Indus Valley Times

ବଲାଙ୍ଗୀର ଜିଲ୍ଲା ଜାତୀୟ ସ୍ତରରେ ପୁରସ୍କୃତ

 Breaking News

ବଲାଙ୍ଗୀର ଜିଲ୍ଲା ଜାତୀୟ ସ୍ତରରେ ପୁରସ୍କୃତ

October 23
09:55 2024

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର, ୨୩/୧୦:ବଲାଙ୍ଗୀର ଜାତୀୟ ସ୍ତରରେ ପାଇଲା ଜାତୀୟ ଜଳ ପୁରସ୍କାର।ଦିଲ୍ଲୀ ର ବିଜ୍ଞାନ ଭବନ ରେ ରାଷ୍ଟ୍ରପତିଙ୍କ ଠାରୁ ଜିଲ୍ଲାପାଳ ଶ୍ରୀ ଗୌରୱ ସିୱାଜୀ ଇସଲୱାର ଏହି ପୁରସ୍କାର ଗ୍ରହଣ କରିଛନ୍ତି।
୨୦୨୩ ବର୍ଷ ପାଇଁ ଏହା ଦିଆଯାଇଛି,ଯେଉଁଥିରେ ପୂର୍ବ ଜୋନ ପାଇଁ ବଲାଙ୍ଗୀର ପୁରସ୍କୃତ ହୋଇଛି।
୨୪୧ହେକ୍ଟର ବୃକ୍ଷ ରୋପଣ ସହ ୧୬୭ ନୂତନ ବନ୍ଧ,୨୬୦ ଚାଷ ବନ୍ଧ,୧୭୦ ଚେକ୍ ଡ୍ୟାମ୍,୧୩୨୦ ଜଳ ସେଚିତ ନିର୍ମାଣ,୬୭୦ ଭୂତଳ ଜଳ ରିଚର୍ଜ ନିର୍ମାଣ ଏଥିରେ ସାମିଲ ଅଛି।୫୪୦୦ ହେକ୍ଟର ଡ୍ରିପ୍ ଜଳସେଚନ,୩୨୫୦ କ୍ଷୁଦ୍ର ଜଳ ସଞ୍ଚୟ ନିର୍ମାଣ ଯେଉଁଥିରେ ୧.୮ ଲକ୍ଷ କ୍ୟୁବିକ୍ ମିଟର ଜଳ ସଞ୍ଚୟ କରିହେବ।
୩୫୦୦ ଚାଷ ବନ୍ଧରେ ୨୬ ଲକ୍ଷ କ୍ୟୁବିକ ମିଟର ସଞ୍ଚୟ କ୍ଷମତା ସୃଷ୍ଟି କରାଯାଇଛି।ଏହି ପୁରସ୍କାର ଗ୍ରହଣ ବେଳେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରଭାତ କୁମାର ମହାପାତ୍ର ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31