Indus Valley Times

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

 Breaking News

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
June 10
14:10 2026

ଭୁବନେଶ୍ୱର, ୧୦/୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସବୁଠୁ ଦୀର୍ଘ ସମୟ ଧରି ଲଗାତାର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ନୂଆ କୀର୍ତ୍ତିମାନ ସ୍ଥାପନ କରିଥିବା ବେଳେ ତାଙ୍କୁ ଭରପୂର ପ୍ରଶଂସା କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ବୁଧବାର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭାବପୂର୍ଣ୍ଣ ବାର୍ତ୍ତା ପୋଷ୍ଟ କରି ସେ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୋଦିଙ୍କୁ “କୋଟି କୋଟି ଭାରତୀୟଙ୍କ ବିଶ୍ୱାସ, ଗର୍ବ ଓ ଉତ୍ଥାନର ମହାନ ସାରଥୀ” ବୋଲି ବର୍ଣ୍ଣନା କରିବା ସହ “ଆଧୁନିକ ଭାରତର ଅନନ୍ୟ ବିଶ୍ୱକର୍ମା” ବୋଲି ସମ୍ବୋଧନ କରିଛନ୍ତି।
ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଏହି ଐତିହାସିକ ସଫଳତା କେବଳ ତାଙ୍କ କାର୍ଯ୍ୟକାଳର ଏକ ଅଧ୍ୟାୟ ନୁହେଁ, ବରଂ ତାଙ୍କର ଅଦମ୍ୟ ସଂକଳ୍ପ, ତ୍ୟାଗମୟ ଜୀବନ, ଦୂରଦର୍ଶୀ ନେତୃତ୍ୱ ଏବଂ ରାଷ୍ଟ୍ର ଗଠନ ପାଇଁ ନିଷ୍ଠାର ସ୍ୱୀକୃତି।
ମୋହନ ମାଝୀ ତାଙ୍କ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି ଯେ, ଜନସେବାକୁ ଈଶ୍ୱର ସେବା ଭାବେ ଗ୍ରହଣ କରି ମୋଦି ଯେଉଁ ମହାଯଜ୍ଞ ଆରମ୍ଭ କରିଛନ୍ତି, ତାହା ଭାରତକୁ ଆଜି ବିଶ୍ୱ ମଞ୍ଚରେ ଏକ ସଶକ୍ତ, ସୁରକ୍ଷିତ ଓ ସ୍ୱାଭିମାନୀ ରାଷ୍ଟ୍ର ଭାବେ ପ୍ରତିଷ୍ଠିତ କରିଛି।
ସେ ଆହୁରି କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଦେଶରେ ଜାତୀୟ ସୁରକ୍ଷା, ଗରିବ କଲ୍ୟାଣ ଓ ସମୃଦ୍ଧିର ଏକ ନୂଆ ଧାରା ସୃଷ୍ଟି ହୋଇଛି। ବିକଶିତ ଭାରତ ଗଠନ ପାଇଁ ତାଙ୍କ ନିଷ୍ଠାପୂର୍ଣ୍ଣ ନେତୃତ୍ୱ ସମସ୍ତଙ୍କ ପାଇଁ ପ୍ରେରଣା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଶେଷରେ ମୋହନ ମାଝୀ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚରଣରେ ପ୍ରାର୍ଥନା କରି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ, ସୁସ୍ଥ ଓ ନିରାମୟ ଜୀବନ କାମନା କରିଛନ୍ତି। ତାଙ୍କ ନେତୃତ୍ୱରେ ଭାରତ ବିକାଶ ଓ ଗୌରବର ନୂଆ ଇତିହାସ ରଚନା କରୁ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930