Indus Valley Times

ପ୍ରଧାନଶିକ୍ଷକ କରିପାରିଲେନି SIR କାମ, ନିଲମ୍ବିତ ଧମକ ପରେ ଆତ୍ମହତ୍ୟା ଅଭିଯୋଗ

 Breaking News

ପ୍ରଧାନଶିକ୍ଷକ କରିପାରିଲେନି SIR କାମ, ନିଲମ୍ବିତ ଧମକ ପରେ ଆତ୍ମହତ୍ୟା ଅଭିଯୋଗ

June 19
20:26 2026

କମ୍ଭଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୯/୬ : ସ୍ପେଶାଲ ଇଣ୍ଟେନ୍ସିଭ୍ ରିଭିଜନ୍ (SIR) କାମର ଚାପ ଜଣେ ଶିକ୍ଷକ ତଥା ବୁଥ୍ ଲେଭେଲ ଅଫିସର୍ (BLO)ଙ୍କ ଜୀବନ ନେଇଥିବା ଅଭିଯୋଗ ଆସିଛି। ବୌଦ୍ଧ ଜିଲ୍ଲାରେ ଘଟିଥିବା ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ମୃତକ ହେଲେ ଗୋଛାପଡ଼ା ଅଞ୍ଚଳର ଡିମିରିଖୋଲା ସ୍କୁଲର ପ୍ରଧାନ ଶିକ୍ଷକ ସୟନ ସାହୁ।
ସୟନ ସାହୁ ଜଣେ ପ୍ରଧାନ ଶିକ୍ଷକ ହୋଇଥିବା ସହ SIRକାର୍ଯ୍ୟ ପାଇଁ BLO ଭାବେ ମଧ୍ୟ ଦାୟିତ୍ୱ ତୁଲାଉଥିଲେ। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, କିଛି ଦିନ ହେବ ସେ SIR କାମକୁ ନେଇ ମାନସିକ ଚାପରେ ରହୁଥିଲେ। ଉଚ୍ଚପଦସ୍ଥ ଅଧିକାରୀମାନେ କାମର ଅଗ୍ରଗତି ନେଇ ତାଙ୍କୁ ବାରମ୍ବାର ଚାପ ପକାଉଥିଲେ ଏବଂ କାମ ଠିକ୍ ଭାବେ ନ କଲେ ନିଲମ୍ବନ ଭଳି କାର୍ଯ୍ୟାନୁଷ୍ଠାନର ଧମକ ଦେଉଥିବା ପରିବାର ଅଭିଯୋଗ କରିଛି।
ଏହାରି ମଧ୍ୟରେ ଦୁଇ ଦିନ ତଳେ SIR କାମରେ ଅବହେଳା ଅଭିଯୋଗରେ ଦୁଇ ଜଣ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଥିଲା। ଏହି ଘଟଣା ପରେ ସୟନ ସାହୁ ଅଧିକ ଚିନ୍ତାଗ୍ରସ୍ତ ହୋଇପଡ଼ିଥିବା କୁହାଯାଉଛି।
ତାଙ୍କ ପୁଅ କୃଷ୍ଣଚନ୍ଦ୍ର ସାହୁଙ୍କ କହିବା ଅନୁସାରେ, ନିଲମ୍ବନ ଭୟ ଓ ମାନସିକ ଚାପ ସହି ନପାରି ସୟନ ବିଷ ପିଇ ଦେଇଥିଲେ।
ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବାଉଁଶୁଣି କମ୍ୟୁନିଟି ହେଲ୍ଥ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ପରେ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।
ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଅ କୃଷ୍ଣଚନ୍ଦ୍ର ତାଙ୍କ ବାପାଙ୍କ ମୃତ୍ୟୁ ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଅନ୍ୟପଟେ ବୌଦ୍ଧ ଉପଜିଲ୍ଲାପାଳ କହିଛନ୍ତି ଯେ, ଆତ୍ମହତ୍ୟାର ପ୍ରକୃତ କାରଣ ସମ୍ପର୍କରେ ସେ କିଛି କହିପାରିବେ ନାହିଁ, ହେଲେ ମୃତକଙ୍କ ଅଞ୍ଚଳରେ SIRକାମ ସନ୍ତୋଷଜନକ ଭାବେ ହେଉନଥିଲା। ଘଟଣାକୁ ନେଇ ଶିକ୍ଷକ ମହଲ ଓ ସାଧାରଣ ଲୋକଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଥିବାବେଳେ, ପୁଲିସ ଓ ପ୍ରଶାସନ ପକ୍ଷରୁ ତଦନ୍ତ ଜାରି ରହିଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031