Indus Valley Times

ପାନ ପତ୍ରକୁ ଚୋବାଇ ଖାଇଲେ ମିଳିବ ଅନେକ ଫାଇଦା, ଦୂରେଇ ଯିବ ଏସବୁ ସମସ୍ୟା

 Breaking News

ପାନ ପତ୍ରକୁ ଚୋବାଇ ଖାଇଲେ ମିଳିବ ଅନେକ ଫାଇଦା, ଦୂରେଇ ଯିବ ଏସବୁ ସମସ୍ୟା

ପାନ ପତ୍ରକୁ ଚୋବାଇ ଖାଇଲେ ମିଳିବ ଅନେକ ଫାଇଦା, ଦୂରେଇ ଯିବ ଏସବୁ ସମସ୍ୟା
May 22
11:10 2022

ନୂଆଦିଲ୍ଲୀ, ୨୨/୫ : ପାନ ପତ୍ରକୁ ଆମେ ପ୍ରାୟତଃ ବିଭିନ୍ନ କାମରେ ବ୍ୟବହାର କରୁ । ମନ୍ଦିରରେ ପୂଜା କରିବା ହେଉ କିମ୍ବା ମିଠା ପାନ ପ୍ରସ୍ତୁତ କରିବାରେ ହେଉ ପାନ ପତ୍ରର ବ୍ୟବହାର ସାଧାରଣ ଅଭ୍ୟାସ ଅଟେ । ବହୁତ କମ୍ ଲୋକ ଜାଣିଥିବେ ଯେ, ଯଦି ପାନ ପତ୍ରକୁ ଚୋବାଇ ଖାଇବା ତେବେ ଏହା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଅଟେ । ତେବେ ଆସନ୍ତୁ ଜାଣିବା ପାନ ପତ୍ର ଚୋବାଇ ଖାଇବାର ଉପକାରିତା ବିଷୟରେ ।
ପାନ ପତ୍ରରେ ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟିମାଇକ୍ରୋବିୟଲ୍ସ ଗୁଣ ରହିଥାଏ । ଏହାକୁ ସେବନ କରିବା ଦ୍ବାରା କାଶ ସମସ୍ୟାକୁ ଦୂର କରାଯାଇପାରେ । ଏହାସହ ଗଳାକୁ ମଧ୍ୟ ସଫା ରଖାଯାଇ ପାରିବ ।
ପାନ ପତ୍ର ପେଟର ଫିଟନେସ୍ ପାଇଁ ଅତ୍ୟନ୍ତ ଭଲ ଅଟେ । ଏହାକୁ ନିୟମିତ ସେବନ ଦ୍ବାରା ହଜମ ପ୍ରକ୍ରିୟା ଭଲ ହୋଇପାରିବ । ଏହାସହ ପେଟ ସହ ଜଡିତ ସମସ୍ୟା ମଧ୍ୟ ଦୂର କରାଯାଇପାରିବ ।
ପାନ ପତ୍ରକୁ ଚୋବାଇ ଖାଇବା ଦ୍ବାରା ପାଟିରୁ ଆସୁଥିବା ଦୁର୍ଗନ୍ଧକୁ ଦୂର କରାଯାଇପାରିବ । ପାନ ପତ୍ରକୁ ଚୋବାଇବା ଦ୍ବାରା ଯେଉଁ ରସ ଉତ୍ପନ ହୋଇଥାଏ ତାହା ପାଟିରେ ଲୁଚି ରହିଥିବା ବ୍ୟାକ୍ଟେରିଆକୁ ମାରିଦେଇଥାଏ । ଏହାଦ୍ବାରା ଆପଣ ନିଶ୍ଚିନ୍ତରେ ଅନ୍ୟମାନଙ୍କ ସହିତ କଥା ହୋଇପାରିବେ ।
ଦାନ୍ତ ମାଢିରେ ଯନ୍ତ୍ରଣା କିମ୍ବା ଫୁଲା ଦୂର କରିବା ପାଇଁ ପାନ ପତ୍ର ମଧ୍ୟ ଲାଭଦାୟକ ବୋଲି ବିବେଚନା କରାଯାଏ । ଏଥିରେ ଏମିତି ଅନେକ ଗୁଣ ମିଳିଥାଏ ଯାହା ମାଢି ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ ।
ଯେହେତୁ ପାନ ପତ୍ର ଗରମ ହୋଇଥାଏ ସେଥିପାଇଁ ଏହାକୁ ଶୀତଦିନେ ଖାଇବା ଭଲ ଅଟେ । କିନ୍ତୁ ଗରମ ଦିନେ ଆପଣ ସୀମିତ ମାତ୍ରାରେ ଏହାକୁ ସେବନ କରିପାରିବେ ।
ଖାଇବା ପୂର୍ବରୁ ପାନ ପତ୍ରକୁ ଭଲ ଭାବରେ ଧୋଇ ଦିଅନ୍ତୁ । ଫଳରେ ଏଥିରେ ଥିବା ଧୂଳି-ମାଟି ଏବଂ ବ୍ୟାକ୍ଟେରିଆ ଦୂର ହୋଇଯିବ । ଏହାପରେ ହିଁ ଆପଣ ଏହାକୁ ସେବନ କରିପାରିବେ ।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031