Legatus

ନୟାଗଡ଼ ସଦର ଥାନା କ୍ରିଦାଶପୁର ଅନ୍ତର୍ଗତ ପଞ୍ଚାୟତ କଞ୍ଚନବିଲି ଗ୍ରାମରେ ଏକାଧିକ ଘରୁ ସିନ୍ଧି ଚୋରି ହୋଇଥିବା ପୋଲିସରେ ଅଭିଯୋଗ

 Breaking News

ନୟାଗଡ଼ ସଦର ଥାନା କ୍ରିଦାଶପୁର ଅନ୍ତର୍ଗତ ପଞ୍ଚାୟତ କଞ୍ଚନବିଲି ଗ୍ରାମରେ ଏକାଧିକ ଘରୁ ସିନ୍ଧି ଚୋରି ହୋଇଥିବା ପୋଲିସରେ ଅଭିଯୋଗ

ନୟାଗଡ଼ ସଦର ଥାନା କ୍ରିଦାଶପୁର ଅନ୍ତର୍ଗତ ପଞ୍ଚାୟତ କଞ୍ଚନବିଲି ଗ୍ରାମରେ ଏକାଧିକ ଘରୁ ସିନ୍ଧି ଚୋରି ହୋଇଥିବା ପୋଲିସରେ ଅଭିଯୋଗ
April 26
19:15 2023

ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୨୬/୪: ନୟାଗଡ଼ ସଦର ଥାନା କ୍ରିଦାଶପୁର ଅନ୍ତର୍ଗତ ପଞ୍ଚାୟତ କଞ୍ଚନବିଲି ଗ୍ରାମରେ ଗୋଟିଏ ରାତିରେ ଏକାଧିକ ଘରୁ ସିନ୍ଧି ଚୋରି ହୋଇଥିବା ପୋଲିସରେ ଅଭିଯୋଗ ହୋଇଛି। ଆନୁମାନିକ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି ହୋଇଥିବା ଜଣାପଡିଛି।
ରଘୁନାଥ ଦାସଙ୍କ ଘରୁ ମାଳି, ସୁନାମୁଦି, ପାଉଁଜି ଆଦି ଲକ୍ଷାଧିକ ଟଙ୍କାର ସୁନା ରୂପା ,ଗହଣା ସହ ନଗଦ ୯ ହଜାର ୫ଶହ ଟଙ୍କା ଚୋରି ହୋଇଥିବା ବେଳେ ତାଙ୍କର ଟ୍ରଙ୍କ ଓ ଦରକାରୀ କାଗଜପତ୍ର ଗହୀର ମଝିରେ ପକାଇ ଦେଇଥିବା ଅଭିଯୋଗ ହୋଇଛି।
ସେହିପରି ସେହି ଗ୍ରାମର ମାଗୁଣୀ ଦାସଙ୍କ ଘରୁ କାନର ସୁନା ପେଣ୍ଡିଫୁଲ ଓ ୧ହଜାର ଟଙ୍କା, ମଲ୍ଲି ସାହୁଙ୍କ ଘରୁ କାନର ସୁନାଫୁଲ, କଂସା, ଥାଳି, ବେଲା ଓ ମର‌୍ୟ୍ୟାଦା ଦେବାକୁ ଆଣି ଘରେ ରଖିଥିବା ୨୦ଖଣ୍ଡ ଶାଢ଼ୀ,୧୦ ହଳ ଲୁଙ୍ଗି ଗାମୁଛା ଓ ୧୨ଶହ ଟଙ୍କା ଚୋରି ହୋଇଥିଲା ବେଳେ ଯୋଗି ସାମଲ, ତିଳ ବେହେରା ଓ ସୁମିତ୍ରା ବେହେରାଙ୍କ ଘରୁ କବାଟ ଭାଙ୍ଗି ଚୋରି ଉଦ୍ୟମ ହୋଇଥିବା ର ଅଭିଯୋଗ ହୋଇଛି। ଏମାନେ ସମସ୍ତେ ଗରୀବ ଶ୍ରେଣୀର ଲୋକ ହୋଇଥିବା ବେଳେ ଚୋରି ଜିନିଷ ଉଦ୍ଧାର କରିବା ପାଇଁ ପୋଲିସ ନିକଟରେ ସେମାନେ ଆକୁଳ ନିବେଦନ କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31