Legatus

ବଢିଲା ସ୍ଵାବଲମ୍ବୀ କାରିଗରଙ୍କ ପ୍ରାପ୍ୟ, ପାରିଶ୍ରମିକ ୬ ହଜାର ୫ ଶହ ଟଙ୍କାକୁ ବୃଦ୍ଧି

 Breaking News

ବଢିଲା ସ୍ଵାବଲମ୍ବୀ କାରିଗରଙ୍କ ପ୍ରାପ୍ୟ, ପାରିଶ୍ରମିକ ୬ ହଜାର ୫ ଶହ ଟଙ୍କାକୁ ବୃଦ୍ଧି

ବଢିଲା ସ୍ଵାବଲମ୍ବୀ କାରିଗରଙ୍କ ପ୍ରାପ୍ୟ, ପାରିଶ୍ରମିକ ୬ ହଜାର ୫ ଶହ ଟଙ୍କାକୁ ବୃଦ୍ଧି
February 23
17:43 2024

ଭୁବନେଶ୍ୱର,୨୩/୨: ରାଜ୍ୟ ସରକାର ଗ୍ରାମପଞ୍ଚାୟତ ଗୁଡ଼ିକରେ କାମ କରୁଥିବା ସେଲଫ ଏମ୍ପ୍ଲୟେଡ୍ ମେକାନିକ୍ ବା ସ୍ବାବଲମ୍ବୀ କାରିଗରମାନଙ୍କର ପାରିଶ୍ରମିକ ବୃଦ୍ଧି କରିଛନ୍ତି।
ସ୍ବାବଲମ୍ବୀ କାରିଗରଙ୍କ ପାରିଶ୍ରମିକ ପୂର୍ବରୁ ୪ ହଜାର ଟଙ୍କା ଥିବା ବେଳେ ଏବେ ୬ ହଜାର ୫ ଶହ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହା ପୂର୍ବ ପାରିଶ୍ରମିକଠାରୁ ୬୨ ଦଶମିକ ୫୦ ପ୍ରତିଶତ ଅଧିକ। ଏହାଦ୍ବାରା ରାଜ୍ୟର ୧୩ ହଜାର ସ୍ବାବଲମ୍ବୀ କାରିଗର ଉପକୃତ ହେବେ।
୫ଟି ଓ ଆମ ଓଡ଼ିଶା ନବୀନ ଓଡ଼ିିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ସ୍ଥାନରୁ ସ୍ବାବଲମ୍ବୀ କାରିଗର ଏବଂ ସେମାନଙ୍କ ପ୍ରତିନିଧିମାନଙ୍କଠାରୁ ପାରିଶ୍ରମିକ ବୃଦ୍ଧି ପାଇଁ ଅନୁରୋଧ ଓ ପ୍ରସ୍ତାବ ଆସିଥିଲା।
୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବା ପରେ ପାରିଶ୍ରମିକ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି।
ରାଜ୍ୟର ସମସ୍ତ ଗ୍ରାମକୁ ନିୟମିତ ସ୍ଵଚ୍ଛ ପାନୀୟଜଳ ଯୋଗାଣ ତଥା ଜଳକଷ୍ଟ ଦୂର କରିବା ପାଇଁ ଗ୍ରାମ ପଞ୍ଚାୟତଗୁଡ଼ିକରେ ଦୁଇ ଜଣ ଲେଖାଏଁ ସ୍ବାବଲମ୍ବୀ କାରିଗର ନିୟୋଜିତ ଅଛନ୍ତି। ସେମାନେ ପାଇପଜଳ ଯୋଗାଣ, ରକ୍ଷଣାବେକ୍ଷଣ ତଥା ନଳକୂଅ ମରାମତି ପାଇଁ ନିରନ୍ତର ସେବା ଯୋଗାଇ ଆସୁଛନ୍ତି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31