ପ୍ରମୁଖ ସମସ୍ତ ପୁରାତନ ଛାତ୍ରଛାତ୍ରୀ ଙ୍କ ସହ ଯୋଗାଯୋଗ କରି ଏଭଳି କାର‌୍ୟ୍ୟକ୍ରମ ସମ୍ପାଦିତ କରିଥିବାରୁ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା।
ଚଳିତବର୍ଷ ଭଳି ପ୍ରତିବର୍ଷ ପୁରାତନ ଛାତ୍ରଛାତ୍ରୀ ସଂଘ ପକ୍ଷରୁ ଏପରି ବନ୍ଧୁମିଳନ କାର୍ଯ୍ୟକ୍ରମ କରାଯିବା ସହ ଆସନ୍ତା ବର୍ଷ ଠାରୁ ଅନ୍ୟ ସମସ୍ତ ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ କରାଯିବା ପାଇଁ ସଭାରେ ବିଧିବଦ୍ଧ ପ୍ରସ୍ତାବ ଗୃହୀତ କରାଯାଇଥିଲା।
ନିଜ ନିଜ ବୃତ୍ତିଗତ କାର୍ଯ୍ୟରେ ଉଲ୍ଲେଖନୀୟ ସଫଳତା ପାଇଁ ସଭାରେ ଉପସ୍ଥିତ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜଳମୟ ଭବିଷ୍ୟତ କାମନା କରାଯାଇଥିଲା।
ବିପର୍ଯ୍ୟାସ୍ତ ଆଇନ ଶୃଙ୍ଖଳା, ନାରୀ ନିର୍ଯ୍ୟାତନା ଓ ମଣ୍ଡି ରୁ ଚାଷୀ ଙ୍କ ଧାନ ନ ଉଠିବା ପ୍ରସଙ୍ଗ ରେ ଆନ୍ଦୋଳନ ନେଇ ବିଜେଡିର ପ୍ରସ୍ତୁତି ବୈଠକ
ବାଲିଗୁଡା, ୧୧/୨: ରାଜ୍ୟ ସରକାର ଙ୍କ ଚାଷୀ ମାରଣ ନୀତି,ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି,ଜବର ଦଖଲ ଉଛେଦ ଭଳି ବିଭିନ୍ନ ପ୍ରସଙ୍ଗ ନେଇ ବାଲିଗୁଡା ରେ ବିଜେଡି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ବିଜେଡି ଉପସଭାପତି ଟୁନା ଦାସ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି କ୍ଷ
ଏ ନେଇ ବିଜେଡି ପକ୍ଷରୁ ଏକ ବାଇକ ଶୋଭାଯାତ୍ରା କରାଯିବା ସହ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ବିଜେଡି ପକ୍ଷରୁ ଏହି ପ୍ରସ୍ତୁତି ବୈଠକ କରାଯାଇଛି କ୍ଷ ଏହି ବୈଠକରେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରମୋଦ କୁମାର ସାହୁ, ବାଲିଗୁଡା ନଗର ବିଜେଡି ସଭାପତି ସାବେଜ ଉଦିନ, ବାଲିଗୁଡା ବ୍ଲକ ବିଜେଡି ସଭାପତି ଅବନୀକାନ୍ତ ନାୟକ, ଏନଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଙ୍କ ସମେତ ବହୁ ବିଜେଡି କର୍ମୀ ଯୋଗ ଦେଇଥିଲେ ।
ବିଜେପି ର ଉଣେଇଶି ମାସ ର ସରକାର ରେ ରାଜ୍ୟରେ ବଢ଼ି ଚାଲିଥିବା ନାରୀ ନିର୍ଯ୍ୟାତନା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଜବର ଦଖଲ ଉଛେଦ ନାଁ ରେ ଘର ଭଙ୍ଗା ଯିବା ସହ ମଣ୍ଡିରୁ ଚାଷୀ ଙ୍କ ଧାନ ନ ଉଠିବା ଭଳି ବିଭିନ୍ନ ସମସ୍ୟା କୁ ନେଇ ବଡ଼ ଧରଣର ଆନ୍ଦୋଳନ କୁ ଓଲ୍ହାଇବ ବୋଲି ବିଜେଡି କହିଛି ।
ଏଥିସହ କନ୍ଧମାଳ ଜିଲ୍ଲା ର ତିନୋଟି ନିର୍ବାଚନ ମଣ୍ଡଳୀ ରେ ବିଜେଡି ପ୍ରତିବାଦ କରିବା ସହ ଜିଲାପାଳ,ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମେତ ଥାନା ଘେରାଉ କରିବ ବୋଲି ମଧ୍ୟ ବିଜେଡି ଚେତାବନୀ ଦେଇଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031