Indus Valley Times

ପଶ୍ଚିମବଙ୍ଗ ସିଏମ୍‌ଙ୍କ ସହ କଥା ହେଲେ ଓଡିଶା ମୁଖ୍ୟମନ୍ତ୍ରୀ, ଆଳୁ ଯୋଗାଣ ସ୍ଵାଭାବିକ କରିବାକୁ କଲେ ଅନୁରୋଧ

 Breaking News

ପଶ୍ଚିମବଙ୍ଗ ସିଏମ୍‌ଙ୍କ ସହ କଥା ହେଲେ ଓଡିଶା ମୁଖ୍ୟମନ୍ତ୍ରୀ, ଆଳୁ ଯୋଗାଣ ସ୍ଵାଭାବିକ କରିବାକୁ କଲେ ଅନୁରୋଧ

August 11
16:35 2024

ଓଡ଼ିଶା, ୧୧/୮ : ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଟେଲିଫୋନ୍ ଯୋଗେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ କଥା ହୋଇଛନ୍ତି। ଆଳୁ ଯୋଗାଣ ସମସ୍ୟା ସ୍ୱଭାବିକ କରିବାକୁ ମମତାଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ମମତା ପ୍ରତିଶ୍ରୁତି ଦେଇଛନ୍ତି।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଦିଲ୍ଲୀରେ ଆଲୋଚନା ହେବା ପରେ ଓଡ଼ିଶାକୁ ଆଳୁ ଯୋଗାଣ ସ୍ଵାଭାବିକ ହୋଇଥିଲା। ମାତ୍ର କିଛିଦିନ ପରେ ପୁଣି ଆଳୁ ଯୋଗାଣରେ ସମସ୍ୟା ସୃଷ୍ଟି ହୋଇଛି। ତେଣୁ ଏଥିପ୍ରତି ଧ୍ୟାନ ଦେଇ ଆଳୁ ସମସ୍ୟା ଦୂର କରିବାକୁ ପଦକ୍ଷେପ ନେବା ପାଇଁ ମମତାଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଅନୁରୋଧ କରିଛନ୍ତି।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।
ଓଡ଼ିଶାର ପଡ଼ୋଶୀ ରାଜ୍ୟ ହେଉଛି ପଶ୍ଚିମବଙ୍ଗ। ଏଠାରୁ ପ୍ରତିଦିନ ଶହ ଶହ ଟ୍ରକ୍ ଓଡ଼ିଶାକୁ ଆସିଥାଏ। କହିବାକୁ ଗଲେ ପଶ୍ଚିମବଙ୍ଗ ଆଳୁ ଉପରେ ଓଡ଼ିଶା ନିର୍ଭର କରିଥାଏ। ହେଲେ ଗତ କିଛି ଦିନ ହେଲା ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁଆଳୁ ଯୋଗାଣ ବନ୍ଦ କରିଦେଇଛନ୍ତି। ଯାହାଫଳରେ ଓଡ଼ିଶାରେ ଆଳୁ ଶଙ୍କଟ ଦେଖାଦେଇଛି। ଆଳୁ ଦର ଆକାଶ ଛୁଆଁ ହୋଇଛି। ଯେଉଁ ଆଳୁ କିଲୋ ୨୦ ଟଙ୍କାରେ ବିକ୍ରି ହେଉଥିଲା, ତାହା ଏବେ ୬୦ ଟଙ୍କାରେ ପହଞ୍ଚିଲାଣି। ରଜ୍ୟବ୍ୟାପୀ ଏମିତି ସମସ୍ୟା ଦେଖାଦେଇଛି। ଯେଉଁଥିପାଇଁ ଖାଉଟିମାନେ ନାନା ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି।
ଆଳୁ ଦର ବୃଦ୍ଧିକୁ ନେଇ ଅସନ୍ତୋଷ ପ୍ରକାଶ ପାଇବା ପରେ ନୂଆଦିଲ୍ଲୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ। ହେଲେ ସମସ୍ୟା ସମାଧାନ ହୋଇନଥିଲା। ଯେଉଁଥିପାଇଁ ଓଡ଼ିଶା ସରକାର ଉତ୍ତରପ୍ରଦେଶରୁ ଆଳୁ ଆଣିବାକୁ ବ୍ୟବସ୍ଥା କରିଥିଲେ। ହେଲେ ସେହି ଆଳୁ ପର‌୍ୟ୍ୟାପ୍ତ ପରିମାଣରେ ଆସୁନାହିଁ। ଗତକାଲିଠାରୁ ଓଡ଼ିଶା ସରକାର ନାଫେଡ୍ ମାଧ୍ୟମରେ ଆଳୁ ଆଣି କିଲୋ ପିଛା ୩୫ ଟଙ୍କାରେ ବିକୁଛନ୍ତି। ହେଲେ ଆଳୁକୁ ନେଇ ଗ୍ରାମାଞ୍ଚଳର ଅବସ୍ଥା ବର୍ତ୍ତମାନ ନୟନୀୟ ହୋଇଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31