Indus Valley Times

ଦୁଇ କଲେଜ୍ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ; ଛୁରାମାଡ଼ରେ ଜଣେ ଛାତ୍ର ଗୁରୁତର

 Breaking News

ଦୁଇ କଲେଜ୍ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ; ଛୁରାମାଡ଼ରେ ଜଣେ ଛାତ୍ର ଗୁରୁତର

ଦୁଇ କଲେଜ୍ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ; ଛୁରାମାଡ଼ରେ ଜଣେ ଛାତ୍ର ଗୁରୁତର
December 08
18:53 2025

ବାରିପଦା,୮/୧୨: ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ ଛାତ୍ରଙ୍କୁ ଛୁରାମାଡ଼ ହୋଇ ସେ ଗୁରୁତର ହୋଇଛନ୍ତି। ଗୁରୁତ୍ୱର ଛାତ୍ର ଜଣକ ହେଲେ ଯୁକ୍ତ ଦୁଇ ବାଣିଜ୍ୟ ଦ୍ୱିତୀୟ ବର୍ଷର ପ୍ରହ୍ଲାଦ ବିନ୍ଧାଣି ।
ଅବସ୍ଥା ଗୁରୁତର ଥିବାରୁ ଛାତ୍ରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଏ ନେଇ ଅଭିଯୁକ୍ତ ଛାତ୍ରକୁ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଛି । ଅଭିଯୁକ୍ତ ଛାତ୍ର ଜଣକ ହେଲେ ବାରିପଦା ସଦର ଥାନା ଅଧୀନ ଦାମୋଦରପୁର୍ ଗ୍ରାମର ଅକ୍ଷୟ ବିଶ୍ବାଳ। ଅକ୍ଷୟ ମଧ୍ୟ ବାଣିଜ୍ୟ ଦ୍ବିତୀୟ ବର୍ଷ ଛାତ୍ର ।
ଘଟଣାକୁ ନେଇ କଲେଜ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଉତ୍ୟକ୍ତ ଗ୍ରାମବାସୀ କଲେଜରେ ତାଲା ପକାଇଛନ୍ତି । କଲେଜ ଭିତରେ ଅଧ୍ୟାପକ ଓ କର୍ମଚାରୀ ଅଟକ ରହିଛନ୍ତି ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31