Indus Valley Times

ନୂତନ ପଂଚାୟତ ଗଠନ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

 Breaking News

ନୂତନ ପଂଚାୟତ ଗଠନ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ନୂତନ ପଂଚାୟତ ଗଠନ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ
December 17
10:29 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୭/୧୨: ବୌଦ୍ଧଜିଲ୍ଲା ବୌଦ୍ଧ ବ୍ଲକର ଗୁନ୍ଦୁଲିଆ, ଆମ୍ବଝରୀ,ଶଗଡା ଗ୍ରାମ ପଂଚାୟତର କେତେକ ଗ୍ରାମକୁ ନେଇ ଏକ ନୁତନ ତିଲପଙ୍ଗା ଗ୍ରାମ ପଂଚାୟତ ଗଠନ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ମାତାଗାଡୁ ୱାର୍ଡ ଠାରୁ ଆମ୍ବଝରୀ ଗ୍ରାମ ପଂଚାୟତକୁ ୨୫ କିଲୋମିଟର ଦୂରତା ହେଉଛି, ଉଡାମୁଡା, ଡିମିରିଖୋଲ ୱାର୍ଡ ଠାରୁ ଗୁନ୍ଦୁଲିଆ ଗ୍ରାମ ପଂଚାୟତ ୧୫ କିଲୋମିଟର ଦୂର ହେଉଛି, କୁଆକୁମୁଣ୍ଡା,ମୁର୍ଡିପଡା ୱାର୍ଡ ଠାରୁ ଶଗଡା ଗ୍ରାମ ପଂଚାୟତର ଦୂରତା ୧୫ କିଲୋମିଟର ଦୁରତା ହେଉଛି, ଭାଡିମୁଣ୍ଡା ଓ ସାରଗାଡୁ ୱାର୍ଡ ଠାରୁ ଗୁନ୍ଦୁଲିଆ ଗ୍ରାମ ପଂଚାୟତର ଦୂରତା ୧୦ କିଲୋମିଟର ହେଉଛି, କିର୍ମାଖୋଲ ୱାର୍ଡ ଠାରୁ ଗୁନ୍ଦୁଲିଆ ପଂଚାୟତର ଦୂରତା ୮ ରୁ ୧୦ କିଲୋମିଟର ହେଉଛି,ଅନ୍ୟ ୱାର୍ଡ ଗୁଡିକ ଗୁନ୍ଦୁଲିଆ ପଂଚାୟତର ଦୂରତା ୬ ରୁ ୭ କିଲୋମିଟର ହେଉଛି ।
ଏହା ମଧ୍ୟରେ ବଣ ପାହାଡ ଘେରା ଅଂଚଳ ଯୋଗୁଁ ବର୍ଷା ସମୟରେ ଜନସାଧାରଣ ଠିକ ସମୟରେ ପଂଚାୟତ କାର୍ଯ୍ୟାଳୟକୁ ପହଂଚି ପାରୁନାହିଁ । ତେଣୁ ଏକ ନୂତନ ଗ୍ରାମ ପଂଚାୟତ ତିଲପଙ୍ଗା ଗ୍ରାମ ପଂଚାୟତ ଗଠନ ପାଇଁ ଦାବି କରିଛନ୍ତି ।
ଦାବିପତ୍ରରେ ଏରେଡା ମୌଜା, କୁରେଇ ପଡା, ପଟୁଆପାଲି, କୁମ୍ଭାରୁଆ,କିର୍ମାଖୋଲ,ଆକୁନ,କୁଠୁଲିପଡା, ତିଲପଙ୍ଗା, ଭାଡିମୁଣ୍ଡା, ଡିମିରିଖୋଲ, ତେଣ୍ଡାପଦର, ବୁରୁବଡା, ସାରାଗାଡୁ, ମେନେଣ୍ଡା, କଂର୍ଗାଗାଡୁ, ଉଡାମୁଣ୍ଡା, ବିଗୁରୁଡା, ଖଜୁରୀଛୁଆଁ, କାମାରକୋଡା, ମାତାଗାଡୁ, ଡଙ୍କେଣୀ, ଜିଲେଜୁ, ପଡମ, ସିକାଅରା, ଭୁକ୍ତାମୁଣ୍ଡା ଗ୍ରାମକୁ ନେଇ ଏହି ନୂତନ ତିଲପଙ୍କା ପଂଚାୟତ ଗଠନ କରିବା ପାଇଁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି ।
