Indus Valley Times

ବାବା ଧବଳେଶ୍ୱରଙ୍କ ହରିହର ବେଶ, ଠାକୁରଙ୍କ ପାଖେ ଲାଗି ହେଲା ଅତିପ୍ରିୟ ଗଜଭୋଗ

 Breaking News

ବାବା ଧବଳେଶ୍ୱରଙ୍କ ହରିହର ବେଶ, ଠାକୁରଙ୍କ ପାଖେ ଲାଗି ହେଲା ଅତିପ୍ରିୟ ଗଜଭୋଗ

ବାବା ଧବଳେଶ୍ୱରଙ୍କ ହରିହର ବେଶ, ଠାକୁରଙ୍କ ପାଖେ ଲାଗି ହେଲା ଅତିପ୍ରିୟ ଗଜଭୋଗ
November 04
11:03 2025

ଆଠଗଡ଼, ୪/୧୧ : ବାବା ଧବଳେଶ୍ଵରଙ୍କ ପୀଠରେ ବିତରଣ ହେଲା ଗଜ ଭୋଗ । ବାବା ଧବଳେଶ୍ଵରଙ୍କ ନିକଟରେ ଲାଗି ହେଲା ତାଙ୍କର ପ୍ରିୟ ଭୋଗ ଗଜ ଭୋଗ ଓ ତରଣ ।
ଗତକାଲି ମଧ୍ୟରାତ୍ରୀରେ ମନ୍ଦିରର ପହଡ଼ ଖୋଲାଯାଇ ସମସ୍ତ ନୀତିକାନ୍ତି ସମାପନ ପରେ ତ୍ରୟୋଦଶୀ ଓ ଚତୁର୍ଦଶୀର ସନ୍ଧିକ୍ଷଣରେ ବାବାଙ୍କ ନିକଟରେ ସେବାୟତ ଗଜଭୋଗ ଲାଗି କରିଥିଲେ । ସଂସାରର ମଙ୍ଗଳ କାମନା କରି ହରିବୋଲ ଦେବା ପରେ ଗଜଭୋଗ ବିତରଣ କରାଯାଇଥିଲା ।
ପୀଠରେ ଉଜାଗର ରହିଥିବା ହଜାର ହଜାର ଶ୍ରଦ୍ଧାଳୁ ବଡ଼ଓଷା ପାଳନ କରିବା ସହିତ ଗଜଭୋଗ ଓ ତରଣ ପାଇ ବଡ଼ଓଷା ବ୍ରତ ସମାପନ କରିଥିଲେ ।
ହଜାର ହଜାର ଭକ୍ତ ମହାନଦୀରେ ବୁଡ ପକାଇଥିବା ବେଳେ ସୁରକ୍ଷା ଲାଗି ନଦୀକୂଳ ଘାଟରେ ପୋଲିସ, ଅଗ୍ନିଶମବିଭାଗ, ଓଡ୍ରାଫ ଟିମ ମୁତାୟନ ହୋଇଥିଲେ । ପୀଠରେ କଟକ ଗ୍ରାମାଞ୍ଚଳ ଏସପି ଓ ଆଠଗଡ଼ ଉପଜିଲ୍ଲାପାଳ ନିଜେ ରହି ସମସ୍ତ ସୁରକ୍ଷା ତଦାରଖ କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031