Indus Valley Times

ବାଲିଗୁଡା ଓକିଲ ସଂଘ ନିର୍ବାଚନ : ସଭାପତି ପଦ ପାଇଁ ପ୍ରାର୍ଥି ଓହରିଲେ : ୮ ଜଣ କାଏମ ରହିଲେ

 Breaking News

ବାଲିଗୁଡା ଓକିଲ ସଂଘ ନିର୍ବାଚନ : ସଭାପତି ପଦ ପାଇଁ ପ୍ରାର୍ଥି ଓହରିଲେ : ୮ ଜଣ କାଏମ ରହିଲେ

ବାଲିଗୁଡା ଓକିଲ ସଂଘ ନିର୍ବାଚନ : ସଭାପତି ପଦ ପାଇଁ ପ୍ରାର୍ଥି ଓହରିଲେ : ୮ ଜଣ କାଏମ ରହିଲେ
March 14
23:09 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୪/୩ : ରାଜ୍ୟ ବାର୍ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର‌୍ୟ୍ୟସୂଚୀ ଅନୁଯାୟୀ କନ୍ଧମାଳ ଜିଲ୍ଲା ବାଲିଗୁଡା ଓକିଲ ସଂଘର ୨୦୨୬-୨୭ ବର୍ଷ ପାଇଁ କର୍ମକର୍ତ୍ତା ଓ କାର୍ଯ୍ୟକାରୀ କମିଟି ନିର୍ବାଚନ ଆସନ୍ତା ମାର୍ଚ୍ଚ ୨୮ ତାରିଖ ଦିନ ଧାର୍ଯ୍ୟ କରାଯାଇଛି।
ସଭାପତି ପଦବୀ ନିମନ୍ତେ ଟି. ହରିଶ୍ଚନ୍ଦ୍ର ରାଓ ଏବଂ ଲମ୍ବୋଦର ପଣ୍ଡା, ଉପସଭାପତି ପଦବୀ ନିମନ୍ତେ ରାମକୃଷ୍ଣ ଦାସ, ଓ ରାମଚନ୍ଦ୍ର ସିଂ ପାତ୍ର , ସମ୍ପାଦକ ପଦବୀ ନିମନ୍ତେ ଅନିଲ କୁମାର ଦାସ, ସହ ସମ୍ପାଦକ ପଦବୀ ନିମନ୍ତେ ନୀଳାଦ୍ରି କେଶରୀ ସାହାଣୀ, ଏବଂ କୋଷାଧକ୍ଷ ପଦବୀ ନିମନ୍ତେ ମାନସ ରଞ୍ଜନ ପଣ୍ଡା ଦାଖଲ କରିଥିବା ବେଳେ ଲାଇବ୍ରେରୀ ସମ୍ପାଦିକା ନିମନ୍ତେ ନିବେଦିତା ମଲ୍ଲିକ, ଏବଂ ସହକାରୀ ଲାଇବ୍ରେରୀ ସମ୍ପାଦିକା ପଦବୀ ନିମନ୍ତେ ତନ୍ମୟୀ ପଟ୍ଟନାୟକ ଏପରି ମୋଟ ୯ ଜଣ ନିଜ ନିଜର ନାମାଙ୍କନ ପତ୍ର ନିର୍ବାଚନ ଅଧିକାରୀ ଶ୍ରୀ ପ୍ରଧାନ ଙ୍କ ନିକଟରେ ଦାଖଲ କରିଥିଲେ । ହେଲେ ଲମ୍ବୋଦର ପଣ୍ଡା ଶୁକ୍ରବାର ତାଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାରୁ ୮ ଜଣ ପ୍ରାଥୀ ମଇଦାନ ରେ ରହିଲେ ।
ସେଥି ମଧ୍ୟରେ ଉପସଭାପତି ପଦ ପାଇଁ ଦୁଇ ଜଣ ଦକ୍ଷ ପ୍ରାଥୀ ଥିବା ବେଳେ ସଭାପତି, ସମ୍ପାଦକ ଓ କୋଷାଧକ୍ଷ ପଦବୀ ନିମନ୍ତେ କେହି ପ୍ରତିଦ୍ବନ୍ଦୀ ନ ଥିବାରୁ ସେମାନେ ନିର୍ଦ୍ୱନ୍ଦରେ ନିର୍ବାଚିତ ହେବେ ।
ଆସନ୍ତା ୨୮ ତାରିଖ ସକାଳ ୭:୩୦ରୁ ଅପରାହ୍ନ ୩ଟା ପର‌୍ୟ୍ୟନ୍ତ ମତଦାନ ହେବ। ୪ଟା ପରେ ଭୋଟ ଗଣତି କରାଯାଇ ସବିଶେଷ ଫଳାଫଳ ଘୋଷଣା କରାଯିବ ବୋଲି ନିର୍ବାଚନ ଅଧିକାରୀ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ।
