Indus Valley Times

ବଢିଲା ପୁଣି ଓମ୍ଫେଡ୍ କ୍ଷୀରର ଦର, ପ୍ୟାକେଟ୍ ପିଛା ବଢିଲା ୨ଟଙ୍କା

 Breaking News

ବଢିଲା ପୁଣି ଓମ୍ଫେଡ୍ କ୍ଷୀରର ଦର, ପ୍ୟାକେଟ୍ ପିଛା ବଢିଲା ୨ଟଙ୍କା

ବଢିଲା ପୁଣି ଓମ୍ଫେଡ୍ କ୍ଷୀରର ଦର, ପ୍ୟାକେଟ୍ ପିଛା ବଢିଲା ୨ଟଙ୍କା
March 30
10:49 2023

ଭୁବନେଶ୍ୱର,୩୦/୩: ବଢ଼ିଲା ଓମଫେଡ୍ କ୍ଷୀର ଦର । ୫୦୦ ମିଲି ଗ୍ରାମ ଅର୍ଥାତ ହାଫ୍ ଲିଟର କ୍ଷୀର ପ୍ୟାକେଟ୍ ପିଛା ୨ଟା ବଢ଼ିଛିା ଆସନ୍ତା ୧ ତାରିଖରୁ ନୂଆ ଦର ଲାଗୁ ହେବା ଏନେଇ ବିଧିବଦ୍ଧ ଭାବେ ସୂଚନା ଜାରି କରିଛନ୍ତି ଓମଫେଡ୍ କର୍ତ୍ତୃପକ୍ଷ।
ଦର ବଢ଼ିବା ପରେ ପ୍ରତି ହାଫ୍ ଲିଟର ଟୋନଡ କ୍ଷୀର ୨୧ ଟଙ୍କାରୁ ୨୩କୁ ବୃଦ୍ଧି ପାଇଛିା ପ୍ରିମିୟମ୍ ଓ ଗୋଲ୍ଡ କ୍ଷୀର ୨୪ରୁ ୨୬ ଟଙ୍କାକୁ ବୃଦ୍ଧି ହୋଇଛିା ଚା’ ସ୍ପେସିଆଲ୍ କ୍ଷୀର ୨୩ରୁ ୨୫ ଟଙ୍କାକୁ ବୃଦ୍ଧି ପାଇଛିା ଏସବୁ ଆସନ୍ତା ୧ ତାରିଖରୁ ଲାଗୁ ହେବ।
କୃଷକଙ୍କ ଖର୍ଚ୍ଚ, ଗୋଖାଦ୍ୟ ଓ ଗୋଚାରାର ମୂଲ୍ୟ ଏବଂ ଆନୁସଙ୍ଗିକ ସାମଗ୍ରୀର ଦର ବଢ଼ିବା ଯୋଗୁଁ କ୍ଷୀର ରେଟକୁ ବଢ଼ାଯାଇଥିବା ସୂଚନା
ଜାରି କରାଯାଇଛି।
ଓମଫେଡ ଦୁଗ୍ଧ ଏକ ଅତ୍ୟାବଶ୍ୟକ ସାମଗ୍ରୀ ହୋଇଥିବା ବେଳେ ଏହା ଉପରେ ବହୁ ଲୋକଙ୍କ ସମେତ ଛୋଟ ପିଲା, ରୋଗୀ ତଥା ବୃଦ୍ଧବୃଦ୍ଧା ନିର୍ଭରଶୀଳ। ଏହାର ଦରବୃଦ୍ଧିକୁ ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ ବୋଲି କହିଛନ୍ତି ଲୋକେ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031