Indus Valley Times

ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ ବିଶ୍ୱାଳ ଗିରଫ

 Breaking News

ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ ବିଶ୍ୱାଳ ଗିରଫ

ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ ବିଶ୍ୱାଳ ଗିରଫ
September 18
17:14 2026

ଭୁବନେଶ୍ୱର, ୧୮/୯ : ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ରାଜ୍ୟ ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ କୁମାର ବିଶ୍ୱାଳଙ୍କୁ ଭୁବନେଶ୍ୱର ଖାରବେଳ ନଗର ଥାନା ପୋଲିସ ଗିରଫ କରିଛି । ପରିବହନ ବିଭାଗରେ କାର‌୍ୟ୍ୟରତ ଥିବା ଜଣେ କନିଷ୍ଠ ମହିଳା କର୍ମଚାରୀଙ୍କ ଘରେ ପଶିବା ଏବଂ ହଙ୍ଗାମା ନେଇ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଛି ।
ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ଗତକାଲି ବିଳମ୍ବିତ ରାତିରେ ଅତିରିକ୍ତ ସଚିବ ଅରୁଣ କୁମାର ବିଶ୍ୱାଳ ମହିଳାଙ୍କ ଘରୁ ବିନା ଅନୁମତିରେ ପ୍ରବେଶ କରିଥିଲେ । ସେଠାରେ ହଙ୍ଗାମା କରିବା ସହିତ ତାଙ୍କୁ ଅସଦାଚରଣ କରିଥିଲେ । ଏ ନେଇ ମହିଳା ଜଣକ ଖାରବେଳ ନଗର ଥାନା କଣ୍ଟ୍ରୋଲ ରୁମକୁ ଫୋନ କରି ଜଣାଇଥିଲେ । ଏହା ପରେ ଗତକାଲି ରାତିରେ ପୋଲିସ ଅତିରିକ୍ତ ସଚିବକୁ ସେଠାରୁ ଅଟକ ରଖିଥିଲା ।
ଅରୁଣ ବିଶ୍ୱାଳଙ୍କ ବିରୋଧରେ ଖାରବେଳ ନଗର ଥାନାରେ ୬୫୭/୨୬ରେ ମାମଲା ରୁଜୁ ହୋଇଛି । ଭାରତୀୟ ନ୍ୟାସ ସୁରକ୍ଷା ସଂହିତାର ଧାରା ୬୪ (ଖ), ୧୦୯ (୧), ୧୧୫ (୨), ୨୯୬, ୩୫୧ (୨) ଓ ୩୫୧ (୩) ଅନୁଯାୟୀ ମାମଲା ରୁଜୁ କରାଯାଇଛି । ସେ କାହିଁକି ତାଙ୍କ ଘରକୁ ଯାଇଥିଲେ ଏବଂ ସେମାନଙ୍କ ମଧ୍ୟରେ କଣ ବିବାଦ ରହିଛି ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରହିଛି ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930