Indus Valley Times

ବାଲିଗୁଡାରେ ଉତ୍କଳ ଦିବସ ପାଳିତ : ଓଡ଼ିଆ ଅସ୍ମିତା ଓ ସ୍ଵାଭିମାନ ଆମ ପରିଚୟ

 Breaking News

ବାଲିଗୁଡାରେ ଉତ୍କଳ ଦିବସ ପାଳିତ : ଓଡ଼ିଆ ଅସ୍ମିତା ଓ ସ୍ଵାଭିମାନ ଆମ ପରିଚୟ

ବାଲିଗୁଡାରେ ଉତ୍କଳ ଦିବସ ପାଳିତ : ଓଡ଼ିଆ ଅସ୍ମିତା ଓ ସ୍ଵାଭିମାନ ଆମ ପରିଚୟ
April 02
17:41 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨/୦୪ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ସଭାଗୃହ ପରିସରରେ ଉପଖଣ୍ଡ ସ୍ତରୀୟ ୯୦ତମ ଉତ୍କଳ ଦିବସ ମହା ସମାରୋହ ରେ ପାଳିତ ହୋଇଯାଇଛି।
ଉପଖଣ୍ଡ ଉତ୍ସବ ପାଳନ କମିଟି ର ସହ ସମ୍ପାଦକ ତୀର୍ଥବାସୀ ଘଡାଇଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳ ଡ଼ଃ. ରୀନା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଆ ଭାଷା ହିଁ ଆମ ପରିଚୟ। ଉତ୍କଳ ଦିବସ ପକ୍ଷ ସରକାରୀ ଘୋଷଣା ପ୍ରକାରେ ପାଳନ କରାଯିବ ବୋଲିି ଘୋଷଣା କରିଥିଲେ।
ସମ୍ମାନିତ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରମେନ୍ଦ୍ରପ୍ରସାଦ, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, ତହସିଲଦାର ତଥା ମଣ୍ଡଳ ଉନ୍ନୟନ ଅଧିକାରୀ ଦୀପ୍ତି ପ୍ରକାଶ ବେହେରା, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଓ ଉତ୍କଳ ସମ୍ମିଳନୀର ରାଜ୍ୟ ଉପ ସଭାପତି କୌଶିକ ସାହୁ ଏବଂ ମୁଖ୍ୟବକ୍ତା ଭାବେ ଆଦିବାସୀ ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ମୁଖ୍ୟ ଡ଼.ବିଭୂତି ଭୂଷଣ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇ ଉଦବୋଧନ ଛଳରେ ଓଡ଼ିଆ ଅସ୍ମିତାକୁ ଅକ୍ଷୁର୍ଣ୍ଣ ରଖିବା ସହ ଭାଷା ଓ ଜାତିର ସୁରକ୍ଷା ଏବଂ ସ୍ଵାଭିମାନ ଅକ୍ଷୁର୍ଣ୍ଣ ରଖିବାକୁ ଗୁରୁତ୍ୱାରୋପ କରିଥିଲେ।
ବନବାସୀ ସେବା ସମିତି ଛାତ୍ରୀମାନେ କୈବର୍ତ୍ତ ନାୟକଙ୍କ ନିର୍ଦେଶନାରେ ” ବନ୍ଦେ ଉତ୍କଳଜନନୀ” ପ୍ରାଦେଶିକ ସମବେତ ସ୍ଵରରେ ଜାତୀୟ ସଙ୍ଗୀତ ଗାନ କରିଥିଲେ।
ଶିକ୍ଷା ନିକେତନ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଆଦିବାସୀ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ବକ୍ତୃତା ପ୍ରତିଯୋଗିତା, କୌତୁକ ବେଶ ପ୍ରତିଯୋଗିତା, ନୃତ୍ୟ ସଂଗୀତ ପ୍ରତିଯୋଗିତା ରେ ଅଂଶଗ୍ରହଣ କରି ଅତିଥିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ। ଶେଷରେ ସହକାରୀ ଜିଲ୍ଲାପାଳ ଧୀରଜ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031