Indus Valley Times

ବଦଳିବ ମେକ ଇନ ଓଡ଼ିଶା ନାଁ! ମନ୍ତ୍ରୀ ଦେଲେ ବଡ଼ ସୂଚନା

 Breaking News

ବଦଳିବ ମେକ ଇନ ଓଡ଼ିଶା ନାଁ! ମନ୍ତ୍ରୀ ଦେଲେ ବଡ଼ ସୂଚନା

ବଦଳିବ ମେକ ଇନ ଓଡ଼ିଶା ନାଁ! ମନ୍ତ୍ରୀ ଦେଲେ ବଡ଼ ସୂଚନା
June 28
17:00 2024

ଭୁବନେଶ୍ବର,୨୮/୬: ବଦଳିପାରେ ମେକ୍ ଇନ୍ ଓଡ଼ିଶା ନାଁ। ଏନେଇ ଇସାରା ଦେଇଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ। ମେକ୍ ଇନ୍ ଓଡ଼ିଶା ନାଁ ବଦଳାଇ ଉତ୍କଳ ଇନଭେଷ୍ଟ ସମ୍ମିଟ ହୋଇପାରେ।
ଯାହା ଜରିଆରେ ୨.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆଣିବାକୁ ସରକାର ଲକ୍ଷ୍ୟ ରଖିଥିବା କହିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ।
ସେ କହିଛନ୍ତି, ଓଡ଼ିଶାକୁ କିଭଳି ନୂଆ ଶିଳ୍ପ ଆସିବ। ଓଡ଼ିଶାକୁ ଶିଳ୍ପକ୍ଷେତ୍ରରେ କିଭଳି ଆଗକୁ ନିଆଯିବ ସେନେଇ ଆଲୋଚନା ହୋଇଛି। ୨୦୨୭ ସୁଦ୍ଧା ଇଣ୍ଡଷ୍ଟ୍ରିଆଲ କରିଡରକୁ ବିକଶିତ କରିବୁ।
ଓଡ଼ିଶାରେ ପ୍ରାକୃତିକ ସମ୍ପଦ ପ୍ରଚୁର ମାତ୍ରାରେ ରହିଛି । ଏଠାରେ ପାଣି, ଖଣି ଓ ଲମ୍ବା ସମୁଦ୍ରତଟ ରହିଛି। ତେଣୁ ଏହା ଜରିଆରେ ଓଡ଼ିଶାକୁ ଶିଳ୍ପସମୃଦ୍ଧ କରାଯିବ। ଶିଳ୍ପକୁ ୧୦୦ ଦିନର ପ୍ଲାନ ରହିଛି, ତାହାର ରୂପରେଖ ପ୍ରସ୍ତୁତ ଚାଲିଛି।।
ଏନେଇ ଖୁବଶୀଘ୍ର ସରକାର ଅବଗତ କରିବେ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ସମ୍ପଦ ସ୍ୱାଇଁ।

About Author

indadmin

indadmin

Related Articles

Archives

Calendar

November 2024
M T W T F S S
 123
45678910
11121314151617
18192021222324
252627282930