Indus Valley Times

ବର୍ଷା ଉପରେ ନିର୍ଭର କରିବ ବନ୍ୟା ସ୍ଥିତି, ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ କହିଲେ ଇଆଇସି

 Breaking News

ବର୍ଷା ଉପରେ ନିର୍ଭର କରିବ ବନ୍ୟା ସ୍ଥିତି, ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ କହିଲେ ଇଆଇସି

ବର୍ଷା ଉପରେ ନିର୍ଭର କରିବ ବନ୍ୟା ସ୍ଥିତି, ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ କହିଲେ ଇଆଇସି
June 30
12:46 2025

ଭୁବନେଶ୍ୱର, ୩୦/୬: ରାଜ୍ୟରେ ଲଘୁଚାପଜନିତ ବର୍ଷା ଜାରି ରହିଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାରେ ବଡ଼ ବନ୍ୟା ଆଶଙ୍କା କରାଯାଉଛି । ଏନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି ।
ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ଯେ, \” ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ଜଳକାରେ ଜଳସ୍ତର ବଢିଛି । ଫଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ରାଜଘାଟ ନିକଟରେ ସୁରର୍ଣ୍ଣରେଖା ବିପଦ ସଙ୍କେତ ଉପରେ ରହିଛି । ତଳିଆ ଅଞ୍ଚଳର ବିଭିନ୍ନ ସ୍ଥାନ ଜଳମଗ୍ନ ରହିଛି । ଯାହା ପ୍ରଭାବରେ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବନ୍ୟା ସ୍ଥିତିର ତଦାରଖ ପାଇଁ ଜିଲ୍ଲା ପ୍ରଶାସନକୁ ସତର୍କ ସୂଚନା ଦିଆଯାଇଛି । ଜିଲ୍ଲା ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରୁଛନ୍ତି । ବୁଢ଼ାବଳଙ୍ଗ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି । ମୟୂରଭଞ୍ଜ ଜିଲ୍ଲାକୁ ରେଡ୍ ଆଲର୍ଟ ରହିଛି\” । ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି ।
ଯଦି ଉପରମୁଣ୍ଡରେ ବର୍ଷାର ପରିମାଣ କମିବ ତେବେ ବଡ଼ ବନ୍ୟାର ଆଶଙ୍କା ନାହିଁ । ଯଦି ନ କମିବ ତେବେ ଉତ୍ତର ଓଡ଼ିଶାର ନଦୀ ଗୁଡିକରେ ଜଳସ୍ତର ବୃଦ୍ଧି ପାଇବ । ସ୍ଥିତିରେ ସୁଧାର ନ ଆସିବା ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନକୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା ମୁକାବିଲା ପାଇଁ ଜଳ ସମ୍ପଦ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ବନ୍ଧ ଭାଙ୍ଗିବା କି ଘଳିଆ ହେବାର ଖବର ନାହିଁ ବୋଲି ସେ କହିଛନ୍ତି । ଯଦି ବନ୍ୟା ହୁଏ ତେବେ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ତୁରନ୍ତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031