ଜିଲ୍ଲା କ୍ରୀଡା ସଂସଦ ବୌଦ୍ଧର କ୍ରୀଡା ପ୍ରତିଯୋଗୀତା ଉଦଘାଟିତ
ବୌଦ୍ଧ,୧୭/୧୨: ବୌଦ୍ଧ ବ୍ଲକ ମୃଷୁଣ୍ଡି ଖେଳ ପଡିଆ ଠାରେ ଜିଲ୍ଲା କ୍ରୀଡା ସଂସଦ ବୌଦ୍ଧ ପକ୍ଷରୁ କ୍ରୀଡା ପ୍ରତିଯୋଗୀତା ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମୃଷୁଣ୍ଡି ପଂଚାୟତର ସରପଂଚ ମଧୁମତୀ ବେହେରା, ବରିଷ୍ଠ ଆଇନଜୀବୀ ନବ କୁମାର ମିଶ୍ର, ବୌଦ୍ଧଜିଲ୍ଲା ସାମ୍ବାଦିକ ସଂଘର ସଂପାଦକ ଶଶାଙ୍କ ଶେଖର ମିଶ୍ର, ବରିଷ୍ଠ କ୍ରୀଡାବିତ ବ୍ରଜ ପ୍ରଧାନ ଯୋଗଦେଇ କ୍ରୀଡା ପତାକାକୁ ଉତୋଳନ କରି କ୍ରୀଡାକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ ।
ଜିଲ୍ଲା କ୍ରୀଡା ସଂସଦର ସାଧାରଣ ସଂପାଦକ ରବିନ୍ଦ୍ର କୁମାର ରାଉତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ରଂଜିତ କୁମାର ରାଉତ, ଚନ୍ଦନ ମହାରଣା, ରୋଜାଲିନ ରାଜହଂସ କ୍ରୀଡାକୁ ପରିଚାଳନା କରିଥିଲେ । ଏହି କ୍ରୀଡାରେ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ, କ୍ଲବ ଯୋଗଦେଇଥିଲେ ।
ବୌଦ୍ଧ ଧନୁଯାତ୍ରା ଷଷ୍ଠ ସନ୍ଧ୍ୟା : ପରିବେଷିତ ହେଲା ନାଟକ ରାଇ ମାନ ଭଞ୍ଜନ
ବୌଦ୍ଧ,୧୭/୧୨: ବୌଦ୍ଧ ମଦନମୋହନ ନାଟ୍ୟ କଳାପରିଷଦ ପକ୍ଷରୁ ଭୈରବୀ ପଡିଆ ଠାରେ ଚାଲିଥିବା ଧନୁଯାତ୍ରା ନାଟ୍ୟୋତ୍ସବ ସୋମବାର ଷଷ୍ଠ ସନ୍ଧ୍ୟା ପହଞ୍ଚିଛି । ଆଜି ସନ୍ଧ୍ୟାରେ ନାଟକ ରାଇ ମାନଭଂଜନ ପରିବେଷିତ ହୋଇଥିଲା ।
ନାଟକର ପ୍ରାରମ୍ଭରେ ନିର୍ବାକ ନୃତ୍ୟ ନାଟିକା ସତୀ ଆତ୍ମହୁତୀ ମଞ୍ଚସ୍ଥ ହୋଇଥିଲା । ନୃତ୍ୟୁ ନାଟିକା ପରେ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ବା ପୌରାଣିକ କଥାବସ୍ତୁକୁ ଯାତ୍ରା ନାଟକ ଶୈଳୀରେ ପ୍ରତିଦିନ ପରି ପରିବେଷିତ ହୋଇଥିଲା । ନାଟକରେ କୃଷ୍ଣଙ୍କ ସହିତ ରାଧାଙ୍କ ମନମାଳିନ , ରାଧାଙ୍କର ମାନ ଭଂଜନ କରିବା ପାଇଁ କୃଷ୍ଣ କାଚରାଣୀ ବେଶ ,ମାଳିଆଣି ବେଶ, ନାପିତୁଳୀ ବେଶ ଓ ବହୁ ପ୍ରକାର ବେଶ ହୋଇ ରାଧାଙ୍କର ମାନ ଭଞ୍ଜନ କରିବା ପାଇଁ କୃଷ୍ଣ ଚେଷ୍ଟା କରି ବିଫଳ ହୁଅନ୍ତି । ଶେଷରେ ଯୋଗୀ ବେଶ ହୋଇ ରାଧାଙ୍କର ମାନ ଭିକ୍ଷାରେ ମାଗି ନିଅନ୍ତି ଓ ରାଧାଙ୍କର ମାନଭଂଜନ ହୁଏ ।
