Indus Valley Times

ବଦଳିଲା ପାଗ : ହାଲୁକା ବର୍ଷାରେ ଭିଜିଲା ରାଜ୍ୟର ବିଭିନ୍ନ ଅଞ୍ଚଳ

 Breaking News

ବଦଳିଲା ପାଗ : ହାଲୁକା ବର୍ଷାରେ ଭିଜିଲା ରାଜ୍ୟର ବିଭିନ୍ନ ଅଞ୍ଚଳ

November 29
17:49 2024

ଭୁବନେଶ୍ୱର, ୨୯/୧୧ : ବାତ୍ୟା ‘ଫେଙ୍ଗଲ’ ପ୍ରଭାବରେ ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ଜିଲ୍ଲାରେ ଝିପିଝିପି ବର୍ଷା ଲାଗି ରହିଛି। ହାଲୁକାରୁ ମଧ୍ୟମଧରଣର ବର୍ଷା ନେଇ ଆଜି ୧୨ ଜିଲ୍ଲାକୁ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଜି ସକାଳେ ଭୁନେଶ୍ୱର. କଟକ, ପୁରୀ, ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରିଓ ରାୟଗଡ଼ା ଜିଲ୍ଲାରେ ପାଗ କୋହଲା ଥିଲା।
ପରେ କିଛି କିଛି ଜିଲ୍ଲାରେ ସ୍ୱଳ୍ପ ବର୍ଷା ହୋଇଛି। ଅନ୍ୟପକ୍ଷରେ ହାଲୁକାରୁ ମଧ୍ୟମଧରଣର ବର୍ଷା ନେଇ ୩ ଘଣ୍ଟା ପାଇଁ ଆଜି ୧୨ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର,ଢେଙ୍କାନାଳ, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଜପତି ଓ ଗଞ୍ଜାମ।
ବାତ୍ୟା \’ଫେଙ୍ଗଲ\’ ପ୍ରଭାବରେ ତାମିଲନାଡ଼ୁ ଓ ପୁଡ଼ୁଚେରୀ ଉପକୂଳରେ ପ୍ରବଳ ବର୍ଷା ହେବା ସହ ପବନ ହେଉଛି। ତାମିଲନାଡୁର କୁଡାଲୋର, କରାଇକାଲ, ଆଥିରାମପାଟ୍ଟିନମ୍, ପାରଙ୍ଗିପେଟ୍ଟାଇ, ମୀନାମ୍ବକମ୍ ସମେତ ତାମିଲନାଡୁର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହେଉଛି। ଆସନ୍ତାକାଲି କାଲି ତାମିଲନାଡୁ-ଆନ୍ଧ୍ର ମଝିରେ ଲ୍ୟାଣ୍ଡଫଲ୍ କରିବ \’ଫେଙ୍ଗଲ\’।
ଏହା ପ୍ରଭାବରେ ତାମିଲନାଡୁ-ଆନ୍ଧ୍ରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ହେଲେ ବାତ୍ୟା \’ଫେଙ୍ଗଲ\’ ପ୍ରଭାବ ଓଡ଼ିଶା ଉପରେ ବିଶେଷ ଭାବରେ ପଡ଼ିବ ନାହିଁ। ବାତ୍ୟା \’ଫେଙ୍ଗଲ\’ ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଝିପି ଝିପି ବର୍ଷାରେ ହେବାର ସମ୍ଭାବନା ରଥିବା ପୂର୍ବାନୂମାନ କରିଛି ପାଣିପାଗ କେନ୍ଦ୍ର।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031