Indus Valley Times

ଧରିତ୍ରୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ସମ୍ପର୍କିତ ପଲ୍ଲିସଭା ଅନୁଷ୍ଠିତ

 Breaking News

ଧରିତ୍ରୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ସମ୍ପର୍କିତ ପଲ୍ଲିସଭା ଅନୁଷ୍ଠିତ

ଧରିତ୍ରୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ସମ୍ପର୍କିତ ପଲ୍ଲିସଭା ଅନୁଷ୍ଠିତ
April 30
08:45 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା,୩୦/୪: ପ୍ରଧାନମନ୍ତ୍ରୀ ଧରିତ୍ରୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ଯୋଜନାରେ ଖୋର୍ଦ୍ଧା ବ୍ଲକର ୩ଟି ଗ୍ରାମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୨୫ ଟି ସରକାରୀ ଯୋଜନା ତୁରନ୍ତ କାର୍ଯ୍ୟକାରୀ କରାଯିବ ।
ଏନେଇ ଆଜି ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ବ୍ରହ୍ମପୁରା ଗ୍ରାମରେ ଏକ ଜରୁରୀ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ଖୋର୍ଦ୍ଧା,ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷୀରାବ୍ଧୀ ତନୟା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଯୋଗଦେଇ କେନ୍ଦ୍ର ସରକାରଙ୍କ ଆଦିବାସୀ ଜନଜାତି ମାନଙ୍କ ବିକାଶ ପାଇଁ ହୋଇଥିବା ଯୋଜନା ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।
ବିଶେଷ କରି ସାମାଜିକ ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଜଳ, ବିଜୁଳୀ, ସାମାଜିକ ଓ ଆର୍ଥକ ସ୍ତରରେ ବିକାଶ ଦିଗରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ ।
ଧରିତ୍ରୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ଯୋଜନାରେ ଦେଶର ୬୩ ହଜାର ଗ୍ରାମରେ ପ୍ରାୟ ୮୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବା ପାଇଁ ସ୍ଥିର କରାଯାଉଥିବା ବେଳେ, ସରକାରଙ୍କ ୧୭ ବିଭାଗ ଏହି କାର୍ଯ୍ୟକ୍ରମର ତଦାରଖ କରିବ । ଆଜିର ଏହି କାର‌୍ୟ୍ୟକ୍ରମ ବ୍ରହ୍ମପୁରା ଓ ଶିଆଳିଆ ଗ୍ରାମର ବୁଦ୍ଧିଜୀବୀଙ୍କ ଠାରୁ ଆରମ୍ଭ କରି ଖୋର୍ଦ୍ଧା ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସ୍ଥାନୀୟ ସରପଂଚ, ସମିତି ସଭ୍ୟ ଓ ୱାର୍ଡ଼ମେମ୍ବର ମାନେ ଯୋଗଦେଇଥିଲେ ।
ବିଶେଷ କରି ଗ୍ରାମରେ ଭିତିଭୁମିର ବିକାଶ କିଭଳି ଗ୍ରାମ ସଭାରେ ଗ୍ରାମ ଲୋକଙ୍କ ମତାମତକୁ ପ୍ରାଧାନ୍ୟ ଦେଇ କରାଯିବ ସେ ଦିଗରେ ଅଧିକାରୀ ମାନେ ଯତ୍ନବାନ ହେବାକୁ ବିଧାୟକ ଶ୍ରୀ ଜଗଦ୍ଦେବ ପରାମର୍ଶ ଦେଇଥିଲେ ।
ଏଥିସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା କିଭଳି ତଳସ୍ତରରେ କାର‌୍ୟ୍ୟକାରି ହେବ ସେ ନେଇ ଆଲୋଚନା କରାଯାଇଥିଲା ।
ଏହି ଅବସରରେ ବ୍ରହ୍ମପୁରା ଆଖପାଖ ଗ୍ରାମର ଲୋକାମାନେ ଉପସ୍ଥିତ ରହି ସେମାନଙ୍କର ସାମୁହିକ ଓ ବ୍ୟକ୍ତିଗତ ସମସ୍ୟା ବିଧାୟକଙ୍କୁ ଦରଖାସ୍ତ ମାଧ୍ୟମରେ ଅଭିଯୋଗ କରିଥିବା ବେଳେ, ଏସବୁ ସମସ୍ୟାର ଯଥାଶୀଘ୍ର ସମାଧାନ ପାଇଁ ଶ୍ରୀ ଜଗଦ୍ଦେବ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31