କଂସ ଅକୃରଙ୍କୁ ପ୍ରେରଣ କରନ୍ତି କୃଷ୍ଣ ବଳରାମଙ୍କୁ ମଥୁରା ଆଣିବା, ଅକୃର ଗୋପ ଯାଇ ଶକାକୁଳ ପରିବେଶରେ କୃଷ୍ଣ ବଳରାମଙ୍କୁ ରଥରେ ବସାଇ ମଥୁରା ଆଣିବା ପାଇଁ । ବାଟରେ ଯମୁନା ନଦୀରେ ଗାଧେଇବା ବେଳେ ଅକୃରଙ୍କ ଭକ୍ତି ଭାବ ଜାଗ୍ରତ ହୁଏ । ଅକୃର ଜଳ ଭିତରେ ସ୍ଥଳ ଉପରେ ଏବଂ ଶୂନ୍ୟରେ ମଧ୍ୟ କୃଷ୍ଣଙ୍କୁ ଦର୍ଶନ କରନ୍ତି । ମଥୁରା ଆଣି କଂସର ମଧୁ ବନରେ ଆଶ୍ରୟ ଦିଅନ୍ତି ନାଟକ ଅନୁଷ୍ଠିତ ହୋଇଥିଲା । ଏହି ନାଟ୍ୟତ୍ସୋବରେ ସମସ୍ତ ନାଟକ ଗୁଡିକ ବରିଷ୍ଠ ନାଟ୍ୟକାର ହୃଦାନନ୍ଦ ମେହେରଙ୍କ ଦ୍ୱାରା ରଚିତ ହୋଇଥିବା ବେଳେ ଓ ଦେବାଙ୍ଗନ ମେହେରଙ୍କ ନିର୍ଦ୍ଦେଶନା ଦେଇଛନ୍ତି । ଅନୁଷ୍ଠାନର ଛୋଟବଡ କଳାକାରମାନଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ଦୀର୍ଘ ସମୟ ଧରି ଯାତ୍ରା ପଡିଆରେ ବାନ୍ଧି ରଖିଥିଲା । ଯାତ୍ରାକୁ ଅଧିକ ସରସ ସୁନ୍ଦର କରିବାକୁ ମୀନାବଜାର ଆୟୋଜନ କରାଯାଇଛି । ନାଟକ ଦେଖିବା ପାଇ ଲୋକଙ୍କ ଗହଳି ହେଉଥିବା ଦେଖିବାକୁ ମିଳିଛିା । ମଙ୍ଗଳବାର କଂସବଦ୍ଧ ଓ ବୁଧବାର ରାଜା ଉଗ୍ରସେନଙ୍କ ରାଜ୍ୟାଭିଷେକ ନାଟକ ମଂଚସ୍ତ ହୋଇ ଚଳିତ ବର୍ଷ ଧନୁଯାତ୍ରା ଶେଷ ହୋଇଛି ।
ଭାରତୀୟ ଜନତା ପାର୍ଟି ସାଂସ୍କୃତିକ ପ୍ରକୋଷ୍ଠ କାର୍ଯ୍ୟକ୍ରମ
ବୌଦ୍ଧ,୧୭/୧୨: ବୌଦ୍ଧ ଜିଲ୍ଲା ଗୁନ୍ଦୁଲିଆ ପଂଚାୟତ ଆଙ୍କୁନ୍ ଗ୍ରାମଠାରେ ଜିଲ୍ଲାର ଗୁନ୍ଦୁଲିଆ, ଆମ୍ବଝରି, ବଘିଆପଡା ଏବଂ ଟୀକରପଡା ଚାରୋଟି ପଂଚାୟତର କୃଷ୍ଣଗୁରୁ, ସଙ୍କିର୍ତ୍ତନ ମଣ୍ଡଳୀ, ଦଣ୍ଡ କଳାକାର୍, ପାଲା ,ଦାସ କାଠିଆ ଆଦି ବହୁ ସଂଖ୍ୟରେ ବିଭିନ୍ନପ୍ରକାର କଳାକାର୍ ମାନେ ଭାରତୀୟ ଜନତା ପାର୍ଟି ସାଂସ୍କୃତିକ ପ୍ରକୋଷ୍ଠ ସହିତ ଜଡିତ ହୋଇଛନ୍ତି ।
