Legatus

ପୋଖରୀ ଭିତରକୁ ଖସିଗଲା ବସ୍: ୧୭ ମୃତ, ୩୫ ଆହତ

 Breaking News

ପୋଖରୀ ଭିତରକୁ ଖସିଗଲା ବସ୍: ୧୭ ମୃତ, ୩୫ ଆହତ

July 23
13:05 2023

ଢାକା,୨୩/୭: ଶନିବାର ଦିନ ବାଂଲାଦେଶର ଝାଲକାନ୍ଥି ସଦର ଉପଜିଲ୍ଲା ଅନ୍ତର୍ଗତ ଛତ୍ରକନ୍ଦାରେ ଗୋଟାଏ ବସ୍ ପୋଖରୀରେ ପଡ଼ିଯିବାରୁ ୩ଜଣ ପିଲା ଓ ୮ଜଣ ମହିଳାଙ୍କ ସମେତ ଅନ୍ୟୂନ ୧୭ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଓ ଆହୁରି ୩୫ଜଣ ଯାତ୍ରୀ ଆହତ ହୋଇଥିବା କଥା ‘ଦି ଡେଲି ଷ୍ଟାର୍’ ରିପୋର୍ଟ କରିଛି।
ଦୁର୍ଘଟଣା ନିମନ୍ତେ ଯାତ୍ରୀମାନେ ଡ୍ରାଇଭର୍ଙ୍କର ବେପରୁଆ ଗାଡ଼ିଚାଳନାକୁ ଦାୟୀ କରିଛନ୍ତି। ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, ବସ୍ରେ ମାତ୍ରାଧିକ ଯାତ୍ରୀ ଥିବା ବି ଦୁର୍ଘଟଣାର କାରଣ ହୋଇଥାଇ ପାରେ।
ରିପୋର୍ଟ ଅନୁସାରେ, ୫୨ ଯାତ୍ରୀ ନେବା ପାଇଁ ସାମର୍ଥ୍ୟ ଥିବା ‘ବାଶର୍ ସ୍ମୃତି ପରିବହନ’ର ଏହି ବସ୍ଟି ୬୦ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ସକାଳ ୯ଟା ବେଳେ ପିରୋଜପୁରର ଭଣ୍ଡାରିଆରୁ ବରିଶାଲ୍ ଅଭିମୁଖେ ଯାଉଥିଲା। ସକାଳ ପ୍ରାୟ ୧୦ଟା ବେଳେ ବରିଶାଲ୍-ଖୁଲଣା ରାଜପଥ ପାର୍ଶ୍ବରେ ଥିବା ଗୋଟାଏ ପୋଖରୀ ଭିତରେ ଉକ୍ତ ବସ୍ଟି ପଡ଼ିଗଲା।
ଜଣେ ଯାତ୍ରୀଙ୍କ କହିବା ଅନୁସାରେ, ମାତ୍ରାଧିକ ଯାତ୍ରୀ ଥିବାରୁ ବସ୍ଟି ଅବିଳମ୍ବେ ପୋଖରୀରେ ବୁଡ଼ି ଗଲା। ବସ୍ରେ ସମସ୍ତ ଯାତ୍ରୀ ଫସି ରହିଥିଲେ। କିନ୍ତୁ, କୌଣସି ମତେ ଟାଣି ଓଟାରି ହୋଇ ମୁଁ ବସ୍ରୁ ବାହାରି ଆସି ଜୀବନ ବଞ୍ଚାଇଲି।
ବରିଶାଲ୍ ଡିଭିଜ୍ନାଲ୍ କମିସନର୍ ମହମ୍ମଦ ଶୱକତ୍ ଅଲି ସୁନିଶ୍ଚିତ କରି କହିଛନ୍ତି ଯେ, ଘଟଣାସ୍ଥଳରେ ୧୭ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଆହତମାନଙ୍କୁ ଡାକ୍ତରଖାନାକୁ ନିଆଯାଇଛି।
ମୃତାହତଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ପିରୋଜପୁର ଭଣ୍ଡାରିଆ ଉପଜିଲ୍ଲା ଓ ଝାଲକାନ୍ଥି ଅନ୍ତର୍ଗତ ରାଜପୁର ଅଞ୍ଚଳର ବୋଲି ପୁଲିସ କହିଛି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31