Indus Valley Times

ବାଲିଚନ୍ଦ୍ରପୁର ଥାନାରେ ଯୁବକଙ୍କୁ ନିସ୍ତୁକ ମାଡ଼ ଅଭିଯୋଗ, ଆତ୍ମହତ୍ୟା ଉଦ୍ୟମ କରି ମେଡିକାଲରେ ଭର୍ତ୍ତି

 Breaking News

ବାଲିଚନ୍ଦ୍ରପୁର ଥାନାରେ ଯୁବକଙ୍କୁ ନିସ୍ତୁକ ମାଡ଼ ଅଭିଯୋଗ, ଆତ୍ମହତ୍ୟା ଉଦ୍ୟମ କରି ମେଡିକାଲରେ ଭର୍ତ୍ତି

ବାଲିଚନ୍ଦ୍ରପୁର ଥାନାରେ ଯୁବକଙ୍କୁ ନିସ୍ତୁକ ମାଡ଼ ଅଭିଯୋଗ, ଆତ୍ମହତ୍ୟା ଉଦ୍ୟମ କରି ମେଡିକାଲରେ ଭର୍ତ୍ତି
August 06
12:28 2025

ଯାଜପୁର/କଟକ, ୬/୮ : ମୁଖ୍ୟମନ୍ତ୍ରୀଙ୍କ ବାରମ୍ବାର ତାଗିଦ ସତ୍ତ୍ୱେ ଚେତୁ ନାହାଁନ୍ତି ଅମାନିଆ ପୋଲିସ ବାବୁ । ଥାନା ହାଜତ ଭିତରେ ଜଣେ ଯୁବକଙ୍କୁ ନିସ୍ତୁକ ମାଡ଼ ମରାଯାଇଛି । ପୋଲିସ ନିର୍ଯ୍ୟାତନା ସହି ନ ପାରି ସମ୍ପୃକ୍ତ ଯୁବକ ଜଣକ ବିଷ ପିଇ ଦେଇଥିବା ପରିବାର ଲୋକେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।
ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ପୋଲିସ ବିରୁଦ୍ଧରେ ଏହି ଅଭିଯୋଗ ଆସିଛି । ଯୁବକ ଜଣକ ହେଲେ ଅଣକା ଗ୍ରାମ ମଣିପୁରସାହିର ରବିନ୍ଦ୍ର ମଲ୍ଲିକ । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଏକ ପାରିବାରିକ କଳହକୁ କେନ୍ଦ୍ର କରି ଗତ ୩ ତାରିଖରେ ପୂର୍ଣ୍ଣିମା ମଲ୍ଲିକ ନାମକ ଜଣେ ମହିଳା ରବିନ୍ଦ୍ରଙ୍କ ନାମରେ ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ୨୦୬ରେ ମାମଲା ରୁଜୁ କରି ରବିନ୍ଦ୍ରଙ୍କୁ ଘରୁ ଉଠାଇ ଆଣିଥିଲା । ତିନି ଦିନ ପରେ ରବିନ୍ଦ୍ରଙ୍କ ପରିବାର ଲୋକେ ତାଙ୍କୁ ଭେଟିବା ପାଇଁ କହିବାରୁ ପୋଲିସ ତାଙ୍କୁ କଟକ ଏସସିବିକୁ ନେଇଥିଲେ ।
ରବିନ୍ଦ୍ର ବିଷ ପିଇ ଦେଇଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ । ପ୍ରଥମେ ତାଙ୍କୁ ଯାଜପୁର ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଏସିସିବିକୁ ସ୍ଥାନାନ୍ତର କରାଯାଇଛି । ମେଡିସିନ୍ ୱାର୍ଡରେ ଚିକିତ୍ସାଧୀନ ଅଛନ୍ତି । ସେ ବିଷ ପିଇଛନ୍ତି କି ନାହିଁ ସେ ନେଇ ପୋଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।
ପରିବାର ଲୋକଙ୍କ ଅଭିଯୋଗ ମୁତାବକ, ତାଙ୍କୁ ଥାନାରେ ନିସ୍ତୁକ ମାଡ଼ ମରାଯାଇଛି । ପୋଲିସ ତାଙ୍କୁ ଉଲ୍ଲଗ୍ନ ହେବାକୁ ବାଧ୍ୟ କରିଥିଲା ବୋଲି ଅଭିଯୋଗ ହୋଇଛି । ସେଥିପାଇଁ ସେ ନିର‌୍ୟ୍ୟାତନା ସହି ନ ପାରି ଏମିତି ଚରମ ନିଷ୍ପତ୍ତି ନେଇଛନ୍ତି ।
ଅନ୍ୟପକ୍ଷରେ ରବିନ୍ଦ୍ର ଥାନା ହାଜତରେ ଥିବାବେଳେ ସେ କେମିତି ବିଷ ପିଇଥିଲେ ? ରବିନ୍ଦ୍ରଙ୍କୁ ବିଷ କେଉଁଠୁ ମିଳିଲା ? ଏହା ଏବେ ବଡ଼ ପ୍ରଶ୍ନ । ଅନ୍ୟପଟେ ପୋଲିସ ରବିନ୍ଦ୍ରଙ୍କୁ କୋର୍ଟ ଚାଲାଣ ନ କରି କଣ ପାଇଁ ଏତେ ଦିନ ପର‌୍ୟ୍ୟନ୍ତ ତାଙ୍କୁ ନିଜ ହେପାଜତରେ ରଖିଥିଲା ବୋଲି ପ୍ରଶ୍ନ ଉଠିଛି ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31