Indus Valley Times

ବର ଯାତ୍ରୀଙ୍କ ଉପରେ ମାଡ଼ିଗଲା ବର କାର୍; ଜଣେ ମୃତ, ୭ ଗୁରୁତର

 Breaking News

ବର ଯାତ୍ରୀଙ୍କ ଉପରେ ମାଡ଼ିଗଲା ବର କାର୍; ଜଣେ ମୃତ, ୭ ଗୁରୁତର

February 25
11:06 2023

ପାଟଣାଗଡ଼,୨୫/୨: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକର ବାଘଝରଣ ଗାଁରୁ ବର ଓ ବରଯାତ୍ରୀ ବାହାରୁଥିବା ସମୟରେ ଗାଡ଼ି ଚଢ଼ିଯିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ହୋଇଥିବା ଜଣାପଡିଛି। ଏହି ମାମଲାରେ ଗାଡ଼ିଚାଳକଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ଖପ୍ରାଖୋଲ ବ୍ଲକର ଆଭ୍ୟନ୍ତରୀଣ ଅଞ୍ଚଳରେ ଥିବା ବାଘଝରଣ ଗାଁରୁ ହିର୍ଲି ଗାଁକୁ ଶୁକ୍ରବାର ରାତିରେ ବରଯାତ୍ରୀ ବାହାରିଥିଲେ। ଏହି ସମୟରେ ବର ଯାଉଥିବା ଏକ ମାରୁତି ଏଟ୍ରିକା କାର୍ ଘଟଣାସ୍ଥଳରେ କିଛି ଲୋକଙ୍କ ଉପରେ ଚଢ଼ି ଯାଇଥିଲା। ଏଥିରେ ଗାଁର ରାଜ ବରିହା(୪୫)ଙ୍କ ସହ ୪ଜଣ ଗୁରୁତର ଓ ୫ ଆହତ ହୋଇଥିଲେ।
ଘଟଣାସ୍ଥଳରୁ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଖପ୍ରାଖୋଲ ସିଏଚସିକୁ ଅଣା ଯାଇଥିଲା। ସେଠାରେ ରାଜଙ୍କ ମ୍ରୁତ୍ୟୁ ହୋଇ ଯାଇଥିବା ନେଇ ଡାକ୍ତର କହିଥିଲେ। ୪ଜଣଙ୍କର ପ୍ରାଥମିକ ଚିକିତ୍ସା କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି। ଘଟଣା ସମ୍ପର୍କରେ ସୂଚନା ପାଇ ଖପ୍ରାଖୋଲ ପୁଲିସ ଏଟ୍ରିକା ଗାଡ଼ିଚାଳକ ଦୁର‌୍ୟ୍ୟୋଧନ ନାଗଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031