Indus Valley Times

ନଦୀକୁ ଗାଧୋଇବାକୁ ଯାଇଥିଲେ, ମହିଳାଙ୍କୁ ଟାଣିନେଲା କୁମ୍ଭୀର

 Breaking News

ନଦୀକୁ ଗାଧୋଇବାକୁ ଯାଇଥିଲେ, ମହିଳାଙ୍କୁ ଟାଣିନେଲା କୁମ୍ଭୀର

ନଦୀକୁ ଗାଧୋଇବାକୁ ଯାଇଥିଲେ, ମହିଳାଙ୍କୁ ଟାଣିନେଲା କୁମ୍ଭୀର
August 16
12:50 2023

ଯାଜପୁର,୧୬/୮ : ମହିଳାଙ୍କୁ ଟାଣିନେଇ ଖାଇଦେଲା କୁମ୍ଭୀର। ଘଟଣା ଘଟିଛି ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅନ୍ତର୍ଗତ ପାଟପୁର ଠାରେ। ମୃତ ମହିଳା ଜଣଙ୍କ ହେଲେ ଅନାମ ଚରଣ ଜେନାଙ୍କ ପତ୍ନୀ ଜୋସ୍ନା ଜେନା।
ଆଜି ସକାଳେ ଜୋସ୍ନା ବିରୂପା ନଦୀକୁ ଲୁଗା ଧୋଇବାକୁ ଯାଇଥିଲେ। ଏହି ସମୟରେ ତାଙ୍କୁ କୁମ୍ଭୀର ଟାଣିନେଇଥିଲା। ଏନେଇ ଗ୍ରାମବାସୀ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍କୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍ ପହଞ୍ଚି ଜୋସ୍ନାଙ୍କ ଖୋଜାଖୋଜି କରିଥିଲେ। କିଛି ସମୟ ଖୋଜାଖୋଜି କରିବା ପରେ ମହିଳାଙ୍କ ଖଣ୍ଡବିଖଣ୍ଡ ମୃତଦେହ ନଦୀରୁ ଉଦ୍ଧାର କରାଯାଇଛି। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।
ଏହି ଘଟଣାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିରୂପା ନଦୀରେ କୁମ୍ଭୀର ଥିବା ନେଇ ବନ ବିଭାଗକୁ ବାରମ୍ବାର ଅବଗତ କରାଇଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରଯାଇ ନାହିଁ। ପ୍ରଶାସନ ପକ୍ଷରୁ ମଧ୍ୟ ଲୋକମାନଙ୍କୁ ସଚେତନା କରାଯାଇନାହିଁ କି ନଦୀକୁ ଯିବାକୁ ଲୋକଙ୍କୁ ବାରଣ କରାଯାଇନାହିଁ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031