Indus Valley Times

ଧର୍ମଶାଳା ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳନ

 Breaking News

ଧର୍ମଶାଳା ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳନ

ଧର୍ମଶାଳା ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳନ
August 30
22:35 2026

ଗୁଲାମ୍ ଗସ୍‌ଙ୍କ ରିପୋର୍ଟ
ଧର୍ମଶାଳା,୩୦/୮ : ଧର୍ମଶାଳା ମହାବିଦ୍ୟାଳୟର ୪୯ତମ ପ୍ରତିଷ୍ଠା ଦିବସ ଆଜି କଲେଜ ପରିସରରେ ଅନିଷ୍ଠିତ ହୋଇଯାଇଛି।
ଉକ୍ତ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର୍ ସୁରେଶ ଚନ୍ଦ୍ର ଦାସ ସଭାପତିତ୍ୱ କରିଥିଲେ। ଅତିଥି ମାନଙ୍କୁ ସ୍ୱାଗତ କରିବା ନିମନ୍ତେ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ଏବଂ ସଙ୍ଗୀତ ଶିକ୍ଷକ ପୀତବାସ କର ସ୍ୱାଗତ ସଙ୍ଗୀତ ଗାନ କରିଥିଲେ।
ମୁଖ୍ୟବକ୍ତା ଭାବରେ ମହାବିଦ୍ୟାଳୟର ପୂର୍ବତନ ଇଂରାଜୀ ବିଭାଗର ଅଧ୍ୟାପକ ମନୋରଞ୍ଜନ ମହାନ୍ତି ପିଲାମାନଙ୍କୁ କିପରି ଜଣେ ଉତ୍ତମ ମଣିଷ ହୋଇ କଲେଜର ନାମକୁ ଗୌରବାନ୍ୱିତ କରିବ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।
ସମ୍ମାନିତ ଅତିଥି ଭାବେ ଡ଼ଃ. ପ୍ରିୟନାଥ ମହାପାତ୍ର ଯୋଗଦେଇ ପିଲାମାନଙ୍କ ଉଦ୍ଦେଶ୍ୟରେ ନିଜର ସମ୍ଭାଷଣ ରଖିଥିଲେ। ପିଲାମାନେ କଠିନ ପରିଶ୍ରମ କଲେ କିପରି ସଫଳତାର ଶୀର୍ଷରେ ପହଞ୍ଚିପାରିବେ ସେ ସମ୍ପର୍କରେ ସଂକ୍ଷେପରେ ଅଧ୍ୟକ୍ଷ ଶ୍ରୀ ଦାଶ ସୂଚନା ଦେଇଥିଲେ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଡ଼ଃ. ବସନ୍ତ କୁମାର ତ୍ରିପାଠୀ।
ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପୁରାତନ ଅଧ୍ୟକ୍ଷ ଜୟନ୍ତ କୁମାର ସାହୁ, ପୂର୍ବତନ ଅଧ୍ୟାପକ ଅରବିନ୍ଦ ମହାନ୍ତି, ପୂର୍ବତନ କଲେଜ୍ କର୍ମଚାରୀ ମନୋରଞ୍ଜନ ପାଣିଗ୍ରାହୀ, ପ୍ରଦୀପ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।
ଉକ୍ତ ଉତ୍ସବରେ ମହାବିଦ୍ୟାଳୟର କାର୍ଯ୍ୟରତ ସମସ୍ତ ଅଧ୍ୟାପକ ସନ୍ତୋଷ କୁମାର ଦାଶ, ଚତୁର୍ଭୁଜ ବେହେରା, ପ୍ରଦୀପ ସାମଲ, ରେଖାରାଣୀ ଖୁଣ୍ଟିଆ,ଅଧ୍ୟାପକ ବିଶ୍ୱଜିତ୍ ଦାସ , ଅଧ୍ୟାପିକା ସସ୍ମିତା ସାମଲ, ଅଧ୍ୟାପିକା ଲିନା ରାୟ, ସସ୍ମିତା ପଣ୍ଡା, ରେଖାରାଣୀ ଖୁଣ୍ଟିଆ, ଦେବସ୍ମିତା ନାୟକ ଶ୍ରୀପଦା ପ୍ରିୟଦର୍ଶିନୀ ଅଧ୍ୟାପକ ମିହିର କାନ୍ତ ରାଉତ୍ ଅଧ୍ୟାପକ ଆଶିଷ କୁମାର୍ ଦାସ ଅଧ୍ୟାପକ ମୃତ୍ୟୁଞ୍ଜୟ ଦାସ, ଅଧ୍ୟାପକ ଦୀପକ୍ କୁମାର ଶତପଥୀ, ଅଧ୍ୟାପକ ମାନସ କୁମାର ଷଡଙ୍ଗୀ, ଅଧ୍ୟାପକ ଶ୍ରୀଧର ମହାକୁଡ଼, ଅଧ୍ୟାପକ ଅମୀୟ ପଣ୍ଡା,ଅଧ୍ୟାପିକା ସୁପ୍ରିୟା ସାମଲ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ଚଳିତ ବର୍ଷ କଳା, ବିଜ୍ଞାନ ଓ ବାଣିଜ୍ୟରେ ସର୍ବାଧିକ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀମାନଙ୍କୁ ସମ୍ଭର୍ଦ୍ଧନା କରାଯାଇଥିଲା ।
ଶେଷରେ ଅଧ୍ୟାପିକା ଲିନା ରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ କଲେଜର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930