Indus Valley Times

ଦୁଗ୍ଧ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବ ଓଡ଼ିଶା: ମୁଖ୍ୟମନ୍ତ୍ରୀ

 Breaking News

ଦୁଗ୍ଧ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବ ଓଡ଼ିଶା: ମୁଖ୍ୟମନ୍ତ୍ରୀ

ଦୁଗ୍ଧ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବ ଓଡ଼ିଶା: ମୁଖ୍ୟମନ୍ତ୍ରୀ
June 01
19:40 2025

ଭୁବନେଶ୍ୱର,୧/୬: ଜୁନ ଆରମ୍ଭରୁ ପକେଟ ଉପରେ ଛାଟ। ରାଜ୍ୟରେ ବଢ଼ିଲା ଓମ୍‌ଫେଡ୍ କ୍ଷୀର ଦାମ୍‌। ଏଣିକି ଲିଟର ପିଛା ୨ ଟଙ୍କା ଅଧିକ ଗଣିବେ ଗ୍ରାହକ। ପୂର୍ବରୁ ବଜାରରେ ଓମଫେଡ୍ କ୍ଷୀର(୫୦୦ ଗ୍ରାମ) ପ୍ୟାକେଟ୍ ମୂଲ୍ୟ ୨୬ ଟଙ୍କା ରହିଥିବା ବେଳେ ଏବେ ତାହା ବଢ଼ିଯିବ। ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଗ୍ଧଚାଷୀଙ୍କୁ ଲିଟର ପିଛା ଅଧିକ ୩ ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ଏହାପରେ ଓମଫେଡ୍ ମୂଲ୍ୟ ବୃଦ୍ଧି ପାଇଛି।
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପ୍ରକାରେ, ଚାଷୀମାନେ ଲିଟର ପିଛା ଅଧିକ ୩ ଟଙ୍କା ପାଇବେ। ଏମିତିରେ ଖାଉଟିଙ୍କ ପାଇଁ ବୃଦ୍ଧି ହେବାକୁ ଥିବା ୪ ଟଙ୍କାରୁ ୨ ଟଙ୍କା ସରକାର ବହନ କରିବେ। ତେବେ ବାକି ୨ ଟଙ୍କା ଖାଉଟିଙ୍କୁ ବହନ କରିବାକୁ ପଡ଼ିବ। ଏହି ଘୋଷଣା ପରେ ରାଜ୍ୟର ୨ ଲକ୍ଷ ୫୦ ହଜାର ଦୁଗ୍ଧଚାଷୀ ଉପକୃତ ହେବେ। ଏହାଛଡ଼ା ଚାଷୀଙ୍କ ଅକାଳ ମୃତ୍ୟୁ ହେଲେ ୧ ଲକ୍ଷ ଟଙ୍କାର ଜୀବନବୀମା ମିଳିବ ବୋଲି କୁହାଯାଇଛି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031