Indus Valley Times

ବାଲିଗୁଡାରେ ବଡଦିନ ଉତ୍ସବ ପାଳନ ପ୍ରସ୍ତୁତି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

 Breaking News

ବାଲିଗୁଡାରେ ବଡଦିନ ଉତ୍ସବ ପାଳନ ପ୍ରସ୍ତୁତି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

ବାଲିଗୁଡାରେ ବଡଦିନ ଉତ୍ସବ ପାଳନ ପ୍ରସ୍ତୁତି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଫ୍ଲାଗ ମାର୍ଚ୍ଚ
December 20
23:35 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ,୨୦/୧୨: କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖ ପାଖ ଅଞ୍ଚଳ ରେ ବଡଦିନ ଉତ୍ସବ ପାଳନ ନିମନ୍ତେ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି। ବାଲିଗୁଡା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶୁଭମ୍ ଭୋସଲେ, ଆଇଆଇସି ସମ୍ବିତ ସ୍ୱାଇଁ ଙ୍କ ସମେତ ସଦଳବଳ ପୋଲିସ ବାଟାଲିୟନ ସମଗ୍ର ବାଲିଗୁଡା ସହର ଓ ବାରଖମା ପରିଭ୍ରମଣ କରି ଚଳିତ ବର୍ଷ ବଡଦିନ କିପରି ଶାନ୍ତି ଶୃଙ୍ଖଳା ର ସହିତ ପାଳନ ହେବ ସେ ସମ୍ପର୍କରେ ଫ୍ଲାଗ ମାର୍ଚ୍ଚ କରିବାର ଦେଖିବାକୁ ମିଳିଥିଲା। ବଡଦିନ ଯେତିକି ପାଖେଇ ଆସୁଛି ବଜାର, ହାଟ, ଦୋକାନ ସେତିକି ଭିଡ ଦେଖିବାରେ ମିଳୁଛି। ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ ନିଜ ନିଜ ଘର ସହିତ ଗୀର୍ଜା ଘର ଗୁଡିକ ସାଜସଜା କରି ରଙ୍ଗୀନ କରିବା ସହ ଆଲୋକମାଳାରେ ସୁନ୍ଦର ଦେଖାଯାଉଛି।
ଏହି ଉତ୍ସବକୁ ଶାନ୍ତି ପୂର୍ଣ୍ଣ ଭାବରେ ଯେପରି ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଭାଇ ଭଉଣୀ ମାନେ ପାଳନ କରିପାରିବେ ସେଥିପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ ସୁରକ୍ଷା ଉପରେ କଡାକଡ଼ି ଦୃଷ୍ଟି ରଖିଥିବା ବିଷୟ ବାଲିଗୁଡା ଏସଡିପିଓ ନିଜ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି।
ବାଲିଗୁଡ଼ାରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ
ବାଲିଗୁଡା, ୨୦/୧୨: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ପରିସରରେ ତିନି ଦିନିଆ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ୨୦୨୫ ଉଦଘାଟିତ ହୋଇଯାଇଛି। ବାଲିଗୁଡ଼ା ଉପଖଣ୍ଡ ଥିବା ସମସ୍ତ ବ୍ଲକର କୃଷି ବିଭାଗ ଅଧିକାରୀଙ୍କୁ ନେଇ ଏହି ମେଳା ଆୟୋଜନ କରାଯାଇଥିଲା।