ଆଇଚର ଗାଡି ସହ ଗଞ୍ଜେଇ ଜବତ : ଚାଳକ ଓ ଗଞ୍ଜେଇ ମାଫିଆ ଫେରାର
ବାଲିଗୁଡା, ୧୪/୩ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଲେତିଙ୍ଗିଆ ଘାଟିରେ ଆଇଚର ଗାଡ଼ିରେ କନ୍ଦିବାନ୍ଦା ଗ୍ରାମର ସାହିଲ ପ୍ରଧାନ ନାମକ ଜୈନକ ଗଂଜେଇ ମାଫିଆ ଚୋରା ଚାଲାଣ କରୁଥିବା ବେଳେ ଆଇଚର ଗାଡିକୁ କାବୁ କରିଛି କ.ନୂଆଗାଁ ପୋଲିସ।
ହେଲେ ଗଞ୍ଜେଇ ମାଫିଆ ସହିତ ଗାଡ଼ି ଚାଳକ ଫେରାର ହେବାରେ ସକ୍ଷମ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ କ.ନୂଆଗାଁ ଥାନା ର ଏକ ଦଶ ଜଣିଆ ପୋଲିସ ଦଳ ଶନିବାର ସନ୍ଧ୍ୟାରେ ପେଟ୍ରୋଲିଂ କରୁଥିବା ବେଳେ ଲେତିଙ୍ଗିଆ ଘାଟିରେ ଗଞ୍ଜେଇ ସାତଟି ଅଖା ଆଇଚର ଗାଡ଼ିରେ ଧରି ବାହାର ରାଜ୍ୟକୁ ଚାଲାଣ କରାଯାଉ ଥିବା ବେଳେ ଗାଡିଟିକୁ କାବୁ କରିଛି ପୋଲିସ ।
ତେବେ ପୋଲିସ ଗାଡିକୁ ଦେଖି ଗଞ୍ଜେଇ ମାଫିଆ ଜଙ୍ଗଲକୁ ଦୌଡ଼ି ଖସି ପଳେଇବାରେ ସକ୍ଷମ ହୋଇଛି।
ଉକ୍ତ ଗଞ୍ଜେଇ ଅଖାରେ ଥ‌ିବା ୧୦୫ କେଜି ଗଂଜେଇ ମାଜିଷ୍ଟ୍ରେଟ ଭାବେ ଅତିରିକ୍ତ ତହସିଲଦାର ବସୁଧା ପ୍ରଧାନଙ୍କ ଉପସ୍ଥିତିରେ ଜବତ କରିବା ସହିତ ଗଞ୍ଜେଇ ଚୋରା ଚାଲାଣକାରୀ ଓ ତେଲେଙ୍ଗାନା ରାଜ୍ୟର ଗାଡି ଟିଏସ ୧୦ ୟୁଏ ୦୩୫୬ ନମ୍ବର ଗାଡ଼ିକୁ ଜବତ କରିଛନ୍ତି।
ଏଥିରେ ଥାନା ଅଧିକାରୀ ଆଶୁତୋଷ ଜେନାଙ୍କ ନେତୃତ୍ବରେ ସେକେଣ୍ଡ ଅଫିସର ଅଶୋକ କୁମାର ତ୍ରିପାଠୀ ଓ ଦମୟନ୍ତୀ ବେହେରା,ଏଏସଆଇ ବାସୁଦେବ ପଣ୍ଡା ଓ ସୁରେନ୍ଦ୍ର ରାଜହଂସଙ୍କ ସମେତ ପୋଲିସ କର୍ମଚାରୀମାନେ ସହଯୋଗ କରିଥିଲେ। ଏନେଇ ଏନଡିପିଏସ ଧାରାରେ ଥାନା କେସ ନଂ ୪୯/୨୬ ରେ ଏକ ମାମଲା ରୁଜୁ କରି ଗଞ୍ଜେଇ ମାଫିଆ ଚୋରା ଚାଲାଣକାରୀ ସାହିଲ ପ୍ରଧାନକୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ଆଶୁତୋଷ ଜେନା ପ୍ରକାଶ କରିଛନ୍ତି ।
ଅଧ୍ୟକ୍ଷାଙ୍କ ବଦଳି ଦାବିରେ ଛାତ୍ରଛାତ୍ରୀଙ୍କ ଚାରି ଘଣ୍ଟା ଧରି ରାସ୍ତାରୋକ