ଏହି ଅବସରରେ କଳାକାର୍ ମାନେ ନିଜ ନିଜ କଳା ପ୍ରଦର୍ଶନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ପ୍ରେମାନନ୍ଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ , ସମ୍ମାନିୟ ଅତିଥି ଭାବରେ ଜିଲ୍ଲା ଉପ-ସଭପତି ଶ୍ୟାମସୁନ୍ଦର ପୁରୋହିତ, ଜିଲ୍ଲା ବିଜେପି ସାଂସ୍କୃତିକ ମଞ୍ଚର ଜିଲ୍ଲା ସଂଯୋଜକ ଅରୁଣ କୁମାର ମେଣ୍ଡୁଳି ଯୋଗଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ବିଜେପି ସାଂସ୍କୃତିକ ପ୍ରକୋଷ୍ଠର ଗୁନ୍ଦୁଲିଆ ପଞ୍ଚାୟତରେ ସଂଯୋଜକ ଭାବେ ରାମରତନ ମଲ୍ଲିକ, ସହ ସଂଯୋଜକ ଭାବେ କଷ୍ଟ ସେଠି, ଆମ୍ବଝରି ପଞ୍ଚାୟତର ସଂଯୋଜକ ଭାବେ ଅରୂପାନନ୍ଦ ପ୍ରଧାନ, ସହ ସଂଯୋଜକ ଭାବେ ପରପକ୍ଷିତ ପ୍ରଧାନ, ବଘିଆପଡା ପଂଚାୟତରେ ସଂଯୋଜକ ଭାବେ ଦଶରଥ କଂହର ଏବଂ ସହ ସଂଯୋଜକ ଭାବେ ସଞ୍ଜୟ ଭୁକ୍ତା, ଟୀକରପଡା ପଂଚାୟତର ସଂଯୋଜକ ଭାବେ ଅଭିମନ୍ୟୁ ମଲ୍ଲିକ ଏବଂ ସହ ସଂଯୋଜକ ଭାବେ ସର୍ବେଶ୍ୱର ମାଝୀଙ୍କୁ ଦାଇତ୍ୱ ଅର୍ପଣ କରାଯାଇଛି ।
ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଓ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଉଦଯାପିତ
ବୌଦ୍ଧ,୧୭/୧୨: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସରସରା ଗ୍ରାମରେ ଥିବା ପି ଏମ ଶ୍ରୀ ବା ବା ବୈଦ୍ୟନାଥ ଉଚ୍ଚ ବିଦ୍ୟାଳୟ ପରିସରରେ ଦୁଇ ଦିନ ଧରି ଚାଲିଥିବା ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅଧିନସ୍ଥ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଓ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଉଦଯାପିତ ହୋଇଯାଇଛି ।
ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି କନ୍ଧମାଳ ସାଂସଦ ପ୍ରତିନିଧି ଯୁଗଳ କିଶୋର ସାମଲ, ସମ୍ମାନୀତ ଅତିଥି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ, ବୌଦ୍ଧ ଗୋଷ୍ଠୀଶିକ୍ଷାଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ, ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡିବନ୍ଧୁ ବେହେରା, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଜୟନ୍ତ କୁମାର ପ୍ରଧାନ ଓ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପଦ୍ମଜା ପତି ପ୍ରମୁଖ ମଞ୍ଚାସୀନ ଥିଲେ ।