ଏଥିରେ ମୁଖ୍ୟ ଅତିଥି ଭାବେ ଉପ ଜିଲ୍ଲାପାଳ ପ୍ରଣିତା ଦାସ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା କୃଷି ଅଧିକାରୀ ଚିତ୍ତରଞ୍ଜନ ଶତପଥୀ, ବାଲିଗୁଡ଼ା କୃଷି ଅଧିକାରୀ ସୀତାକାନ୍ତ ରାଉତ, ଫୁଲବାଣୀ କାର‌୍ୟ୍ୟ ନିର୍ବାହୀ ଯନ୍ତ୍ରୀ ସୁଧାଂଶୁ ଦାସ, କୃଷି ଅଧିକାରୀ ଜି.ଉଦୟଗିରି ସୁଶ୍ରୀ ସୁନିତା ମିଶ୍ର, ବାଲିଗୁଡ଼ା ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ , ଲମ୍ବୋଦର ମହାପାତ୍ର, ବାଲିଗୁଡ଼ା ବ୍ୟାଙ୍କ ମ୍ୟାନେଜର ଅକ୍ଷୟ କୁମାର ବେହେରା ଓ ବିଭିନ୍ନ ବ୍ଲକରୁ ଅନ୍ୟ ପଦାଧିକାରୀ ମାନେ ଉପସ୍ଥିତ ରହି ଦୀପ ଧୂପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।
ଉପଖଣ୍ଡର ବିଭିନ୍ନ ଅଞ୍ଚଳ ଚାଷୀ ମାନେ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଥିବା କୃଷି ଉପରେ ଚାଷୀଙ୍କ ପାଇଁ ଜନ ହିତକାରୀ ଯୋଜନା ସମ୍ପର୍କରେ ଉପସ୍ଥିତି ଅତିଥି ମାନେ ଚାଷୀଙ୍କୁ ଅବଗତ କରାଇଥିଲେ।
ଏହି କୃଷି ମେଳା ୨୦ତାରିଖ ଠାରୁ ଆରମ୍ଭ ହୋଇ ୨୨ ତାରିଖ ପର‌୍ୟ୍ୟନ୍ତ ଚାଲିବ ବୋଲି ଜିଲ୍ଲା କୃଷି ଅଧିକାରୀ ସୂଚନା ଦେଇଛନ୍ତି।
ବଡ଼ଦିନ ଉତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ବାଲିଗୁଡ଼ା, ୨୦/୧୨: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ପ୍ରଶାସନ ପକ୍ଷରୁ ବ୍ଲକ ସଭା ଗୃହ ଠାରେ ବଡ଼ ଦିନ ଏବଂ ନୂତନ ବର୍ଷ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ତହସିଲଦାର ଦୀପ୍ତି ପ୍ରକାଶ ବେହେରା ଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ବୈଠକରେ ବାଲିଗୁଡ଼ା ଅଞ୍ଚଳର ସମସ୍ତ ଧର୍ମର ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଥିଲେ ।
ଏଥିରେ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷୟ ମଲ୍ଲିକ ଯୋଗ ଦେଇ ବଡ଼ଦିନ ଏବଂ ନୂତନ ବର୍ଷକୁ ଶାନ୍ତି ଶୃଙ୍ଖଳାରେ ପାଳନ କରିବା ନିମନ୍ତେ ଆଲୋଚନା କରାଯାଇଥିଲା ।
ବିଶେଷ କରି ଖ୍ରୀଷ୍ଟଧର୍ମାଲମ୍ବଙ୍କ ଉଜାଗର ଓ ରାତ୍ରି ପ୍ରାର୍ଥନା ସମୟରେ ରାତ୍ରି କାଳୀନ ପେଟ୍ରୋଲିଂ ଏବଂ ପ୍ରତ୍ୟେକ ଚର୍ଚ୍ଚ ରେ ପୋଲିସ ର କଡା ପହରା ନିମନ୍ତେ ଖ୍ରୀଷ୍ଟିଆନ ସମାଜ ପକ୍ଷରୁ ପ୍ରଶାସନ ନିକଟରେ ଅନୁରୋଧ ରଖାଯାଇଥିଲା ।
ଅପ୍ରତିକର ପରିସ୍ଥିତି ସୃଷ୍ଟି କରୁଥିବା ବ୍ୟକ୍ତି ଏବଂ ସୋସିଆଲ ମିଡିଆରେ ଧର୍ମ ବିରୋଧି ଉସକାଇଲା ଭଳି ପୋଷ୍ଟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିଆଯିବ ବୋଲି ଆଲୋଚନା କରାଯାଇଥିଲା ।
ଏହା ପରେ ଉପସ୍ଥିତ ଖ୍ରୀଷ୍ଟିଆନ ସମାଜ ପକ୍ଷରୁ ବଡ଼ଦିନ ମାନଙ୍କ ରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଚର୍ଚ୍ଚ ଗୁଡ଼ିକୁ ବୁଲି ପରିଦର୍ଶନ କରିବା ପାଇଁ ବାରଖମା ଖ୍ରୀଷ୍ଟିଆନ ସମାଜ ସଭାପତି ପ୍ରକାଶ କୁମାର ନାୟକ ପ୍ରସ୍ତାବ ରଖିଥିଲେ।
ଏହି ବୈଠକ ରେ ବାଲିଗୁଡ଼ାର ସବୁ ଧର୍ମର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031