Indus Valley Times

ବାଲିଗୁଡାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

 Breaking News

ବାଲିଗୁଡାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

ବାଲିଗୁଡାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ
August 31
22:47 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୩୧/୮ : କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇ ଯାଇଛି । ଏହି ଅବସରରେ ପ୍ରତ୍ୟୁଷ ରୁ ସମଗ୍ର ସହର ରେ ରାମଧୁନ ପରିବେଷଣ କରାଯାଇଥିଲା ।
ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ, ଉପାଧ୍ୟାକ୍ଷା ଙ୍କ ସମେତ ସମସ୍ତ କର୍ମଚାରୀ ବିଭିନ୍ନ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟାର୍ପଣ କରିବା ପରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।
ପରେ ପରେ ଅତିଥି ମାନଙ୍କ ଦ୍ୱାରା ଵୃଦ୍ଧାଶ୍ରମର ସମସ୍ତ ଅନ୍ତେବାସୀ, ଉପଖଣ୍ଡ ଚିକିତ୍ସାଳୟ ରେ ଚିକିସ୍ଥିତ ରୋଗୀ ମାନଙ୍କୁ ଏବଂ ଦୃଷ୍ଟିହୀନ ବିଦ୍ୟାଳୟ ରେ ଫଳ ବଣ୍ଟନ କରାଯାଇଥିଲା ।
ସ୍ଥାନୀୟ ଟାଉନ ହଲ ପରିସରରେ ରାଜ୍ୟ ସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ର ସିଧା ପ୍ରସାରଣ କରାଯାଇଥିଲା ।
ଏ ନେଇ ଏକ ସାଧାରଣ ସଭା ର ଆୟୋଜନ ହୋଇଥିଲା, ଏଥିରେ ମୂଖ୍ୟ ଅତିଥି ଭାବେ ଏନଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଯୋଗ ଦେଇ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।
ଏଥିରେ ଅନ୍ୟତମ ଅତିଥି ରୂପେ ଏନଏସି ଉପାଧ୍ୟକ୍ଷା ଶାନ୍ତି କୁମାରୀ ନାୟକ, ସାଂସଦ ପ୍ରତିନିଧି ସୁରେନ୍ଦ୍ର ପାତ୍ର, ବିଧାୟକ ପ୍ରତିନିଧି ଅବନୀ କାନ୍ତ ନାୟକ, କାଉନସିଲର ହରପ୍ରିୟା ତ୍ରିପାଠୀ, ନାରାୟଣ ଡାକୁଆ,ବିଭୂତି ଭୂଷଣ ଲହରିଆ, ଶଶୀ କୁମାର ଦିଗାଳ, ପଦ୍ମାଳୟା ନାୟକ, ରୀନା କୁମାରୀ ପଣ୍ଡା, ଗୀତା ମଳିକ ପ୍ରମୁଖ ଯୋଗ ଦେଇଥିଲେ ।
ଏଥିରେ ଏନ ଏ ସି କର୍ମଚାରୀ କମ୍ବୁପାଣି ପାଣିଗ୍ରାହୀ, ବାଇଧର ମଳିକ ଙ୍କ ସମେତ ସମସ୍ତ ସ୍ୱଚ୍ଛ ସାଥି ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ । ଶେଷରେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031