ସଂଗୀତ, ନୃତ୍ୟ, ବିଜ୍ଞାନ କୁଇଜ ଓ ଓରିଗାମୀ ବିଷୟକୁ ନେଇ କରାଯାଇଥିବା ପ୍ରତିଯୋଗିତା,ପ୍ରଦର୍ଶିତ ହୋଇଥିବା ପ୍ରକଳ୍ପ ବାଲ ବୈଜ୍ଞାନିକ ପ୍ରଦର୍ଶନୀର ୭ଟି ଉପ ବିଷୟ ଏବଂ ବିଜ୍ଞାନ ମେଳାର ପ୍ରାଥମିକ ଓ ମାଧ୍ୟମିକ ବିଭାଗରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀଙ୍କ ସହିତ ମାର୍ଗଦର୍ଶୀ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପ୍ରମାଣପତ୍ର ଓ ଟ୍ରଫି ଦେଇ ସମ୍ମାନୀତ କରାଯାଇଥିଲା । ଦହ୍ୟା ହାଇସ୍କୁଲର ବରିଷ୍ଠ ବିଜ୍ଞାନ ଶିକ୍ଷକ ବୀରେନ୍ଦ୍ର କୁମାର ପ୍ରଧାନଙ୍କୁ ଶ୍ରେଷ୍ଠ ମାର୍ଗଦର୍ଶକ ଶିକ୍ଷକ ଭାବରେ ସମ୍ମାନୀତ କରାଯାଇଥିଲା । ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର ଠାରେ ଆୟୋଜିତ ହୋଇଥିବା ରାଜ୍ୟ ସ୍ତରୀୟ ବିଜ୍ଞାନ କୁଇଜ(ବରିଷ୍ଠ ବିଭାଗ) ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବୌଦ୍ଧ ବ୍ଲକ ଅଧିନସ୍ଥ ଓଡିଶା ଆଦର୍ଶ ବିଦ୍ୟାଳୟ ତେତେଲେଙ୍ଗାର ଦଶମ ଶ୍ରେଣୀ ଛାତ୍ର ଦିବ୍ୟଜ୍ୟୋତି ମହାରଣାଙ୍କୁ ଟ୍ରଫି ଦେଇ ସମ୍ମାନୀତ କରାଯାଇଥିଲା । ୭ଟି ଉପ ବିଷୟରେ (ବାଲ ବୈଜ୍ଞାନିକ ) ଛତ୍ରଙ୍ଗ ହାଇସ୍କୁଲର ଝୁନୁ ଲତା ଝଙ୍କାର, ଦହ୍ୟା ହାଇସ୍କୁଲର ସଂଗୀତା ମେହେର, ବିସ୍ମୟୀ ଡାଙ୍ଗ, ସଂଗ୍ରାମପୁର ହାଇସ୍କୁଲର ଆଶୁତୋଷ ପଟ୍ଟନାୟକ, ଦୀପକ କୁମାର ପ୍ରଧାନ, ମୁଣ୍ଡିପଦର ହାଇସ୍କୁଲର ବର୍ଷାରାଣୀ ସିଂ ଓ ବିଳାସପୁର ହାଇସ୍କୁଲର ପ୍ରିତମ କର୍ମୀ ରାଜ୍ୟ ସ୍ତରୀୟ ବିଜ୍ଞାନ ମେଳାକୁ ମନୋନୀତ ହୋଇଥିଲେ ।
ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନର ପ୍ରାଥମିକ ବିଭାଗରେ ବୁରୁବୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅର୍ଚ୍ଚିତା ବାଘ ପ୍ରଥମ, ସରସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଭାସ ପ୍ରଧାନ ଦ୍ଵିତୀୟ ଓ ଚଣ୍ଡିଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସୁଜିତ ଦେହୁରୀ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ମାଧ୍ୟମିକ ବିଭାଗରେ ସରସରା ହାଇସ୍କୁଲର ଚିଦାନନ୍ଦ ପ୍ରଧାନ ପ୍ରଥମ, ତେଲିବନ୍ଧ ହାଇସ୍କୁଲର ମିଲନ ବାରିକ ଦ୍ଵିତୀୟ ଏବଂ ସଂଗ୍ରାମପୁର ହାଇସ୍କୁଲର ସଞ୍ଜୟ ସମଦର୍ଶୀ ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଥିଲେ ।
ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ପ୍ରଧାନ ବିବରଣୀ ପଠନ କରିଥିଲେ । ଶିକ୍ଷକ ସନ୍ତୋଷ କୁମାର କର୍ଣ୍ଣ ଅତିଥି ପରିଚୟ ସହିତ ମଞ୍ଚ ପରିଚାଳନା କରିଥିବା ବେଳେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପଦ୍ମଜା ପତି ଧନ୍ୟବାଦ ଦେଇଥିଲେ କ୍ଷ ବୌଦ୍ଧ ସହଗୋଷ୍ଠୀ ଶିକ୍ଷାଧିକାରୀ କମଳକାନ୍ତ ଦଳବେହେରା, ପ୍ରବୀର କୁମାର ରଥ ଓ କାଦମ୍ବିନୀ ବିଶ୍ୱାଳ ଏବଂ ହରଭଙ୍ଗା ସହଗୋଷ୍ଠୀ ଶିକ୍ଷା ଅଧିକାରୀ ଭୁବନେଶ୍ୱର ସେଠୀ, ବିସିକେଶନ ବେହେରା ଓ କାର୍ତ୍ତିକେଶ୍ୱର ନାୟକଙ୍କ ସମେତ ସମସ୍ତ ସି ଆର ସି ସି ଏବଂ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ତଥା ସମସ୍ତ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ ।
ଅଜଣା ଗାଡି ଧକ୍କାରେ ନାବାଳକ ମୃତ
ବୌଦ୍ଧ,୧୭/୧୨: ବୌଦ୍ଧଥାନା ଅନ୍ତର୍ଗତ ୫୭ ନମ୍ବର ଜାତୀୟ ରାଜପଥ ହରଭଙ୍ଗା ବ୍ଲକର ବିରନରସିଂହପୁର ନର୍ସରୀ ନିକଟରେ ଏକ ଅଜଣାଗାଡି ଧକ୍କାରେ ଜଣେ ନାବାଳକର ମୃତ୍ୟୁ ଘଟିଛି । ପୁଲିସ ସୁତ୍ରରୁ ପ୍ରକାଶ, ବୌଦ୍ଧ ଜିଲ୍ଲା କମିରା ଗ୍ରାମର ପ୍ରମୋଦ ପାତ୍ର(୨୯) ଓ ଗୋହିପିଟା ଗ୍ରାମର ଚିଣ୍ଟୁ ଗୁରୁ(୧୫) ଏକ ବାଇକ ଯୋଗେ ପୁରୁଣାକଟକ ଆଡ ବୌଦ୍ଧ ଆଡକୁ ଆସୁଥିବା ବେଳେ ବିରନରସିଂହପୁର ନର୍ସରୀ ନିକଟରେ ଏକ ଅଜଣା ଗାଡି ବାଇକକୁ ଧକ୍କା ଦେେଇଥିଲା ।
ଫଳରେ ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ ଡାକ୍ତର ଚିଣ୍ଟୁଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଖବର ପାଇ ବୌଦ୍ଧ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରଯାଇଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031