Indus Valley Times

ଦୋକାନ ଘର ଭିତରୁ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର, ସୁଇସାଇଡ୍ ନୋଟ୍ ଜବତ କଲା ପୁଲିସ

 Breaking News

ଦୋକାନ ଘର ଭିତରୁ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର, ସୁଇସାଇଡ୍ ନୋଟ୍ ଜବତ କଲା ପୁଲିସ

ଦୋକାନ ଘର ଭିତରୁ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର, ସୁଇସାଇଡ୍ ନୋଟ୍ ଜବତ କଲା ପୁଲିସ
June 16
21:10 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୧୬/୬: ଦୋକାନ ଘର ଭିତରୁ ମିଳିଲା ବ୍ୟବସାୟୀଙ୍କ ମୃତଦେହ । ଘରେ କେହି ନଥିବା ବେଳେ ମାନସିକ ଭାରସାମ୍ୟ ହରାଇ ବ୍ୟବସାୟୀ ଜଣକ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।
ମୃତକ ହେଉଛନ୍ତି ପାବୁରିଆ ଗାଁର ବ୍ୟବସାୟୀ ଶିବାନନ୍ଦ ଦାସ । କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ସାରଙ୍ଗଡ଼ ଥାନା ଅନ୍ତର୍ଗତ ପାବୁରିଆ ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି।
ସୂଚନା ମୁତାବକ, ସୋମବାର ସକାଳୁ ବ୍ୟବସାୟୀ ଶିବାନନ୍ଦ ଦୋକାନ ନ ଖୋଲିବାରୁ ପାଖ ପଡ଼ୋଶୀ ଲୋକେ କବାଟ ବାଡ଼େଇ ଡାକିଥିଲେ । ଭିତରୁ କିଛି ଉତ୍ତର ନପାଇବାରୁ ସନ୍ଦେହ ହୋଇଥିଲା ଏବଂ ପୁଲିସକୁ ଜଣାଇଥିଲେ ସ୍ଥାନୀୟ ଲୋକେ । ଖବରପାଇ ସାରଙ୍ଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ ।
ପରିବାର ଲୋକେ ପହଞ୍ଚିବା ପରେ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିବା ବେଳେ ଘଟଣାସ୍ଥଳରୁ ସୁଇସାଇଡ୍ ନୋଟ୍ ଜବତ କରି ତଦନ୍ତ ଆରମ୍ଭ କରିଛି ପୁଲିସ । ସେପଟେ ଜାଗାବାଡ଼ି କିଣାବିକାକୁ ନେଇ ଲକ୍ଷାଧିକ ଟଙ୍କା ଦେଇ ହତାଶ ହୋଇ ଶେଷରେ ଆତ୍ମହତ୍ୟା କରିବାକୁ ଶିବାନନ୍ଦ ବାଧ୍ୟ ହୋଇଛନ୍ତି ବୋଲି ପରିବାର ଲୋକେ କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031