Indus Valley Times

ନୟାଗଡ଼ : ୨ ପିକ୍ ଅପ୍ ଓ ୧ଟି ଆଇଚର ସହ ୩ଟି ଗୁଟଖା ବୋଝେଇ ଗାଡ଼ିକୁ ଜବତ କଲା ପୁଲିସ

 Breaking News

ନୟାଗଡ଼ : ୨ ପିକ୍ ଅପ୍ ଓ ୧ଟି ଆଇଚର ସହ ୩ଟି ଗୁଟଖା ବୋଝେଇ ଗାଡ଼ିକୁ ଜବତ କଲା ପୁଲିସ

ନୟାଗଡ଼ : ୨ ପିକ୍ ଅପ୍ ଓ ୧ଟି ଆଇଚର ସହ ୩ଟି ଗୁଟଖା ବୋଝେଇ ଗାଡ଼ିକୁ ଜବତ କଲା ପୁଲିସ
February 10
08:59 2026

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୦/୨ : ନୟାଗଡ଼ ଜିଲ୍ଲାର ଗୁଟଖା ମାଫିଆ କମଳ ସାହୁ ଉପରେ ପୁଲିସ ପ୍ରଭାବ ବେଶ ଭାରି ହୋଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ୍ ସୁଶ୍ରୀଙ୍କ ନିର୍ଦ୍ଦେଶରେ ଚାଲିଥିବା ଗୁଟଖା ଚଢ଼ାଉରେ ପୁଲିସକୁ ଆଜି ଏକ ବଡ଼ ସଫଳତା ମିଳିଛି । ଜେଲରେ ରହିଥିବା ଅଭିଯୁକ୍ତ କମଳ ସାହୁର ୩ଟି ଗୁଟଖା ବୋଝେଇ ଗାଡ଼ିକୁ ପୁଲିସ ଜବତ କରିଛି ।
ନୟାଗଡ଼ ସଦରଥାନା ପୁଲିସ ଖବର ପାଇ ଖୁଣ୍ଟୁବନ୍ଧ ଗ୍ରାମ ନାରାୟଣୀ ମନ୍ଦିର ନିକଟରୁ ଦୁଇଟି ପିକ୍ ଅପ୍ ଭ୍ୟାନ ଜବତ କରିଥିବା ବେଳେ ଏକ ଫାର୍ମ ହାଉସରୁ ଆଇଚର ଗାଡ଼ିକୁ ଜବତ କରିଛି ।
ଏହାକୁ ନେଇ ସଦରଥାନାରେ ପୁଣି ଏକ ମାମଲା ରୁଜୁ ହୋଇଛି । ଏନେଇ ନେଇ ଆଜି ନୟାଗଡ଼ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜ୍ୟୋତି ରଞ୍ଜନ ସାମନ୍ତରାୟ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ବେଆଇନ ଗୁଟଖା କାରବାର ରୋକିବାକୁ ଏକ ଟିମ୍ ଗଠନ କରାଯାଇଥିଲା ।
ଉକ୍ତ ଟିମ୍‌ରେ ଟାଉନଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନ, ସଦରଥାନା ଅଧିକାରୀ ପ୍ରିୟତମା ପ୍ରଧାନ, ଇଟାମାଟି ଥାନା ଅଧିକାରୀ ପ୍ରିୟବ୍ରତ ରାଉତ ପ୍ରମୂଖ ରହିଥିଲେ । ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ସୂଚନାନୁସାରେ, ପ୍ରଥମେ ଇଟାମାଟି ଥାନା ପୁଲିସ ଗୋଟିଏ ପିକ୍ ଅପ୍ ଭ୍ୟାନ ଜବତ କରିବା ସହ କମଳ ସାହୁର ଭାଇ ପ୍ରକାଶ ସାହୁ ଏବଂ ତାର ଦୁଇ ଜଣ ସହଯୋଗୀ ଶ୍ରୀକାନ୍ତ ମହାପାତ୍ର, ବିପିନ ବିହାରୀ ସ୍ୱାଇଁଙ୍କୁ ଗିରଫ କରିଥିଲା ।
ଏହି ଗୁଟଖା କାରବାରରେ କମଳଙ୍କ ଲିଙ୍କ ଜଣାପଡ଼ିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ବାଲୁଗାଁ ଅଞ୍ଚଳରେ ପୁଲିସ ଚଢ଼ାଉ କରି ଗୁଟଖା ଜବତ କରିବା ସହ ଗୋବିନ୍ଦ ସାହୁ ଓ ଭଗବାନ ସାହୁଙ୍କୁ ଗିରଫ କରିଥିଲା ।
ସେମାନେ କମଳ ଓ ପ୍ରକାଶ ସହ ମିଶି ବେପାର କରୁଥିବାରୁ ଉଭୟଙ୍କୁ ଉକ୍ତ ମାମଲାରେ ଅଭିଯୁକ୍ତ ଦର୍ଶା ଯାଇଥିବା ସୂଚନା ମିଳିଛି । ସେହିଭଳି ଭାବେ ଗତକାଲି ଟାଉନଥାନା ପୁଲିସ ଖଣ୍ଡପଡ଼ା ରାସ୍ତା ମିଶ୍ର ଲେନ୍ ସାମ୍ନାରେ ରହିଥିବା ସନ୍ତୋଷ ସାହୁଙ୍କ ଗୋଦାମରେ ଚଢ଼ାଉ କରି ଖଇନି ଓ ଗୁଟଖା ଜବତ କରିଥିବା ବେଳେ ସନ୍ତୋଷଙ୍କୁ ଗିରଫ କରିଛି ।
ଆଜି ପୁଲିସ ବିଶ୍ୱସ୍ତ ସୁତ୍ରରୁ ଖବର ପାଇଁ ୨ ପିକ୍ ଅପ୍ ଭ୍ୟାନ ଓ ୧ଟି ଆଇଚର ଗାଡ଼ି ଜବତ କରିଛି । ଉକ୍ତ ଗାଡ଼ି ଗୁଡ଼ିକରେ ବିପୁଳ ପରିମାଣର ଗୁଟଖା ରହିଥିବା ଦେଖାଯାଇଛି । ଏହାକୁ ନେଇ ସଦରଥାନାରେ କମଳ ସାହୁ ନାମରେ ଦ୍ୱିତୀୟ ମାମଲା ରୁଜୁ ହୋଇଛି । ନୟାଗଡ଼ ଜିଲ୍ଲା ଓ ଆଖପାଖ ଜିଲ୍ଲାରେ ବେଆଇନ ଭାବେ ଗୁଟଖା କାରବାର କମଳ ସାହୁ ଚଲାଇ ଆସୁଥିବା ପୁଲିସ ସୂଚନା ଦେଇଛି ।
ରାଜ୍ୟ ତଥା ରାଜ୍ୟ ବାହାରୁ କମଳ ଖଇନି, ଗୁଟଖା, ଜର୍ଦ୍ଦା ଆଣି ବ୍ୟବସାୟ କରୁଥିଲେ । କମଳଙ୍କ ଚେର ରାୟପୁରରୁ ନୟାଗଡ଼ ଯାଏଁ ଲମ୍ବିଥିବା ପୁଲିସ କହିଛି । ପୁଲିସ ଉକ୍ତ ଘଟଣାର ତଦନ୍ତ ଜାରି ରଖିଥିବା ଏ ପର‌୍ୟ୍ୟନ୍ତ ଜବତ ଗୁଟଖା, ଗାଡ଼ିର ମୁଲ୍ୟ ୫୦ ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ପୁଲିସ ସୂଚନା ଦେଇଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031