Indus Valley Times

ବାଲିଗୁଡାରେ ବିଶ୍ୱ ଆଦିବାସୀ ଦିବସ ପାଳିତ

 Breaking News

ବାଲିଗୁଡାରେ ବିଶ୍ୱ ଆଦିବାସୀ ଦିବସ ପାଳିତ

ବାଲିଗୁଡାରେ ବିଶ୍ୱ ଆଦିବାସୀ ଦିବସ ପାଳିତ
August 09
20:43 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୯/୮:କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଆଦିବାସୀ ଜନଜାତିଙ୍କ କିଛି ଅଧିକାର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଉପ ଜିଲ୍ଲାପାଳଙ୍କ ଜରିଆରେ ସାମୁହିକ ଭାବେ ପ୍ରଦାନ କରିଥିଲେ ।
ଏହାପରେ ସ୍ଥାନୀୟ ସଭାଗୃହରେ ଏକ ସାଧାରଣ ସଭାର ଆୟୋଜନ ହୋଇଥିଲା। ଉକ୍ତ ସଭାରେ ଆଦିବାସୀ ସମାଜର ଅଧିକାର, ଆଦିବାସୀଙ୍କ ସାମାଜିକ ଓ ଆର୍ଥିକ ବିକାଶ ଉପରେ ଆଲୋଚନା କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ବ୍ଲକ୍ ସଭାପତି କ୍ଳେଶ ପ୍ରଧାନ ସଭା ପରିଚାଳନା କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର , ସ୍ଥାନୀୟ ପ୍ରଶାସନିକ ଅଧିକାରୀ ତଥା ଡେପୁଟି ସବ୍ କଲେ୍କଟର ସଞ୍ଜୀବ ରୂପା ମାଝୀ, ଅବସର ସେନା ଅଧିକାରୀ ବିଜେଶ୍ୱର ମଲିକ, ଅବସର ପୋଲିସ୍ ଅଧିକାରୀ ପ୍ରଦୀପ ମଲିକ ଓ ବିଭିନ୍ନ ବ୍ଲକ ଅର୍ଥାତ୍ କୋଟଗଡ଼,ତୁମୁଡ଼ିବନ୍ଧ,କ.ନୂଆଗାଁ, ରାଇକିଆ,ଦାରିଙ୍ଗବାଡି, ଟିକାବାଲି ଓ ଉଦୟଗିରି ଅଞ୍ଚଳର ଦାୟିତ୍ଵରେ ଥିବା ସମସ୍ତ କର୍ମକର୍ତ୍ତା ଆଦିବାସୀ ସମାଜର ବହୁ ସଂଖ୍ୟକ ଲୋକ, ବୁଦ୍ଧିଜୀବୀ, ସାମାଜିକ କର୍ମୀ ଓ ବିଭିନ୍ନ ବର୍ଗର ବ୍ୟକ୍ତି ମାନେ ଯୋଗ ଦେଇଥିଲେ।
କୁଇ ସମାଜ ସମ୍ପାଦକ ଦୟାନିଧି ମଲିକ ଦେଇଥିବା ସ୍ମାରକ ପତ୍ର ପଠନ କରିବା ସହିତ ଆଦିବାସୀଙ୍କ ଐତିହ୍ୟ, ପରମ୍ପରା ଓ ସଂସ୍କୃତିକୁ ସମ୍ମାନ ଦେବା ସହ ଏହାକୁ ଆଗାମୀ ପିଢ଼ି ପର‌୍ୟ୍ୟନ୍ତ ପହଞ୍ଚାଇବା ପାଇଁ ସମସ୍ତେ ଅତିଥି ମାନେ ଆହ୍ୱାନ ଦେଇଥିଲେ ।
ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ପ୍ରଥମ ସେମି ଫାଇନାଲ ରେ ପେନାଲଟିକ ସୁଟ ଜରିଆରେ ସିନ୍ଦ୍ରିଗାଁ ଦଳ ବିଜୟୀ
ବାଲିଗୁଡା, ୯/୮: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସରରେ ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ ଆରମ୍ଭ ହୋଇଛି ।
ଏହି ଚମ୍ପିୟାନସିପ ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଦିନ ଫାଇନାଲ ଖେଳ ଅନୁଷ୍ଠିତ ହେବ ।
ଏଥିରେ ବାଲିଗୁଡା ସମେତ ସୀତାପଡି, ସୁଣ୍ଡରୁମିଲା,ସଲଗା ପଦର, ଡୋପାସାହି, ସିନ୍ଦ୍ରିଗାଁ, ବରିପଡା, ବାରଖମା, ସିପାଞ୍ଜିରୀ, ପାଦେରୀପଡା, ବାଲିସୁଗା, ଓ ପାକୁଲଦା ଗ୍ରାମର ଫୁଟବଲ ଦଳ ଯୋଗ ଦେଉଛନ୍ତି ।
