Indus Valley Times

ବାଲିଅନ୍ତା ବର୍ବରତା: କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତିକ୍ରିୟା, ଲାଗୁ ହେବ ନାହିଁ ‘ଭିଡ଼ ହିଂସା’ ଧାରା

 Breaking News

ବାଲିଅନ୍ତା ବର୍ବରତା: କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତିକ୍ରିୟା, ଲାଗୁ ହେବ ନାହିଁ ‘ଭିଡ଼ ହିଂସା’ ଧାରା

ବାଲିଅନ୍ତା ବର୍ବରତା: କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତିକ୍ରିୟା, ଲାଗୁ ହେବ ନାହିଁ ‘ଭିଡ଼ ହିଂସା’ ଧାରା
May 11
17:09 2026

ଭୁବନେଶ୍ୱର, ୧୧/୫ : ବାଲିଅନ୍ତା ସୌମରଞ୍ଜନ ସ୍ୱାଇଁ ହତ୍ୟା ଘଟଣା । ମାମଲାରେ ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ । ୨ୟ ଦିନରେ କ୍ରାଇମବ୍ରାଞ୍ଚ ଟିମ୍ ଘଟଣାସ୍ଥଳକୁ ଯାଇ ପ୍ରତ୍ୟକ୍ଷଦର୍ଶୀ ଓ
ମୃତ ସୌମ୍ୟଙ୍କ ପରିବାର ଲୋକ, ସାଙ୍ଗଙ୍କ ବୟାନ ରେକର୍ଡ କରାଯାଇଛି । ଏହିକ୍ରମରେ ପ୍ରତିକ୍ରିୟା ରଖିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ।
ସେ କହିଛନ୍ତି ଯେ, ବାଲିଅନ୍ତା ବର୍ବରତା ଘଟଣାରେ ଦୁଇଟି ମାମଲା ରୁଜୁ କରାଯାଇଛି । କିଛି ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଛି । ବାକି କିଛି ପ୍ରତ୍ୟକ୍ଷଦର୍ଶୀ ଓ ସୌମ୍ୟଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରିବ କ୍ରାଇମବ୍ରାଞ୍ଚ । ସୌମ୍ୟଙ୍କ ପୋଷ୍ଟମର୍ଟମ ରିପୋର୍ଟ ଓ ଫରେନସିକ୍ ରିପୋର୍ଟର ତର୍ଜମା ଚାଲିଛି। ସୋସିଆଲ ମିଡିଆ ତଥ୍ୟକୁ ମଧ୍ୟ ତର୍ଜମା କରାଯାଉଛି ।
ସେହିପରି ତଦନ୍ତର ସବୁ ଦିଗକୁ ପୁଙ୍ଖାନୁପୁଙ୍ଖ ଭାବେ ତର୍ଜମା କରାଯାଉଛି । ବାଲିଅନ୍ତା ବର୍ବରତା ସମୟରେ ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକଙ୍କୁ ଅପରାଧି ଭାବିବା ଠିକ୍ ନୁହେଁ । ଘଟଣାକୁ ମଧ୍ୟ ଭିଡ଼ ହିଂସା କହିହେବ ନାହିଁ। ସୌମ୍ୟ ହତ୍ୟା ମାମଲା ସେଭଳି କିଛି ତଥ୍ୟ ମିଳିନାହିଁ। ଯଦି ତଦନ୍ତ ବେଳେ ସେଭଳି ପ୍ରମାଣ ମିଳେ, ତେବେ ଅଭିଯୁକ୍ତଙ୍କ ଉପରେ ଭିଡ଼ ହିଂସା ଭଳି ଦଫା ଲାଗିବ ବୋଲି କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031