Indus Valley Times

ବଢିଗାଁ ଗ୍ରାମରେ ପହଞ୍ଚିଲା ପ୍ରବାସୀ ଶ୍ରମିକଙ୍କ ମୃତଦେହ

 Breaking News

ବଢିଗାଁ ଗ୍ରାମରେ ପହଞ୍ଚିଲା ପ୍ରବାସୀ ଶ୍ରମିକଙ୍କ ମୃତଦେହ

ବଢିଗାଁ ଗ୍ରାମରେ ପହଞ୍ଚିଲା ପ୍ରବାସୀ ଶ୍ରମିକଙ୍କ ମୃତଦେହ
September 28
10:13 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୮/୯ : ବଢିଗାଁ ଗ୍ରାମରେ ପହଞ୍ଚିଲା ପ୍ରବାସୀ ଶ୍ରମିକଙ୍କ ମୃତଦେହ, ପରିବାରବର୍ଗଙ୍କୁ ସମବେଦନା ଜଣାଇଲା ପ୍ରଶାସନ ଶୁକ୍ରବାର ସନ୍ଧ୍ୟା ୫. ୩୦ ମିନିଟ ସମୟରେ ଗୁଜୁରାଟ ରାଜ୍ୟର ସୁରଟ ଠାରେ ମୃତ୍ୟୁବରଣ କରିଥିବା ଶ୍ରମିକଙ୍କ ମୃତଦେହ ସମ୍ପର୍କୀୟଙ୍କ ସହାୟତାରେ ବଢିଗାଁ ଗ୍ରାମରେ ପହଞ୍ଚିଛି ।
ମୃତ ଶ୍ରମିକ ବାବୁଲି ଜେନାଙ୍କ ମୃତଦେହ ନିଜ ଘରେ ପହଞ୍ଚିବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ତାଙ୍କର ଶେଷ ଦର୍ଶନ ପାଇଁଁ ବନ୍ଧୁ ପରିଜନ ଓ ଗ୍ରାମବାସୀ ଅପେକ୍ଷା କରିଥିଲେ । ଗ୍ରାମ ଶ୍ମଶାନରେ ଆଜି ସନ୍ଧ୍ୟାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।
ବାବୁଲି କିଛି ମାସ ତଳେ ଜଣେ ସମ୍ପର୍କୀୟ ଭାଇଙ୍କ ସହ ସୁରଟକୁ ଯାଇ ଏକ କପଡ଼ା ମିଲରେ କାମ କରୁଥିଲେ । ଶାରୀରିକ ଅସୁସ୍ଥତା କାରଣରୁ ସେଠାରେ ଏକ ଡାକ୍ତର ଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇ ଯାଇଥିଲା । ମୃତଦେହ ଆସୁଥିବା ଖବର ପାଇ ଶ୍ମଶାନ ଏବଂ ଘରକୁ ଯାଇ ସହକାରୀ ଶ୍ରମ ଅଧିକାରୀ କନ୍ୟାକୁମାରୀ ସାହୁ ,କର୍ମଚାରୀ, ଶ୍ରମ କାର‌୍ୟ୍ୟାଳୟ କାହ୍ନୁ ଚରଣ ମହାରଣା ଓ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ ।
: ବଢ଼ିଗାଁ ସମିତି ଆବାହକ ରାମଚନ୍ଦ୍ର ରଣା, ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30