Indus Valley Times

ପାଣ୍ଡିଆନଙ୍କ ଶଳା କହି ଲକ୍ଷାଧିକ ଟଙ୍କା ଠକେଇ: ଜଣେ ଗିରଫ, ଫେରାର ୨ ଜଣଙ୍କ ମଧ୍ୟରେ ଅଛନ୍ତି ବିଜେଡି ନେତ୍ରୀ

 Breaking News

ପାଣ୍ଡିଆନଙ୍କ ଶଳା କହି ଲକ୍ଷାଧିକ ଟଙ୍କା ଠକେଇ: ଜଣେ ଗିରଫ, ଫେରାର ୨ ଜଣଙ୍କ ମଧ୍ୟରେ ଅଛନ୍ତି ବିଜେଡି ନେତ୍ରୀ

August 26
21:04 2024

ମାଲକାନଗିରି,୨୬/୮: ମାଲକାନଗିରି ଏକ ଆଦିବାସୀ ବହୁଳ ଜିଲା ହୋଇଥିବା ବେଳେ ଏଠି ବେକାରି ସଂଖ୍ୟା ଅଧିକ ରହିଛି। ଚାକିରି ପାଇବା ପାଇଁ ଯୁବତୀଯୁବକମାନେ ଆଶା କରିଥିଲେ ମଧ୍ୟ ସୁଯୋଗ ନ ପାଇ ଦଲାଲଙ୍କ ଶିକାର ହୋଇ ପରେ ଅନୁତାପ କରୁଛନ୍ତି। ଜିଲାରେ ଜାଲ୍ ସାର୍ଟିଫିକେଟ, ଆଧାର କାର୍ଡ, ନକଲି ପୋଲିସ ଅଧିକାରୀ, ନକଲି ମାଓବାଦୀ ଆଦି ଅନେକ ଘଟଣାରେ ଅଭିଯୁକ୍ତମାନେ ଗିରଫ ହୋଇଥିବା
ନଜିର ରହିଛି। କିନ୍ତୁ ବର୍ତ୍ତମାନ ଜନ ପ୍ରତିନିଧି ଓ ରାଜନେତାମାନେ ବେକାର ଉଚ୍ଚଶିକ୍ଷିତ ଯୁବତୀ ଯୁବକମାନଙ୍କୁ ଚାକିରି କରାଇଦେବା ନାଁରେ ଟଙ୍କା ଠକେଇ ଘଟଣାର ପର୍ଦ୍ଦାଫାଶ ହୋଇଛିି।
ମାଲକାନଗିରି ଜିଲାରେ ବିଜେଡିର କେତେକ ଜନ ପ୍ରତିନିଧି ଯୁବତୀ ଯୁବକମାନଙ୍କୁ ଚାକିରି କରାଇଦେବା ନାଁରେ ବହୁ ଲକ୍ଷ ଟଙ୍କା ହଡପକରି ନେଇଥିବା ମାଥିଲି ଥାନାରେ ଅଭିଯୋଗ ହୋଇଛି। ମାଥିଲି ଥାନା ଅନ୍ତର୍ଗତ ମିଲୁଗୁଡା ଗ୍ରାମର ରବିନାରାୟଣ ପୁହାଣ ମାଥିଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏଥିରେ ଉଲ୍ଲେଖ ରହିଛି, ତାଙ୍କ ପୁଅଙ୍କୁ ଯୋଗାଣ ବିଭାଗରେ ଇନ୍ସପେକ୍ଟର ଚାକିରି କରାଇଦେବା ନାଁରେ ମାଥିଲି ଜିଲା ପରିଷଦ ଜୋନ୍‌-୩ ସଭ୍ୟା ସସ୍ମିତା ମାଝି ୨୦୨୩, ଏପ୍ରିଲ ୨୫ରେ ୧ ଲକ୍ଷ ଟଙ୍କା, ଏପ୍ରିଲ ୨୮ ରେ ୩୦ ହଜାର ଟଙ୍କା ନଗଦ ନେଇଥିଲେ। ପରେ ଭୁବନେଶ୍ୱରରେ ସୁଜାତା ପାଣ୍ଡିଆନଙ୍କ ଭାଇ କହୁଥିବା ରମେଶ ଚନ୍ଦ୍ର ରାଉତଙ୍କ ଆକାଉଣ୍ଟକୁ ଦୁଇଟି କିସ୍ତିରେ ୬ ଲକ୍ଷ ଟଙ୍କା ପଠାଇବାକୁ କହିଥିଲେ। ପରବର୍ତ୍ତୀ ସମୟରେ ତାଙ୍କ କାର‌୍ୟ୍ୟ ନ ହେବାରୁ ରବିନାରାୟଣ ଏ ସମ୍ପର୍କରେ ସସ୍ମିତାଙ୍କୁ ପଚାରିବାରୁ କିଛି ନ ଶୁଣିବା ସହ ଥାନାରେ କହିଲେ ଜୀବନରେ ମାରିଦେବା ପାଇଁ ଧମକ ଦେଇଥିଲେ। ଫଳରେ ରବିନାରାୟଣ ୧୯ା୮ା୨୪ରେ ମାଥିଲି ଥାନାରେ ଅଭିଯୋଗ କରିଥିଲେ।
