Indus Valley Times

ଫେଭର ମାଗି ଫେଲ୍ କରାଇଥିବା ଅଭିଯୋଗ, କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ

 Breaking News

ଫେଭର ମାଗି ଫେଲ୍ କରାଇଥିବା ଅଭିଯୋଗ, କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ

ଫେଭର ମାଗି ଫେଲ୍ କରାଇଥିବା ଅଭିଯୋଗ, କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ
July 23
17:29 2025

କଳାହାଣ୍ଡି,୨୩/୭ : କଳାହାଣ୍ଡି ଜିଲା ମ. ରାମପୁର ଥାନା ଅଞ୍ଚଳର ଜଣେ କଲେଜ ଛାତ୍ରୀଙ୍କୁ ଜଣେ ଡାଟାଏଣ୍ଟ୍ରି ଅପରେଟର ଫେଭର ମାଗି ଗରିଫ ହେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ଗିରଫ ଅଭିଯୁକ୍ତ ଜଣକ ହେଲେ କର୍ଲାମୁଣ୍ଡା ବ୍ଲକ୍ ରିଷିଡ଼ା କଲେଜର ଡାଟାଏଣ୍ଟ୍ରି ଅପରେଟର ସୌମ୍ୟରଞ୍ଜନ ତ୍ରିପାଠୀ (ସିଲୁ)।
ସୂଚନାନୁସାରେ ମଦନପୁର ରାମପୁର ଥାନା ରିଷିଡ଼ା ସ୍ଥିତି ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଡାଟାଏଣ୍ଟ୍ରି ଅପରେଟର ସୌମ୍ୟରଞ୍ଜନ ଜନୈକା ଛାତ୍ରୀଙ୍କୁ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ। ୨୦୨୩ରେ ନାମ ଲେଖାଇଥିବା ସମ୍ପୃକ୍ତ ଛାତ୍ରୀଙ୍କୁ ପରୀକ୍ଷାରେ ଫେଲ୍ କରାଇଥିବା ନେଇ ଅଭିଯୋଗ ହେଉଛି।
ଏଥି ପୂର୍ବରୁ ଉକ୍ତ ଛାତ୍ରୀଜଣଙ୍କ ଜିଲାପାଳଙ୍କଠାରେ ଅଭିଯୋଗ କରିଥିଲେ। ଏହାକୁ ନେଇ ଉପଜିଲାପାଳ କିଛିଦିନ ତଳେ ଅଭିଯୁକ୍ତଙ୍କୁ ସମତେ କଲେଜ ଅଧ୍ୟକ୍ଷଙ୍କୁ ଡାକି ଘଟଣାର ତଦନ୍ତ କରିଥିଲେ। ତଦନ୍ତ ପରେ ସ୍ଥିତିର ଗମ୍ଭୀରତାକୁ ଦେଖି ସୌମ୍ୟରଞ୍ଜନ ବେଲଖଣ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ବଦଳି କରାଯାଇଥିଲା। ତେବେ ବାଲେଶ୍ୱର ଏଫ୍‌ଏମ୍ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା ପରେ ପୁଣିଥରେ ଏହି ଘଟଣାକୁ ନେଇ ପ୍ରଶାସନ ତତ୍ପରତା ପ୍ରକାଶ କରିଛ। ମଙ୍ଗଳବାର ପୋଲିସ ମ.ରାମପୁର ତହସିଲଦାର ଓ ସିଡିପିଓ ଛାତ୍ରୀଙ୍କ ଘରକୁ ଯାଇ ପଚରାଉଚରା କରିଥିଲେ। ଆଜି ମ.ରାମପୁର ପୋଲିସ ବେଲଖଣ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଯାଇ ଅଭିଯୁକ୍ତ ଡାଟାଏଣ୍ଟ୍ରି ଅପରେଟର ସୌମ୍ୟରଞ୍ଜନଙ୍କୁ ଗିରଫ କରିଥିଲେ। ପରେ ମ.ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟ ପରୀକ୍ଷା ପୂର୍ବକ କୋର୍ଟଚାଲାଣ କରିଛି । ଅଭିଯୁକ୍ତ ଓ ଅଭିଯୋଗକାରୀ ଛାତ୍ରଙ୍କୁ ମ.ରାମପୁର ଥାନାଧିକାରୀ ବୀରବର ଭଗତ ଜିଲା କୋର୍ଟରେ ହାଜର କରିଥିବା ସୂଚନା ମିଳିଛି । ବର୍ତ୍ତମାନ ଘଟଣାଟି ମ.ରାମପୁର ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲିଟିଛି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031