ରବିବାର ଦିନର ପ୍ରଥମ ସେମି ଫାଇନାଲ ମ୍ୟାଚ ସୁଣ୍ଡରୁମିଲା ସହ ସିନ୍ଦ୍ରିଗାଁ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କେହି କାହାରିକୁ ଗୋଲ ଦେବାରେ ଅସମର୍ଥ ହେବାରୁ ପେନାଲଟିକ ସୁଟ ଜରିଆରେ ୪-୨ ଗୋଲ ରେ ସିନ୍ଦ୍ରିଗାଁ ଦଳ ବିଜୟୀ ହୋଇଥିଲା ।
ଏଥିରେ ରେଫେରୀ ଭାବେ ସଞ୍ଜୟ ବେହେରା, ସୂର‌୍ୟ୍ୟ ନାରାୟଣ ସୁଆର, ଇଲିଆସ ଦିଗାଳ, ମିଥୁନ ନାୟକ ପ୍ରମୁଖ ଉପସ୍ଥିତ ମ୍ୟାଚକୁ ସୁଚାରୁ ଭାବେ ପରିଚାଳନା କରିଥିଲେ । ସ୍ଥାନୀୟ ଉପଖଣ୍ଡ କ୍ରୀଡା ସଂଘ ତରଫରୁ ସେକ ସାଦିକ, ସୁଶାନ୍ତ କୁମାର ଦାସ, ଗଙ୍ଗାଧର ପଣ୍ଡା, ପ୍ରଶାନ୍ତ କୁମାର ସାହୁ, ରଞ୍ଜନ କୁମାର ନାୟକ, ବ୍ରଜ ଶେଖର ନାୟକ, ନଳିନୀ କାନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।
ସୋମବାର ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ଆଦିବାସୀ ମହାବିଦ୍ୟାଳୟ ବନାମ ପାକୁଲଦା ମଧ୍ୟରେ ଏକ ସଂଘର୍ଷ ପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।
ସଙ୍କୁଳ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ
ବାଲିଗୁଡା, ୯/୮ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଏନଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ସମ୍ମାନୀତ ଅତିଥି ଭାବେ ଆଦିବାସୀ ମହାବିଦ୍ୟାଳୟ ପୁର୍ବତନ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ଯୋଗ ଦେଇ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ୧୬୦ ଜଣ ପ୍ରତିଯୋଗି ଅଂଶ ଗ୍ରହଣ କରି ବିଜ୍ଞାନ, ଗଣିତ ପ୍ରକଳ୍ପ, ବିଜ୍ଞାନ ଗଣିତ ପ୍ରୟୋଗ, ସଂସ୍କୃତ ବିଜ୍ଞାନ ଓ ଗଣିତ ପ୍ରଶ୍ନମଞ୍ଚ , ମୁର୍ତିକଳା, ପତ୍ରବାଚନ ଓ ନିବନ୍ଧ ଆଦି ଉପରେ ପ୍ରତିଯୋଗିତା ହୋଇଥିଲା।
ଏଠାରୁ ଉତିର୍ଣ୍ଣ ହୋଇଥ‌ିବା ଛାତ୍ରଛାତ୍ରୀ ମାନେ ବିଭାଗ ସ୍ତରକୁ ଯିବେ। ବିଦ୍ୟାଳୟ ପରିଚାଳନା କମିଟି ର ସମ୍ପାଦକ ତଥା ଶିକ୍ଷକ ତିର୍ଥବାସୀ ଘଡେଇ ଅତିଥି ମାନଙ୍କ ର ପରିଚୟ କରାଇଥିଲେ।
ସମାରୋପ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡେପୁଟି କଲେକଟର ସଂଜିବ କୁମାର ରୁପା ମାଝୀ, ବିଦ୍ୟାଳୟର ପରିଚାଳନା ସଭାପତି ତଥା ଆଇନଜୀବି ସୁଧାଂଶୁ ମୋହନ ପତି, ଯୁଗ୍ମ ସମ୍ପାଦକ ପ୍ରକାଶ ଚନ୍ଦ୍ର ନାୟକ, କୋଷାଧ୍ୟକ୍ଷ ସୁବାଷ ଚନ୍ଦ୍ର ଦିଗାଳ, ଶିକ୍ଷା ବିକାଶ ସମିତିର ସଂଙ୍କୁଳ ପ୍ରମୁଖ ପ୍ରଶାନ୍ତି ସାହୁ ଓ ଆୟୋଜକ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ମମତା ମହାରଣା ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930