ପୋଲିସ ନଂ. ୧୬୬/୨୪ରେ ମାମଲା ରୁଜୁ କରିଛି। ଘଟଣାର ମାଷ୍ଟର ମାଇଣ୍ଡ ସସ୍ମିତା ମାଝି ଫେରାର ହୋଇଯାଇଥିବା ବେଳେ ଏହାର ମୁଖ୍ୟ ଅଭିଯୁକ୍ତ ରମେଶ ଚନ୍ଦ୍ର ରାଉତଙ୍କୁ କେନ୍ଦ୍ରାପଡ଼ାରୁ ରବିବାର ମାଥିଲି ପୋଲିସ ଗିରଫ କରିଛି।
ସେହିପରି ମାଥିଲି ସଦର ବ୍ଲକର ମାଧବୀ ହରେଶ କୁମାର ନାମ୍ନୀ ଜଣେ ମହିଳା ମଧ୍ୟ ବିଜେଡିର ବରିଷ୍ଠ ନେତା ଜୀବନ ସାହୁଙ୍କ କଥାରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଚାକିରି ନିମନ୍ତେ ବିଜ୍ଞାପନ ବାହାରିଥିବାରୁ ଚାକିରି ଲାଗି ୧୦ ଲକ୍ଷ ୧୦ ହଜାର ଟଙ୍କା ରମେଶଙ୍କ ଆକାଉଣ୍ଟକୁ ପଠାଇଥିଲେ। ପରେ ଉକ୍ତ ପଦବୀର ଫଳ ବାହାରିବା ସମୟରେ ତାଙ୍କ ନାମ ନ ଥିବା ଜାଣିବାକୁ ପାଇଥିଲେ। ଏ ସମ୍ପର୍କରେ ଜୀବନ ସାହୁ ଓ ରମେଶଙ୍କୁ ଟଙ୍କା ମାଗିବାରୁ ସେମାନେ ଫେରସ୍ତ କରିପାରି ନ ଥିଲେ। ଫଳରେ ମାଧବୀ ମାଥିଲି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ. ୧୫୦/୨୦ା୭ା୨୪ ରେ ମାମଲା ରୁଜୁ କରିଛି।
ସେହିପରି ମାଥିଲି ସଦର ବ୍ଲକର କାର୍ତ୍ତିକ ରାୟ ମଧ୍ୟ ଗତବର୍ଷ ହୋଇଥିବା ଇ-ବାଇକ୍ ଯୋଜନାର ଡିଲରଶିପ୍ ବିଷୟରେ ଜାଣିବା ପରେ ଏହାର ସମସ୍ତ ନିୟମ ସସ୍ମିତା ଜାଣିଥିବେ ବୋଲି ତାଙ୍କ ସହ ଯୋଗାଯୋଗ କରିଥିଲେ ା ସସ୍ମିତା ଏହି ଯୋଜନା ନିମନ୍ତେ ୨୬ ଲକ୍ଷ ୨୦ ହଜାର ଟଙ୍କା ରମେଶଙ୍କ ଆକାଉଣ୍ଟରେ ଜମା କରିବାକୁ କହିଥିଲେ। ଫଳରେ ସେ ରମେଶଙ୍କ ଆକାଉଣ୍ଟରେ ୯ଟି କିସ୍ତିରେ ମୋଟ ୨୬ ଲକ୍ଷ ୨୦ ହଜାର ଟଙ୍କା ଜମା କରିଥିଲେ ା ପରବର୍ତ୍ତୀ ସମୟରେ ସେ ଜାଣିବାକୁ ପାଇଲେ, ଏହା ଏକ ମିଥ୍ୟା ଯୋଜନା। ଏ ସମ୍ପର୍କରେ କାର୍ତ୍ତିକ ମାଥିଲି ଥାନାରେ ଅଭିଯୋଗ କଲା ପରେ ନଂ. ୧୪୯/୨୦ା୭ା୨୪ରେ ମାମଲା ରୁଜୁ କରାଯାଇଛି।
ଏ ସମ୍ପର୍କରେ ମାଥିଲି ଥାନା ଅଧିକାରୀ ଦେବଦତ୍ତ ମଲ୍ଲିକଙ୍କୁ ପଚାରିିବାରୁ ଏ ସମ୍ପର୍କରେ ୩ଟି ମାମଲା ମାଥିଲି ଥାନାରେ ରୁଜୁ କରାଯାଇଛି। ବର୍ତ୍ତମାନ ଏହାର ଉଚ୍ଚସ୍ତରୀୟ ତଦନ୍ତ ଚାଲିଛି। ସସ୍ମିତା ମାଥିଲିରେ ଅନୁପସ୍ଥିତ ଅଛନ୍ତି। ଅଭିଯୁକ୍ତ ରମେଶ ଚନ୍ଦ୍ର ରାଉତଙ୍କୁ କେନ୍ଦ୍ରାପଡ଼ାରୁ ମାଥିଲି ପୋଲିସ ଗିରଫ କରିଛି । ତଦନ୍ତ ପରେ ସମସ୍ତ ତଥ୍ୟ ଜଣାପଡ଼ିବ ବୋଲି ସେ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930