Indus Valley Times

ପ୍ରୀତିରଞ୍ଜନ ଘଡ଼େଇଙ୍କ ଅସ୍ଥାୟୀ ଘରେ ରେଡ୍, ବେଆଇନ ବୋଲି କହିଲା ବିଜେଡି

 Breaking News

ପ୍ରୀତିରଞ୍ଜନ ଘଡ଼େଇଙ୍କ ଅସ୍ଥାୟୀ ଘରେ ରେଡ୍, ବେଆଇନ ବୋଲି କହିଲା ବିଜେଡି

October 31
19:20 2025

ନୂଆପଡ଼ା, ୩୧/୧୦ : ନୂଆପଡ଼ା ଉପନିର୍ବାଚନ ମାହୋଲ ସରଗରମ ହେବାରେ ଲାଗିଛି। ତିନି ରାଜନୈତିକ ଦଳ ପକ୍ଷରୁ ଜୋରଦାର ପ୍ରଚାର ଜାରି ରହିଛି। ଏହାରି ଭିତରେ ବିଜେଡି ନେତା ପ୍ରୀତିରଞ୍ଜନ ଘଡେଇଙ୍କ ଘରେ ଚଢାଉ ହୋଇଛି। ପ୍ରୀତିରଞ୍ଜନଙ୍କ ନୂଆପଡା ଖରିଆର୍ ରୋଡରେ ଥିବା ବାସଭବନରେ ପୁଲିସ ଚଢାଉ କରିଥିବା ସୂଚନା ମିଳିଛି ।
ପ୍ରୀତିରଞ୍ଜନ ଘଡେଇ ଏବେ ନୂଆପଡା ଉପନିର୍ବାଚନ ପାଇଁ ପ୍ରଚାର ଦାୟିତ୍ୱରେ ଅଛନ୍ତି। ଏହି ସମୟରେ ପୁଲିସ ଏଭଳି ଚଢାଉ କରିବା ନେଇ କର୍ମୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
କୌଣସି ଏକ ଖବର ପାଇ ପୁଲିସ ଓ ଜିଲାପାଳ ଚଢାଉ କରିବାକୁ ଯାଇଥିବା ବେଳେ ଘରେ ପ୍ରୀତିରଞ୍ଜନ ନଥିବାରୁ ଫେରିଆସିଥିଲେ। ନୂଆପଡାରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଜିତାଇବା ପାଇଁ ପ୍ରଚାରକୁ ଜୋରଦାର କରାଯାଉଥିବା ବେଳେ ଜଣେ ନେତାଙ୍କ ଘରେ ଏଭଳି ଚଢାଉ କରାଯିବା ପରେ ପ୍ରଶ୍ନ ଉଠାଇଛି ବିଜେଡି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031