Legatus

ବଦଳିଲା ବିଶ୍ଵକପର ୨୦୨୩ର ଖେଳସୂଚୀ, ଏହି ତାରିଖରେ ଖେଳାଯିବ ଭାରତ-ପାକିସ୍ତାନ ସମେତ ୯ଟି ମ୍ୟାଚ୍

 Breaking News

ବଦଳିଲା ବିଶ୍ଵକପର ୨୦୨୩ର ଖେଳସୂଚୀ, ଏହି ତାରିଖରେ ଖେଳାଯିବ ଭାରତ-ପାକିସ୍ତାନ ସମେତ ୯ଟି ମ୍ୟାଚ୍

August 09
21:33 2023

ନୂଆଦିଲ୍ଲୀ,୯/୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବିଶ୍ବକପ୍ ୨୦୨୩ର ୯ଟି ମ୍ୟାଚ୍ ର କାର୍ଯ୍ୟସୂଚୀରେ ପରିବର୍ତ୍ତନ ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରିଛି। ନୂଆ କାର୍ଯ୍ୟସୂଚୀରେ ଭାରତ ଓ ପାକିସ୍ତାନ ଅକ୍ଟୋବର ୧୫ ପରିବର୍ତ୍ତେ ଅକ୍ଟୋବର ୧୪ରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ମୁହାଁମୁହିଁ ହେବେ। ସେହିପରି ଅକ୍ଟୋବର ୧୪ରେ ଖେଳାଯିବାକୁ ଥିବା ଆଫଗାନିସ୍ତାନ-ଇଂଲଣ୍ଡ ମ୍ୟାଚ୍କୁ ଅକ୍ଟୋବର ୧୫କୁ ଘୁଞ୍ଚାଇ ଦିଆଯାଇଛି। ଦୁଇ ଦଳ ମଧ୍ୟରେ ଏହି ରୋମାଞ୍ଚକର ଲଢ଼େଇ ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିବ।
ଭାରତ-ପାକିସ୍ତାନ ମ୍ୟାଚ୍ ଭଳି ଶ୍ରୀଲଙ୍କା ବନାମ ପାକିସ୍ତାନ ତାରିଖରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଅକ୍ଟୋବର ୧୨ରେ ହାଇଦ୍ରାବାଦରେ ଉଭୟ ଦଳ ମଧ୍ୟରେ ମ୍ୟାଚ୍ ଖେଳାଯିବାର ଥିଲା, କିନ୍ତୁ ଏବେ ଏହି ମ୍ୟାଚ୍ ଅକ୍ଟୋବର ୧୦ରେ ହାଇଦ୍ରାବାଦରେ ଖେଳାଯିବ।
ଏହାବ୍ୟତୀତ ଅକ୍ଟୋବର ୧୩ରେ ଖେଳାଯିବାକୁ ଥିବା ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମ୍ୟାଚ୍ ଅକ୍ଟୋବର ୧୨ରେ ଲକ୍ଷ୍ନୌରେ ଖେଳାଯିବ। ସେହିପରି ବାଂଲାଦେଶ-ନ୍ୟୁଜିଲାଣ୍ଡ ମ୍ୟାଚ୍ ଅକ୍ଟୋବର ୧୪ ପରିବର୍ତ୍ତେ ଅକ୍ଟୋବର ୧୩ରେ ଚେନ୍ନାଇରେ ଖେଳାଯିବ।
ସୂଚନାଯୋଗ୍ୟ ଯେ, ପୂର୍ବରୁ ଅକ୍ଟୋବର ୧୫ରେ ଭାରତ-ପାକ୍ ମ୍ୟାଚ ପାଇଁ ଦିନ ଧାର୍ଯ୍ୟ କରାଯାଇଥିବାବେଳେ ସେହିଦିନ ଶାରଦୀୟ ନବରାତ୍ରୀ ଆରମ୍ଭ ହେଉଥିବାରୁ ମ୍ୟାଚ ତାରିଖ ବଦଳାଇବାକୁ ସୁରକ୍ଷା ଏଜେନ୍ସିମାନେ ଆଇସିସି ଓ ବିସିସିଆଇକୁ କହିଥିଲେ । ଏହାକୁ ଆଇସିସି ଗ୍ରହଣ କରିଛି ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31