Indus Valley Times

ନାରାଯଣନଗର ଯୁଗ୍ମମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠତ

 Breaking News

ନାରାଯଣନଗର ଯୁଗ୍ମମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠତ

February 01
11:22 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧/୨ : ନାରାୟଣନଗର ଯୁଗ୍ମ ମନ୍ଦିର ପ୍ରତିଷ୍ଠା ଉତ୍ସବ,ସପ୍ତମ ଦିନରେ ଅକ୍ରୁରଙ୍କର ହରି ନାମ ଗାନ ଗୋପପୁରକୁ ଗମନ ମଞ୍ଚସ୍ଥ ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଂଚାୟତ ଲୋକକଳା ଗ୍ରାମ ନାରାୟଣନଗର ଠାରେ ନିର୍ମାତ ହୋଇଥିବା ଭବ୍ୟ ଯୁଗ୍ମ ମନ୍ଦିର ଶ୍ରୀଜଗନ୍ନାଥ ଓ ଶ୍ରୀରାମଙ୍କ ପ୍ରତିଷ୍ଠା ଦିବସର ସପ୍ତମ ଦିବସରେ କଂସ ମହାରାଜ ଆଦେଶ କ୍ରମେ ଅକ୍ରୁରଙ୍କର ହରି ନାମ ଗାନ ଓ ଗୋପପୁର ଗମନ ନାଟକ ମଞ୍ଚସ୍ଥ ହୋଇଛି ।
ଏଥିରେ କଂସ ଭୂମିକାରେ ଶୁଶିଲ କୁମାର ମେହେର, କୃଷ୍ଣ -ଶିଶୁ କଳାକାର -ଗଣେଶ ମେହେର, ବଳରାମ -ରାଜେନ୍ଦ୍ର ମେହେର, ନନ୍ଦରାଜା-ବୁଦ୍ଧଦେବ ମେହେର, ଯୋଶଦା – ଡୁଲେଶ୍ୱରୀ ମେହେର ଓ ଓଡିଶା ଷ୍ଟେଟ ବ୍ରିଗେଡ଼ ସ୍କୁଲର ଛାତ୍ରଛାତ୍ରୀ ଗୋପୀ ଓ ଗୋପାଳ ଭୂମିକାରେ ଅଭିନୟ କରିଥିଲେ ।
ଏହାପରେ ଜହ୍ନାପଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟର, ଓଡିଶା ଷ୍ଟେଟ ବ୍ରିଗେଡ଼ ସ୍କୁଲ ,ଲକ୍ଷ୍ମୀପ୍ରସାଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଜଗତି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ଅନ୍ୟ କଳାକାର ମାନଙ୍କ ଦ୍ଵାରା ସାଂକୃତିକ ନୃତ୍ୟ ପରିବେଷଣ ହୋଇଥିଲା ।
ପୁରୀ ଶ୍ରୀମନ୍ଦିର ଭଳି ନିର୍ମିତ ହୋଇଥିବା ନାମ ମଣ୍ଡପରେ ହରିନାମ ଚାଲିଛି । ସକାଳେ ବ୍ୟାସ ଶାନ୍ତନୁ ତ୍ରିପାଠୀଙ୍କଦ୍ଵାରା ନବାହ ପରାୟଣ କାର୍ଯ୍ୟକ୍ରମ ହେଉଥିବା ବେଳେ ସନ୍ଧ୍ୟାରେ ଅନ୍ଧ ପ୍ରବଚକ ପରକ୍ଷିତ ମହାରାଜଙ୍କ ଦ୍ଵାରା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି ।
ଏହି ଯାତ୍ରାକୁ ଉପଭୋଗ କରିବାକୁ ମଧ୍ୟ୍ୟ ରାତ୍ରି ପର‌୍ୟ୍ୟନ୍ତ ହଜାର ହଜାର ଭକ୍ତଙ୍କ ଭିଡ଼ ହୋଇଥିଲା । ମନ୍ଦିର ନିର୍ମାଣ କମିଟି ସଭାପତି ରାଜେନ୍ଦ୍ର ମେହେରଙ୍କ ତତ୍ଵାବଧାନରେ ଅନୁଷ୍ଠିତ ଏହି ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।
ଆଜିର କଂସ ଦରବାରରେ ନିମଂତ୍ରିତ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଉପ ଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ ପ୍ରବୀଣ କୁମାର ବଣୁଆ, ସମ୍ମାନିତ ଅତିଥି ଭାବେ ବୌଦ୍ଧ ମୋଟର ଜାନ ନିରୀକ୍ଷକ ଗୋପାଳ ଚନ୍ଦ୍ର ହାଁସଦା, ବିଶିଷ୍ଟ ବ୍ୟବସାୟୀ ରାଧେଶ୍ୟାମ ସିଂଘଲ, ରାଧାନଗର ସରପଞ୍ଚ ଗଣେଷ କୁମାର ବେହେରା ମଂଚାସୀନ ଥିଲେ । ମନ୍ଦିର ନିର୍ମାଣ କମିଟି ଉପଦେଷ୍ଟା ଭୋଳାଗିରି ସାହୁଙ୍କ ଅଧ୍ୟକ୍ଷତାରେ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରବୀନ୍ଦ୍ର ମେହେର ଓ ଜଗନ୍ନାଥ ସାହୁ ମଞ୍ଚ ପରିଚାଳନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031