ବାଲିଗୁଡା, ୧୪/୩ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷା ବବିତା ବେହେରାଙ୍କ ଅବହେଳା ଓ ବିଦ୍ୟାଳୟ ର ବିଭିନ୍ନ ସମସ୍ୟା କୁ ନେଇ ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇଛନ୍ତି ।
ଅଧ୍ୟକ୍ଷାଙ୍କ ବଦଳି ଦାବିରେ ଛାତ୍ରଛାତ୍ରୀ କୋଟଗଡ ମୂଖ୍ୟ ରାସ୍ତାରେ ଚାରି ଘଣ୍ଟା ଧରି ବସି ରହି ରାସ୍ତା ଅବରୋଧ କରିବା ସହ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।ଜିଲ୍ଲାପାଳ ଙ୍କୁ ଦିଆଯାଇଥିବା ଦାବିପତ୍ରରେ ବିଦ୍ୟାଳୟ ର ବିଭିନ୍ନ ସମସ୍ୟା ସେମାନେ ଉଲ୍ଲେଖ କରି ଛନ୍ତି ।
ଅଧ୍ୟକ୍ଷା ସମୟ ଅନୁସାରେ ଆସୁନାହାନ୍ତି କି ଛାତ୍ରଛାତ୍ରୀଙ୍କ ପାଠପଢା ପ୍ରତି ଗୁରୁତ୍ୱ ଦେଉନାହାନ୍ତି। କଲେଜ ଓ ହଷ୍ଟେଲର ପିଲାମାନେ ପାଣି, ବିଦ୍ୟୁତ, ଲାଇଟ ଓ ପଙ୍ଖା ଭଳି ସୁବିଧାରୁ ବଞ୍ଚିତ ରହୁଛନ୍ତି।
ଏହିସବୁ ସମସ୍ୟାର ସମାଧାନ କରିବାକୁ ଅଧ୍ୟକ୍ଷା କୌଣସି ପଦକ୍ଷେପ ନେଉନାହାନ୍ତି। ଛାତ୍ରଛାତ୍ରୀଙ୍କୁ ମିଳୁଥିବା ପୋଷାକ ଏବଂ ପାଠ୍ୟପୁସ୍ତକ ଷ୍ଟାଇପେଣ୍ଡ ଅର୍ଥ ଠିକ୍ ସମୟରେ ଦିଆ ଯାଉନାହିଁ ।
ଏହା ସହିତ କିଛି ଛାତ୍ରୀଙ୍କୁ ଘରୋଇ କାମରେ ନିୟୋଜିତ କରୁଥିବା ବିଦ୍ୟାର୍ଥୀମାନେ ଅଭିଯୋଗ କରିଛନ୍ତି। କଲେଜର ଛାତ୍ରଛାତ୍ରୀ ନାନା ସମସ୍ୟାର ସମ୍ମୁଖୀନ ହେଉଥ‌ିବାରୁ ଅଧ୍ୟକ୍ଷା ଙ୍କ ବଦଳି କରିବାକୁ ସେମାନେ ଦାବି କରିଥିଲେ।
କୋଟଗଡ ଥାନା ଅଧିକାରୀ ସମ୍ବିତ ସ୍ବାଇଁ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା ପରେ ଛାତ୍ରଛାତ୍ରୀ ବିଡିଓ ଚିନ୍ମୟ ମହାନନ୍ଦଙ୍କ ପାଖକୁ ଯାଇଥିଲେ ସମସ୍ତ ବିଷୟ ଜଣାଇଥିଲେ । ଏ ସମ୍ପର୍କରେ ଅଧ୍ୟକ୍ଷା ଛାତ୍ର ଛାତ୍ରୀ ଙ୍କ ଅଭିଯୋଗ କୁ ଭିଭିହୀନ ବୋଲି କହିଛନ୍ତି।
ଦନ୍ତା ହାତୀ ହାବୁଡ଼ରେ ପଡି ୩ ଯୁବକ ଙ୍କ ମୃତ୍ୟୁ : ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ପାଇଁ ଦାବୀ

ବାଲିଗୁଡା, ୧୪/୩ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସାରଙ୍ଗଗଡ ଥାନା ପାବୁରିଆରେ ଦନ୍ତା ହାତୀ ଆକ୍ରମଣରେ ଜଣେ ଯୁବକ ମୃତ ହୋଇଥିବା ଜଣାପଡିଛି।
ତେବେ ସେହିପରି ରାଇକିଆ ବ୍ଲକର ପେଟାପାଙ୍ଗା ଗ୍ରାମପଂଚାୟତ ଡାମ୍ବା ଗ୍ରାମରେ ମଧ୍ୟ ଶୁକ୍ରବାର ରାତ୍ରିରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ଘଟି ଥୂବା ବେଳେ ଆଜି ଶନିବାର ପ୍ରତ୍ୟୁଷରେ ଟିକାବାଲି ବ୍ଲକ ପାବୁରିଆ ଗ୍ରାମପଞ୍ଚାୟତ ତେନ୍ତୁଳୀ ସାହି ଗ୍ରାମର ଜଣେ ଯୁବକଙ୍କ ସିନ୍ଦୁର ପାଙ୍ଗା ଠାରେ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି ।
ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସହିତ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ମୃତକ ମାନେ ହେଲେ ପେଟାପାଙ୍ଗା ନିକଟସୁ ଡାମ୍ବା ଗ୍ରାମର ବାମଦେବ ପ୍ରଧାନ (୬୩), କୀର୍ତନ ବଗର୍ଷି (୭୦) ଓ ପାବୁରିଆ ସ୍ଥିତ ତେନ୍ତୁଳୀ ସାହି ଗ୍ରାମର ଦୁହିତ ପ୍ରଧାନ (୨୭) ବୋଲି ଜଣାପଡ଼ିଛି।
ଘଟଣା ଅନୁସାରେ ଶୁକ୍ରବାର ସନ୍ଧ୍ୟାରେ ଡାମ୍ବା ଗ୍ରାମର ତିନି ଜଣ ବ୍ୟକ୍ତି ସନ୍ଧ୍ୟା ସମୟରେ ନିକଟସ୍ଥ ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇ ଫେରୁଥିବା ବେଳେ ଦନ୍ତା ହାତୀ ସମ୍ମୁଖରେ ପଡ଼ିଥିଲେ ।
ଏହି ସମୟରେ ହାତୀ ଦୁଇ ଜଣଙ୍କୁ କଚାଡି ମାରିଥିଲା। ଅନ୍ୟ ଜଣେ ସେଠାରୁ ଦୌଡ଼ି ଆସି ଗ୍ରାମବାସୀଙ୍କୁ ଜଣାଇ ଥୂଲା।ସେହିପରି ପାବୁରିଆ ଗ୍ରାମର ତିନି ଜଣ ବ୍ୟକ୍ତି ଆଜି ସକାଳୁ ୪ ଟା ସମୟରେ ନିକଟସୁ ସିନ୍ଦୁର ପାଙ୍ଗା ଜଙ୍ଗଲକୁ ହଳଦୀ ଖୋଳିବା ପାଇଁ ଯାଇ ହାତୀ ହାବୁଡ଼ରେ ପଡ଼ି ଥିଲେ।ଏହି ସମୟରେ ସାଙ୍ଗରେ ଥିବା ଦୁଇ ଜଣ ଯୁବକ ସେଠାରୁ ଦୌଡ଼ି ପଳାଇ ଆସିଥିଲେ।
ଘଟଣା ପରେ ଗ୍ରାମବାସୀ ପରିବାର ପକ୍ଷରୁ କ୍ଷତି ପୂରଣ ୫୦ ଲକ୍ଷ ଟଙ୍କା ଦାବୀ କରିଛନ୍ତି । ଘଟଣା ସ୍ଥଳରେ ବନ ବିଭାଗ ଓ ଦୁଇଟି ଥାନାର ପୁଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏ ନେଇ ସାରଙ୍ଗଗଡ଼ ଥାନାରେ ଏକ ଅପମୃତ୍ୟୁ ମାମଲା ନଂ. ୦୩/୨୬ ରୁଜୁ କରି ତଦନ୍ତ ଭାର ଏଏସଆଇ ଚତୁର୍ଭୁଜ ମଲ୍ଲିକ ଗ୍ରହଣ କରିଥିବା ଥାନା ଅଧିକାରୀ ସ୍ମିତା ଜେନା ପ୍ରକାଶ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031